ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ସେବାସଂସ୍ଥାର ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଉତ୍କଳମଣି ସେବାସଂସ୍ଥାର ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଜୁନାଗଡ: ତା ୧୮/୧୧,(ମ ନି ସ)କଳାହାଣ୍ଡି ଜିଲ୍ଲାର ଆଭ୍ୟନ୍ତରୀଣ ବ୍ଲକ ଥୁଆମୁଳ ରାମପୁରର ଥୁ. ରାମପୁର ପଞ୍ଚାୟତର ଟିକ୍ରାପଡା, ପିଣ୍ଡାପଦର,ମେଲକୁନ୍ଦେଲ ଆଦି ଗ୍ରାମରେ, ଜୁନାଗଡର ଉତ୍କଳମଣି ସେବାସଂସ୍ଥା ଆନୁକୂଲ୍ୟରେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଥୁ. ରାମପୁର ପଞ୍ଚାୟତର ସରପଞ୍ଚ ବିଜୟା ମାଝି, ଓ୍ବାର୍ଡମେମ୍ବର ଉର୍ମିଳା ନାୟକ, ଉଗ୍ରସେନ ନାୟକ, ଗଙ୍ଗାଧର ମାଝିଙ୍କ ଉପସ୍ଥିତିରେ ୨୫୦ ଜଣ ଅଭାବୀ ଲୋକଙ୍କୁ କମ୍ବଳ ସହ ଲଘୁ ଖାଦ୍ୟ ଦିଆଯିବା ସହ ଭବିଷ୍ୟତରେ ଅଭାବ ଅସୁବିଧା ସମୟରେ ଅନୁଷ୍ଠାନ ସାହାଯ୍ୟ କରିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସଭାପତି ମଧୂସୁଦନ ପଣ୍ଡା, ସମ୍ପାଦକ ଅଜୟ ଦାସ, ସମାଜସେବୀ ରମେଶ ନାୟକ,କୈଳାସ ରାଉତ, ଉଦ୍ଧବ ଚରଣ ସାହୁ, ଭଗବାନ ସାହୁ, ଦାମୋଦର ବେହେରା,ସୁରେନ୍ଦ୍ର ସାହୁ,ହେମନ୍ତ ସାସମଲ, ବିଜୟ ମଲ୍ଲିକ, ଚନ୍ଦ୍ର ଶେଖର ସିଂହ, ଶ୍ୟାମ ସୁନ୍ଦର ସାହୁ, କୃପାସିନ୍ଧୁ ଶତପଥୀ, ରବିନ୍ଦ୍ର ସାହୁ, ନବଘନ ସାହୁ, ନିରଞ୍ଜନ ସାହାଣୀ, ସତ୍ୟନାରାୟଣ ରାଜପୁତ, ଇନ୍ଦ୍ରମଣି ସାହୁ। ସେବାସଂସ୍ଥା ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରତ୍ୟକ୍ଷ ଭାବରେ ସେବାକାର୍ଯ୍ୟ କରିଥିବାରୁ ସର୍ବସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ଉତ୍କଣମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆଗକୁ ଫ୍ରି କୋଚିଂ ସେଣ୍ଟର, ହେଲଥ କ୍ୟାମ୍ପ ପରି ଅନେକ ସମାଜ ସେବା କାମରେ ସାମିଲ୍ ହେବେ ବୋଲି କର୍ମକର୍ତ୍ତାମାନେ କହିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଆଗାମୀ କାର୍ଯ୍ୟକ୍ରମ ପାଇଁ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ 

masiha

ଘନ କୁହୁଡି ବର୍ଷା ଯୋଗୁଁ ଧାନ କାଟିବା ପାଇଁ ଚାଷୀମାନେ ହନ୍ତ ସନ୍ତ 

masiha

ରାଇରଙ୍ଗପୁର ରୟାଲ ତରଫରୁ ‘ନେସନ ବିଲଡର ସମ୍ବର୍ଦ୍ଧନା ‘କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!