ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୋଦି ସରକାର ଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନିତୀ ବିରୁଦ୍ଧରେ ନଭେମ୍ବର ୨୬ ରୁ ୨୮ ରାଜ୍ୟ ସ୍ତରୀୟ ଅହୋରାତ୍ର ମହାଧାରଣା କୁ ସଫଳ କରିବା ପାଇଁ ସି ଆଇ ଟି ୟୁ ଜିଲ୍ଲା କମିଟି ବୈଠକରେ ନିଷ୍ପତ୍ତି

ମୋଦି ସରକାର ଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନିତୀ ବିରୁଦ୍ଧରେ ନଭେମ୍ବର ୨୬ ରୁ ୨୮ ରାଜ୍ୟ ସ୍ତରୀୟ ଅହୋରାତ୍ର ମହାଧାରଣା କୁ ସଫଳ କରିବା ପାଇଁ ସି ଆଇ ଟି ୟୁ ଜିଲ୍ଲା କମିଟି ବୈଠକରେ ନିଷ୍ପତ୍ତି

ରାଉରକେଲା/କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଙ୍କ ଜନବିରୋଧୀ, ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୁଦ୍ଧରେ ୨୧ ଦଫା ଦାବିରେ ସି ଆଇ ଟି ୟୁ ସମେତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ବିଭିନ୍ନ କର୍ମଚାରୀ ଫେଡେରେସନ୍ ଏବଂ ଅଖିଳ ଭାରତ କିଷାନ ସଭା ସହିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରା ରେ ଆସନ୍ତା ନଭେମ୍ବର ୨୬,୨୭,୨୮ ତିନି ଦିନ ଧରି ୭୨ ଘଣ୍ଟିଆ ଅହୋରାତ୍ର ମହା ଗଣଧାରଣା ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ଜିଲ୍ଲା ରୁ ଶହ ଶହ ଶ୍ରମିକ, କର୍ମଚାରୀ, କୃଷକ ଓ ସାଧାରଣ ଜନତାଙ୍କୁ ସାମିଲ କରିବା ପାଇଁ ସି ଆଇ ଟି ୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

   ସି ଆଇ ଟି ୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ,ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି ସୁନ୍ଦରଗଡ଼ ଜିଲ୍ଲା ର ଖଣି ଖାଦାନ, ଜିଲ୍ଲାର ବିଭିନ୍ନ ଶିଳ୍ପ, ଠିକା ଶ୍ରମିକ, ପରିବହନ ଶ୍ରମିକ, ଆଶା, ଅଙ୍ଗନବାଡ଼ି, ପାଚିକା ଭଳି ଅନେକ ସ୍କିମ୍ ଶ୍ରମିକ, ନିର୍ମାଣ ଶ୍ରମିକ ଶତାଧିକ ଶ୍ରମିକ, କୃଷକ ଏହି ମହାଗଣଧାରଣା ରେ ସାମଲ ହେବାକୁ ଆହ୍ୱାନ କରିଥିଲେ। ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବା, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, କୃଷକ ବିରୋଧୀ କଳା ଆଇନ୍ ପ୍ରତ୍ୟାହାର କରିବା ସହିତ କୃଷକ ଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ରାଷ୍ଟ୍ରାୟତ ଉଦ୍ୟୋଗ ରେଳବାଇ, ସେଲ୍,କୋଲ ଓ ଅନ୍ୟାନ୍ୟ ଲାଭଦାୟକ ସଂସ୍ଥାର ଘରୋଇକରଣ ବନ୍ଦ କରିବା, ଜନଗଣଙ୍କ ଖାଦ୍ୟ ନିରାପତ୍ତା କୁ ସୁନିଶ୍ଚିତ କରିବା, ଜଙ୍ଗଲ ଜମିର ଅଧିକାର, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ପ୍ରଦାନ, ସମସ୍ତ ଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଇ ଦେବା, ବିଦ୍ୟୁତ ସଂଶୋଧନ ବିଲ୍ -୨୦୨୦ ପ୍ରତ୍ୟାହାର କରିବା ଆଦି ୨୧ଦଫା ଦାବିରେ ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, କର୍ମଚାରୀ ଫେଡେରେସନ୍ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରା ରେ ଏହି ଅହୋରାତ୍ର ଗଣଧାରଣା କୁ ସଫଳ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସି ଆଇ ଟି ୟୁ ରାଜ୍ୟ ଉପ ସଭାପତି ଜାହାଙ୍ଗୀର ଅଲ୍ଲୀ, ବସନ୍ତ ନାୟକ, ଶକୁନ୍ତଳା ମହାକୁଡ଼,ରାଜ କିଶୋର ପ୍ରଧାନ,ବି ପି ମହାପାତ୍ର, ତାଜମୁନ ନେହାର, ସୁରେନ୍ଦ୍ର ଦାଶ, ହୃଦୟାନନ୍ଦ ଯାଦବ,ଅଜୟ ଶର୍ମା, ଅକ୍ଷୟ ମହାନ୍ତ, ଯଯାତି କେଶରୀ ସାହୁ, ଅଜିତ ଏକ୍କା, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଏନ୍ ଏନ୍ ପାଣିଗ୍ରାହୀ, ଅଶୋକ ମିଶ୍ର, ଅରୁଣ ମହାରଣା, ପ୍ରସନ୍ନ ମହାପାତ୍ର,ସମ୍ବିତ ସ୍ବାଇଁ ପ୍ରମୁଖ ବୈଠକରେ ସାମିଲ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିର୍ବାଚନ ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ହିମାଂଶୁ ଶେଖର

masiha

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ  ବ୍ୟାପକ ଅନିୟମିତତା , ବି ଡି ଓ ଙ୍କୁ ସ୍ମାରକ ପ୍ରଦାନ

Sunil Chandra Nayak

ନବୀନଙ୍କ ବାରିପଦା ଗସ୍ତ :ମୁଖ୍ୟମନ୍ତ୍ରୀ ଭାବେ ଜୁନ ୯ ରେ ଶପଥ ପରେ ତିନି ନବୀନ ଗ୍ୟାରେଣ୍ଟି ରେ ମୋହର ବାଜିବ

masiha

Leave a Comment

error: Content is protected !!