ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 ଓଡିଶା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଚତୁର୍ଥ ବର୍ଷ ଛାତ୍ର ମାନଙ୍କ ପକ୍ଷରୁ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ପୁରଣ ପ୍ରଧାନ ଗ୍ରାମଠାରେ ଏକ କ୍ରୁଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ବିଦ୍ଵାନ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବି ୩ ଛାତ୍ର ଗୋଷ୍ଠୀର ଛାତ୍ର ମାନେ ଗ୍ରାମର ଉପସ୍ଥିତ କୃଷକ ମାନଙ୍କ ସହ ଜୈବିକ କୃଷି ର ଉପକାରିତା ବିଷୟ ରେ ଆଲୋଚନା କରିବା ସହ ଜିବା ମୃତ ଓ ନୀମାସ୍ତ୍ର ପ୍ରସ୍ତୁତି ସମ୍ପର୍କରେ ବୁଝେଇବା ସହ ପ୍ରସ୍ତୁତ କରି ଦେଖାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଭୂବନାନନ୍ଦ ଅଧିକାରୀ ଯୋଗଦେଇ ଆଗାମୀ ଦିନରେ ଜୈବିକ କୃଷି ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅଗ୍ରଣୀ ଚାଷୀ ଶିବ ଶଙ୍କର ପଣ୍ଡା, ଭାନୁ ବେହେରା, ଗୋବିନ୍ଦ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶୈଳେନ୍ଦ୍ର ନାରାୟଣ ଜେନା, ଶୁଭମ୍ ସାମନ୍ତରାୟ, ହୃଷୀକେଶ ପାଣିଗ୍ରାହୀ, ସିଦ୍ଧେଶ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ର ଆଶୁତୋଷ ପଟ୍ଟନାୟକ, ଅନୁରାଗ ମିଶ୍ର, ବିବେକ ଗୁପ୍ତା, ସ୍ଵସ୍ତିକ ପଟେଲ, ଅଭିଷେକ ମାଳକାର୍, ଅଂଶୁମାନ ଦୋରା, ଆଦିତ୍ୟ ବଳ, ସୌମ୍ୟ ରଞ୍ଜନ ମଣ୍ଡଲ, ଓମ୍ ରାଉତ, ପ୍ରିୟବ୍ରତ ବିଶ୍ଵାଳ ପ୍ରମୁଖ ଛାତ୍ର ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିର ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଡକ୍ଟର ବିଦ୍ଵାନ ରଞ୍ଜନ ସାହୁ ଙ୍କ ବଳିଷ୍ଠ ଅନୁଶାସନ ରେ ଛାତ୍ର ମାନଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗ୍ରାମର କୃଷକ ମାନେ ଖୁସି ପ୍ରକାଶ କରିଥିବା ବେଳେ ପ୍ରଶିକ୍ଷଣ ଶିବିର ରେ ବହୁ ସଂଖ୍ୟାରେ ଉଭୟ ମହିଳା ଓ ପୁରୁଷ ଚାଷୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲା ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ରେ ବ୍ଲକ ର ବିଭିନ୍ନ ଅଧିକାରୀ ସମ୍ମାନୀତ 

Sunil Chandra Nayak

ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଠାରେ ବାଣିଜ୍ୟ ମେଳା-୨୦୨୫ ଉଦଘାଟିତ.

Sunil Chandra Nayak

ପର୍ଯ୍ୟଟନ ଋତୁ ରେ ସରକାରୀ ଉଦାସୀନତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ର ଅବହେଳିତ ପର୍ଯ୍ୟଟନ କେନ୍ଦ୍ର ତଥାପି ତେନ୍ତୁଳିଖୁଣ୍ଟି ଡାକୁଛି ଆ…..

Sunil Chandra Nayak

Leave a Comment

error: Content is protected !!