ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଶିବାହାଲ ପଞ୍ଚାୟତ ହାଇସ୍କୁଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ, ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ

କାଶିବାହାଲ ପଞ୍ଚାୟତ ହାଇସ୍କୁଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ, ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ

କୋକସରା,୧୮/୧୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ଧନସରା ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନ ମେଲା ବାଳ ବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ କୋକସରା ବ୍ଲକ ଶିକ୍ଷା ଅଧିକାରିଣୀ ରଶ୍ମିତା ନେତମଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ମୁଖ୍ୟ ବକ୍ତା ଭାବେ ତାଲାଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଳାମ୍ବର ଦାସ, ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଶେଖର ବେହେରା, କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ସମିତି ସଭ୍ୟ ଗଜାନନ ନିଆଲ, ସ୍କୁଲ ପରିଚାଳନା କମିଟିର ସଭାପତି ଶଙ୍କର ସତନାମୀ, ସମାଜସେବୀ ପ୍ରଭାକର ବେହେରା, ମଣିଭଦ୍ର ପଣ୍ଡା, ସମ୍ପାଦକ ଶିକ୍ଷକ ସଂଘ ସଞ୍ଜୟ ପଣ୍ଡା ଉପସ୍ଥିତ ରହିଥିଲେ । ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ମେଳାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ, ଆଜି ଭାରତୀୟ ଚନ୍ଦ୍ରଯାନ ୩ ପାଇଁ ବିଶ୍ଵରେ ଭାରତୀୟ ବୈଜ୍ଞାନିକଙ୍କ ଉଚ୍ଚକୋଟିର ଜ୍ଞାନ କୌଶଳର ନିଦର୍ଶନ ଦେଖାଇ ସାରା ବିଶ୍ୱରେ ଭାରତ ଦେଶର ନାଁ ଗୌରାବାନ୍ୱିତ କରିଛନ୍ତି।ଆଜିର ଡିଜିଟାଲ ଯୁଗରେ ଆମକୁ ଆଗକୁ ବଢିବାକୁ ହେଲେ ବିଜ୍ଞାନ ଜ୍ଞାନ କୌଶଳ ପ୍ରତି ଏକାଗ୍ରତା ବୃଦ୍ଧି କରିବାକୁ ପଡିବ ବୋଳି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ବାଳ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନ ମେଳାରେ ମୋଟ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ଉପସ୍ଥିତ ଅତିଥି ମାନେ ପ୍ରକଳ୍ପ ବୁଲି ଦେଖି ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଅଶୋକ କୁମାର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୋକସରା ବ୍ଲକ ଜନାର୍ଦ୍ଦନ ପଣ୍ଡା, ପ୍ରଧାନ ଶିକ୍ଷକ ନେଗିଗୁଡା ଯୁବରାଜ ଜାଲ, ଶିକ୍ଷକ ସାମନ୍ତ କୁମାର ପାଟ୍ଟଯୋଷୀ, ସ୍କୁଲ କମିଟି ସଦସ୍ୟ ମାର୍କଣ୍ଡ ବେମାଲ, ସ୍କୁଲ ପାଇଁ ଜମି ଦାନ ଦେଇଥିବା ଯୁଗଳ ନାଏକ, ସହ ଶିକ୍ଷକ ଅରେବେଡା ଅମରେଶ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ବିଜ୍ଞାନ ମେଳାରେ ବରିଷ୍ଠ ବର୍ଗରେ ୪୫ଟି ପ୍ରକଳ୍ପ ଓ କନିଷ୍ଠ ବର୍ଗରେ ୨୫ ମୋଟ ୭୦ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବରିଷ୍ଠ ବର୍ଗରେ ଆଦର୍ଶ ବିଦ୍ୟାଳୟର କ୍ରିଷ୍ଣ। ପାଣିଗ୍ରାହୀ, ରଏନ ଗୁଡା ଉଚ୍ଚ ବିଦ୍ୟାଳୟର ଛାତ୍ର ପ୍ରସନ୍ନଜିତ ପୁଝାରି, ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରିଗୁଡା ଛାତ୍ରୀ ଲିପ୍ସା ରାଣି ରାଉତ ତୃତୀୟ ହୋଇଥିବା ବେଳେ କନିଷ୍ଠ ବର୍ଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ମୋଟେର ଛାତ୍ର ଦୀପଙ୍କର ଦାସ ପ୍ରଥମ, ଆଦର୍ଶ ବିଦ୍ୟାଳୟ ଛାତ୍ର ଆୟୁଷ୍ମାନ ମହାପାତ୍ର ଦ୍ଵିତୀୟ ଓ ଧନସରା ଉଚ୍ଚ ବିଦ୍ୟାଳୟ ଛାତ୍ର ହୀମେଶ ବେମାଲ ତୃତୀୟ ସ୍ଥାନ ପାଇଛନ୍ତି । ଉଭୟ ବର୍ଗରେ ୧ ମ ଓ ୨ୟ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଛନ୍ତି। ଏହି ଅଵସରରେ ବିଜ୍ଞାନ ଭିତ୍ତିକ ନାଟକ ଧରିତ୍ରୀ ମାର ଦୁଃଖକୁ ଧନସରା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମଞ୍ଚସ୍ଥ କରିଥିଲେ। କାର୍ଯ୍ୟକ୍ରମକୁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଜୁନାଗଡ଼ ରେ ବେଟ୍ରି ଚାଳିତ ବାଇକ ସୋରୁମ ଉଦଘାଟିତ

Sunil Chandra Nayak

ଜଗତସିଂହପୁର ଜିଲ୍ଲା, ସାମ୍ବାଦିକ ୟୁନିଅନର କର୍ମକର୍ତା ନିର୍ବାଚନ

Sunil Chandra Nayak

“ଥର୍ମୋ-ଇଲେକ୍ଟ୍ରୋ-ଯାନ୍ତ୍ରିକ ଶକ୍ତି ପରିବର୍ତ୍ତନ” ବିଷୟବସ୍ତୁ ଉପରେ ଏକ ଦିନିକିଆ କର୍ମଶାଳା

masiha

Leave a Comment

error: Content is protected !!