ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲାର ସମାଜର ସହସ୍ରାର୍ଜୁନ ଜୟନ୍ତୀ ଓ ନୂଆଖାଇ ଭେଟ ଘାଟ

କଲାର ସମାଜର ସହସ୍ରାର୍ଜୁନ ଜୟନ୍ତୀ ଓ ନୂଆଖାଇ ଭେଟ ଘାଟ

ଡାବୁଗାଁ, ୧୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଭେଲୁଆଗୁଡାସ୍ଥିତ କଲାର ସମାଜ ଭବନ ଠାରେ ଜିଲା କଲାର ସମାଜ ତରଫରୁ ଇଷ୍ଟ ଦେବତା ସହସ୍ରାର୍ଜୁନ ଙ୍କ ଜନ୍ମ ଜୟନ୍ତୀ ଓ ନୂଆଖାଇ ଭେଟଘାଟ ରବିବାର ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ଭୈରବ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଭେଲୁଆଗୁଡାସ୍ଥିତ କଲାର ସମାଜ ଭବନ ଠାରେ ପହଞ୍ଚିଥିଲେ | ସେଠାରେ ସମାଜର ଇଷ୍ଟ ଦେବତା ସହସ୍ରାର୍ଜୁନଙ୍କ ପୂଜାର୍ଚ୍ଚନା କରିଥିଲେ | ପରେ ଜିଲା ସଭାପତି ରାମନାଥ କଲାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ସମ୍ମାନୀତ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ପାପଡାହାଣ୍ଡି ବ୍ଲକ ଜିଲାପରିଷଦ ସଭ୍ୟ ଯଶୋବନ୍ତ ନାୟକ ଓ ସଭ୍ୟା ଡା. ଲିପିକା ମାଝି ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ ଡାବୁଗାଁ ସ୍ଥିତ କଲାର ସମାଜ ଭବନ ପାଖରେ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କା ବ୍ୟୟରେ ଏକ ସଭାଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଓ ସମାଜ ଭବନ ର ପାଚେରୀ ନିର୍ମାଣ ନିମନ୍ତେ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଘୋଷଣା କରିଥିଲେ | ଏଥିରେ ଜିଲା କଲାର ସମାଜ ସମ୍ପାଦକ ତ୍ରିଲୋଚନ ପାଣ୍ଡେ, ଡାବୁଗାଁ ବ୍ଲକ ସଭାପତି ରଘୁନାଥ କଲାର, ସମ୍ପାଦକ କେଶବ ବେସ୍ରା, ଉମରକୋଟ ବ୍ଲକ ସଭାପତି ପବିତ୍ର ସେଠିଆ, ଝରିଗାଁ ବ୍ଲକ ସଭାପତି ମାଧବ କଲାର, ରାଇଘର ବ୍ଲକ ସଭାପତି ରବିସିଂ ପାଣ୍ଡେ, କୋଷଗୁମୁଡା ବ୍ଲକ ସଭାପତି ସଗରାମ କଲାର ଓ ଜିଲାର ବିଭିନ୍ନ ବ୍ଲକରୁ ପ୍ରାୟ ୩ ହଜାର ରୁ ଊର୍ଦ୍ଧ୍ଵ କଲାର ସମାଜର ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବରଙ୍ଗପୂର ଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରଥ ର ଶୁଭାରମ୍ଭ ଓ ଶୋଭାଯାତ୍ରା

masiha

ନାମ ଯଜ୍ଞ ପାଇଁ ଭୂମି ପୂଜା

Sunil Chandra Nayak

କିଶନନଗର ଶିଶୁ ମଙ୍ଗଳ କ୍ଲବ ଓ ଶିଶୁ ସାହିତ୍ୟ ପତ୍ରିକା କୁନି ପ୍ରତିଭା ଆନୁକୂଲ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!