ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ରାଷ୍ଟ୍ରପତି ପଦ ଅଳଙ୍କୃତ ପରେ ଦ୍ଵିତୀୟ ଥର ପାଇଁ ଜନ୍ମ ମାଟିରେ ମହାମହିମ ରାଷ୍ଟ୍ରପତି

ରାଷ୍ଟ୍ରପତି ପଦ ଅଳଙ୍କୃତ ପରେ ଦ୍ଵିତୀୟ ଥର ପାଇଁ ଜନ୍ମ ମାଟିରେ ମହାମହିମ ରାଷ୍ଟ୍ରପତି

ମୟୂରଭଞ୍ଜ ତା ୨୦-୧୧-୨୦୨୩ ରିଖ . ( ମସିହା) ଓଡିଶା ରାଜ୍ୟ ତଥା ମୟୁରଭଞ୍ଜ ଜିଲ୍ଲା ର ସୁକନ୍ୟା ଭାରତ ର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ ରୁ ହାଲିକ୍ୟାପ୍ଟର ଯୋଗେ ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତ ରେ ଆସି ବାରିପଦା ସ୍ଥିତ ପୋଲିସ ପଡିଆ ଠାରେ ଅବତରଣ କରିଥିଲେ. ସେଠାରେ ତାଙ୍କୁ ଓଡିଶା ର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ,ଭାରତ ସରକାର ଙ୍କ ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ରାଜ୍ୟସରକାର ଙ୍କ ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ଅନ୍ୟାନ୍ୟ ଜନପ୍ରତିନିଧି, ରାଜ୍ୟ ସରକାରଙ୍କ ଉଚ୍ଚ ପଦସ୍ଥ ପଦାଧିକାରୀ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ବରିଷ୍ଠ ଅଧିକାରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ . ଏହା ପରେ ଶହୀଦ ଭବନ ରେ ଆୟୋଜିତ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସଙ୍ଘ ର ବାର୍ଷିକ ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ. ସେଠାରୁ ସଡ଼କ ପଥରେ କୁଳିଅଣା ଅଭିମୁଖେ ଯାତ୍ରା କରି କୁଳିଅଣା ବ୍ଲକ ଅନ୍ତର୍ଗତ ପାଣିଜିଆ ଠାରେ ଭାରତ ସରକାର ଙ୍କ ଆଦିବାସୀ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ନବ ନିର୍ମିତ ନୂତନ ଏକଲବ୍ୟ ମୋଡେଲ ଆବାସିକ ବିଦ୍ୟାଳୟ ର ଶୁଭଉଦଘାଟନ କରିଥିଲେ. ଏହାପରେ ବାରିପଦା ପ୍ରତ୍ୟାବର୍ତନ କରି ହେଲିକ୍ୟାପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରି ଦାଣ୍ଡବୋଷ ଏଆର ଷ୍ଟ୍ରିପ ଠାରେ ଅବତରଣ କରିଥିଲେ. ଏଠାରେ ମହାମହିମ ରାଷ୍ଟ୍ରପତି ଙ୍କୁ ଓଡିଶା ସରକାର ଙ୍କ ମାନ୍ୟବର ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ. ଏଆର ଷ୍ଟ୍ରିପ ଠାରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ଶାସନ ସଚିବ ଶ୍ରୀମତି ଏସ ଆଶ୍ବସ୍ତି ଓ ପ୍ରଶାସନ ପକ୍ଷରୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ . ଏହା ପରେ ମହାମହିମ ଏଆର ଷ୍ଟ୍ରିପ ରୁ ପି ଡବ୍ଲ୍ୟୁ ଡି ଆଇ. ବି ଅଭିମୁଖେ ଯାତ୍ରା କରିଥିଲେ. ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ଵ ରେ ସ୍ଥାନୀୟ ବାସିନ୍ଦାଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଥିଲା. ଆଜି ମହାମହିମ ତାଙ୍କ ରାଇରଙ୍ଗପୁରସ୍ଥିତ ମହୁଲଡିହା ଠାରେ ନିଜ ବାସ ଭବନ ରେ ରାତ୍ରିଯାପନ କରିବା ପରେ ଆସନ୍ତା କାଲି ତା. ୨୧-୧୧-୨୦୨୩ ରିଖ ପାହାଡପୁର ଓ ବାଦାମପାହାଡ଼ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିବାର କାର୍ଯ୍ୟସୂଚୀ ରହିଛି.।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଲୋକକଳାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ,ବଢିଲା ଲୋକକଳା କଳାକାରଙ୍କ ପାରିଶ୍ରମିକ

ସଂକ୍ଷେପରେ ପଦ୍ମଶ୍ରୀ ଅଦ୍ୱୈତ ଗଡନାୟକ :ଢେ଼ଙ୍କାନାଳ ଜିଲ୍ଲାର ଗର୍ବ ଓ ଗୌରବ 

masiha

ଜୟପୁରର ବିକ୍ରମଦେବ କଲେଜ ପାଇଲା ବିଶ୍ୱବିଦ୍ୟାଳୟ ମାନ୍ୟତା

Sunil Chandra Nayak

Leave a Comment

error: Content is protected !!