ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

 ଅଦ୍ୟ ତା-୧୭.୧୧.୨୦୨୩ ରିଖ ଶୁକ୍ରୁବାର ସକାଳ ଘ.୧୦.୩୦ମି ରେ ସ୍ଥାନୀୟ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପରିସରରେ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ଓ ମହିଳା ସ୍ୱେଛା ସେବୀ ଅନୁଷ୍ଠାନ ସସ୍କୃତି ର ମିଳିତ ଆନୁକୁଲ୍ୟ ରେ ମହିଳା ଏବଂ ଶିଶୁ ମାନଙ୍କ ର ସୁରକ୍ଷା ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ନିଜର ବକ୍ତବ୍ୟରେ ମୌଳିକ କର୍ତ୍ତବ୍ୟ, ପୋକ୍ସ ଆକ୍ଟ ଏବଂ ଜେଜେ(ସିପିସି) ଆକ୍ଟ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇଁ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଛାତ୍ରୀ ମାନଙ୍କୁ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ସସ୍କୃତି ଅନୁଷ୍ଠାନ ର ସଭାନେତ୍ରୀ ସୁଜାତା ପାଳ, ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର, ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷI ବିବିଲତା ସରାଫ୍, ଅଧ୍ୟାପିକା ମାନସୀ ମହାନ୍ତି, ଫାର ଅନୁଷ୍ଠାନର ପ୍ରମିଳା ସ୍ୱାଇଁ, ସିଡବ୍ଲୁସି ଅଧ୍ୟକ୍ଷI ବିଦୁଲତା ହୁଇକା ଙ୍କ ସମେତ ରାୟଗଡା କଲେଜ, ମହିଳା ମହାବିଦ୍ୟାଳୟ ଓ ରାୟଗଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ଛାତ୍ରୀ ମାନଙ୍କୁ ନାରୀ ନିର୍ଯ୍ୟାତନା, ଶିଶୁ ଚାଲାଣ, ଶିଶୁ ନିର୍ଯ୍ୟାତନା ଏବଂ ଏସମ୍ପର୍କିତ ସମସ୍ତ ପ୍ରକାର ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାୟଗଡା କଲେଜ, ମହିଳା ମହାବିଦ୍ୟାଳୟ ଓ ରାୟଗଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ରାୟଗଡା ସିଜିମାଳି ପାହାଡ଼ରେ ମଧ୍ୟରାତ୍ରୀ ପୋଲିସ ଆକ୍ରମଣ: ଆଦିବାସୀଙ୍କ ଘର ଭାଙ୍ଗି,ମହିଳାଙ୍କୁ ନିର୍ଯାତନା ଘଟଣା ରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି.

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ସରବେରଣୀ ଗ୍ରାମର ଯୁବ ଇଂଜିନିୟର ଲକ୍ଷ୍ମୀଧର ପାଣି ଚାଷ ଓ ଚାଷୀଙ୍କ ପାଇଁ ଆଣିଛନ୍ତି ନୁଆଁ ଦିଶା

Leave a Comment

error: Content is protected !!