ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଳାରେ ଡିସେମ୍ବର ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି

ରାୟଗଡା ଜିଲ୍ଳାରେ ଡିସେମ୍ବର ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି

ରାୟଗଡା/୧୮/୧୧/୨୩ : ଆସନ୍ତା ଡିସେମ୍ବର ମାସ ୨୦ ତାରିଖରୁ ରାୟଗଡା ଜିଲ୍ଳାରେ ଖୋଲିବ ଧାନ ମଣ୍ଡି । ଏ ନେଇ ଆଜି ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଅତିରିକ୍ତ ଜିଲ୍ଳାପାଳ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି,ଗୁଣପୁର ଉପଜିଲ୍ଳାପାଳ ଲଲିତ କୁମାର କହଁର,ରାୟଗଡା ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ର ଦେବୀ,ମୁଖ୍ୟ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ୱାଇଁ,ଖାଦ୍ୟ ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ସମେତ ଚାଷୀ ପ୍ରତିନିଧି,ମିଲର୍ସ,ସମବାୟ ସମିତି ସଂପାଦକ,ଏମପିସିଏସ୍ ଅଧିକାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ । ଚଳିତ ଖରିଫ ବର୍ଷରେ ୯ ଲକ୍ଷ ୫୩ ହଜାର ୭୩ କ୍ୱିଂଟାଲ ଧାନ ଆକାରରେ ୬୩ ହଜାର ୯୦୦ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୨୨ ହଜାର ୨୬ ଜଣ ପଂଜୀକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ଉପସ୍ଥାପନା କରାଯାଇଥିଲା । ଗତବର୍ଷ ୧୦ ଲକ୍ଷ ୯୮ ହଜାର କ୍ୱିଂଟାଲ ଧାନ ଆକାରରେ ୭୩ ହଜାର ୫୬୬ ମେଟ୍ରିକ୍ ଟନ ଚାଉଳ ଧାର୍ଯ୍ୟ ରଖାଯାଇଥିବା ବେଳେ ୨୧ ହଜାର ୧୭୧ ଜଣ ପଂଜୀକୃତ ଚାଷୀଙ୍କ ଠାରୁ ୧୦ ଲକ୍ଷ ୬୯ ହଜାର ୯୧୮ କ୍ୱିଂଟାଲ ଧାନ କ୍ରୟ କରାଯାଇଥିଲା ଏବଂ ଏଥିରେ ୧୪ ଟି ଲ୍ୟାମ୍ପସ୍ ଅଧିନରେ ୪୨ଟି ମଣ୍ଡି ଖୋଲାଯାଇଥିଲା ଏବଂ ଜିଲ୍ଳାର ୧୨୧ ଜଣ ମିଲର୍ସ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ମଧ୍ୟ ୪୨ଗୋଟି ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରିୟ ସମୟରେ କୈାଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ମନ୍ତ୍ରୀ ଶ୍ରୀ ସାରକା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଚାଷୀଙ୍କ ସୁବିିଧା ନିମନ୍ତେ ସରକାରଙ୍କ ସମସ୍ତ ନିୟମକୁ ପାଳନ କରାଯାଉଛି ବୋଲି ଜିଲ୍ଳା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । କିନ୍ତୁ ଚାଷୀମାନେ ପ୍ରତିବର୍ଷ ମଣ୍ଡିରେ ଧାନ ବିକ୍ରୟ ସମୟରେ ଅନେକ ଆନୁସାଙ୍ଗିକ ବ୍ୟବସ୍ଥା ଉପଲବ୍ଧ ନ ଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀ ପ୍ରତିନିଧି ମାଲିକର୍ଜୁନ ପ୍ରକାଶ କରିଛନ୍ତି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା, ପଦଯାତ୍ରା ଓ କବିତା ପାଠୋତ୍ସବ

Sunil Chandra Nayak

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

Sunil Chandra Nayak

ପ୍ରଗତି ଉତ୍କଳ ସଂଘରେ ନୀଳକଣ୍ଠ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!