ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗୁମ୍ମା ଠାରେ ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ 

ଝରିଗୁମ୍ମା ଠାରେ ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ 

  ତେନ୍ତୁଳିଖୁଣ୍ଟି ୧୯/୧୧/୨୩ // ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ଭ୍ରାମ୍ୟମାନ ବୈଠକ ଝରିଗୁମ୍ମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ରମଣୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ହରି ହର ମିଶ୍ର ଓ ସମ୍ମାନୀୟ ଅତିଥି ଭାବେ ବସନ୍ତ ପାଣିଗ୍ରାହୀ ,ନରସିଂହ ମହାପାତ୍ର ,ଧୁରେନ୍ଦ୍ର ମହାପାତ୍ର ଯୋଗଦେଇଥିଲେ। ବୈଠକ ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଓ ବ୍ରାହ୍ମଣ ଦେବତାଙ୍କ ମନ୍ତ୍ର ଉଚ୍ଚାରଣ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭା ଆରମ୍ଭ ହୋଇଥିଲା। କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାସ ଙ୍କ ସଭାପତି ତ୍ୱ ରେ ବୈଠକ ପ୍ରାରମ୍ଭ ହୋଇଥିଲା ,ସଙ୍ଗଠନ ସମ୍ପାଦକ ଗୋବର୍ଦ୍ଧନ ସାହୁ ଗତ ବୈଠକର ବିବରଣୀ ପାଠ କରିଥିଲେ। ଉପସଭାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବ୍ରାହ୍ମଣ ସମାଜ ର ସଙ୍ଗଠନ କୁ କ୍ରିୟାଶୀଳ କରିବା ,ବ୍ରାହ୍ମଣ ମାନଙ୍କ ବେଶ ଭୁଷା ଓ ଆଚରଣ ମାର୍ଜିତ ରଖିବା ନେଇ ସମ୍ନାନିତ ଅତିଥି ଧୁରେନ୍ଦ୍ର ମହାପାତ୍ର ମତ ରଖିଥିଲେ। ବସନ୍ତ ପାଣିଗ୍ରାହୀ ବ୍ରାହ୍ମଣ ସମାଜ ଆଧ୍ୟାତ୍ମିକ ସଚେତନତା ବାର୍ତ୍ତା ସମ୍ବଳିତ ରଥ ବାହାରକରି ସୁପ୍ତ ହୋଇପଡୁଥିବା ସମାଜକୁ କ୍ରିୟାଶୀଳ କରିବାକୁ ମତ ରଖିଥିଲେ। ବ୍ରାହ୍ମଣ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ଜାତି ଶାସ୍ତ୍ର ମତ ଅନୁସାରେ ଭଗବାନଙ୍କ ପ୍ରିୟ ବିପ୍ର ଏଣୁ ବ୍ରାହ୍ମଣ ନିଜର ଶ୍ରେଷ୍ଠତା ପାଇଁ ନିଜକୁ ସେହିଭଳି ଗଢିବାକୁ ମୁଖ୍ୟଅତିଥି ରମଣୀ ରଞ୍ଜନ ତ୍ରିପାଠୀ ନିଜ ବକ୍ତବ୍ୟରେ ମନୁ ସଂହିତା ରୁ ଶ୍ଳୋକ ଉଦ୍ଧୃତ କରିବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ନିଜ ବକ୍ତବ୍ୟ ରେ ବ୍ରାହ୍ମଣ ଜାତିକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ହେଉଛି ଏଣୁ ସମା ଜରେ ବ୍ରାହ୍ମଣ ନିଜ ର ଶ୍ରେଷ୍ଠ ତା ପାଇଁ ନିଜ ପରିବାର କୁ ସଂସ୍କାରିତ କରିବା ଉଚିତ ବୋଲି କହିଥିଲେ। ବ୍ଲକ ସ୍ତରୀୟ ପର୍ଶୁରାମ ବାହିନୀ ଆଜି ଗଠନ କରାଯାଇଥିଲା । ସମାଜର ପାଣ୍ଠି ଗଠନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଶେଷରେ ଭବାନୀ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଆତ୍ମବିଶ୍ୱାସ ଦୃଢ଼ ସଂକଳ୍ପ ସଙ୍ଗଠନ ପାଇଁ କର୍ମୀ କର୍ମକର୍ତ୍ତା ,କୋଷ ଓ କାର୍ଯ୍ୟକ୍ରମ ଆବଶ୍ୟକ। ବେଶଭୁଷା ରେ ,ଆଚରଣ ଉଚ୍ଚାରଣ ଦ୍ଵିତୀୟ ମାନଦଣ୍ଡ ବୋଲି କହିଥିଲେ। ଶେଷ ରେ ସଭାପତି ସନ୍ତୋଷ କୋଷାଧ୍ୟକ୍ଷ ମନୋଜ ମହାପାତ୍ର ସମେତ ପଚାଶ ରୁ ଉର୍ଧ୍ଵ ବ୍ରାହ୍ମଣ ଦେବତା ଉପସ୍ଥିତ ରହିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର

masiha

ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ, ଢେଙ୍କାନାଳ ଜିଲ୍ଲା ଶାଖାର ୫୩ ତମ ଇ -ଆଲୋଚନା ଚକ୍ର

masiha

ପିଆରଏମ ମେଡ଼ିକାଲକଲେଜରେ ବିଭିନ୍ନ କର୍ମଚାରୀ ଏବଂ ଛାତ୍ର ସଂଘ ତରଫରୁ ୧୦୨ ୟୂନିଟ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!