ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ବିଦାୟ ନବକିଶୋର ! ଚାରି ଦଶନ୍ଧିର ଘଟଣାବହୁଳ ରାଜନୈତିକ ଜୀବନର ଅବସାନ…

ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ଶୋକ ପ୍ରକାଶ….

ହାତ_ଧରି_ସାନ୍ତ୍ୱନା_ଦେଲେ_ନବୀନ

ନବ ଦାସଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଅକାଳ ବିୟୋଗରେ ଭାଙ୍ଗିପଡିଥିବା ପରିବାରକୁ ଦେଲେ ସାନ୍ତ୍ୱନା।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆଉ ନାହାନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଜଣେ ପୁଲିସ ଏଏସ୍‌ଆଇଙ୍କ ଗୁଳିମାଡ଼ର ଶିକାର ହେଲା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୬୧ ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ବର ଆପଲୋ ହସ୍‌ପିଟାଲରେ ସ୍ବତନ୍ତ୍ର ମେଡିକାଲ ବିଶେଷଜ୍ଞ ଟିମ୍‌ ନବ ଦାସଙ୍କୁ ବଞ୍ଚାଇ ପାରି ନାହାନ୍ତି। ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ନବ ଦାସ ଆଉ ନାହାନ୍ତି ସତ କିନ୍ତୁ ସାଧାରଣ ଜନତାଙ୍କ ପାଇଁ ଲଢ଼େଇ କରିଥିବା ନବ ଦାସଙ୍କୁ ପଶ୍ଚିମ ଓଡ଼ିଶାବାସୀ ଭୁଲି ପାରିବେ ନାହିଁ।

ଛାତ୍ର ଜୀବନରୁ ରାଜନୀତିକୁ ଆସିଥିବା ନବ କିଶୋର ଦାସ ଜଣେ  ସୁସଂଗଠକ ଥିଲେ। ତାଙ୍କର ନେତୃତ୍ବ ବଳିଷ୍ଠ ଥିଲା। ଏହି କାରଣରୁ ସମାଜର ସବୁ ସ୍ତରରେ ସେ ଗ୍ରହଣୀୟ ହୋଇପାରିଥିଲେ। ସକ୍ରିୟ ରାଜନୀତିକୁ ଆସି ସେ ପ୍ରଥମେ କଂଗ୍ରେସରୁ ପରେ ବିଜେଡିରୁ ନିର୍ବାଚନ ଲଢ଼ି ବିଧାୟକ ଭାବେ ୩ଥର ନିର୍ବାଚିତ ହୋଇଥିଲେ। ତେବେ ସେ ସମୁଦାୟ ୪ ଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ପ୍ରଥମ ଥର ଯଦିଓ ସେ ନିର୍ବାଚନରେ ହାରି ଯାଇଥିଲେ, କିନ୍ତୁ ଶେଷ ୩ ଥର ବିଜୟୀ ହୋଇଥିଲେ। ୧୯୮୦ ମସିହାରେ ନବ ଦାସ ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ କଂଗ୍ରେସରେ ଯୋଗଦେଇଥିଲେ। ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର କଲେଜ (ବର୍ତ୍ତମାନର ଗଂଗାଧର ମେହେର ବିଶ୍ବବିଦ୍ୟାଳୟ)ରେ ପଢ଼ୁଥିଲା ବେଳେ ଛାତ୍ର ସଂସଦର ସଭାପତି ହୋଇଥିଲେ।

ଦୀର୍ଘ ୩୦ ବର୍ଷ ସେ କଂଗ୍ରେସ ଦଳ ସହିତ ଜଡ଼ିତ ଥିଲେ। ପାଠ ପଢ଼ା ଶେଷ ହେଲା ପରେ ସେ ସମ୍ବଲପୁରରୁ ଆସି ଝାରସୁଗୁଡ଼ାରେ ବସବାସ ଆରମ୍ଭ କରିଥିଲେ। ୨୦୦୪ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଜେଡି ନେତା ସ୍ବର୍ଗତ କିଶୋର ମହାନ୍ତିଙ୍କ ଠାରୁ ହାରିଥିଲେ। କିନ୍ତୁ ପରେ ପୁଣି ସେ କଂଗ୍ରେସରୁ ବିଧାୟକ (୨୦୦୯ ଓ ୨୦୧୪) ହୋଇଥିଲେ। ବିଜେଡି ନେତା ସ୍ବର୍ଗତ କିଶୋର ମହାନ୍ତିଙ୍କୁ ହରାଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଥିଲେ। ୨୦୧୯ ଜାନୁଆରି ୧୬ ତାରିଖରେ କଂଗ୍ରେସ ଛାଡ଼ି ଜାନୁଆରି ୨୪ରେ ବିଜେଡିରେ ଯୋଗ ଦେଇଥିଲେ। ସେହି ବର୍ଷ ସେ ବିଜେଡି ଟିକେଟରେ ଝାରସୁଗୁଡ଼ାରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏଥି ସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟମନ୍ତ୍ରୀ ହୋଇପାରିଥିଲେ। ମହାମାରୀ କରୋନା ସମୟରେ ‌ରାଜ୍ୟ ଏକ ସଂକଟଜନକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ସେ ସ୍ବାସ୍ଥ୍ୟବିଭାଗର ମଙ୍ଗ ସମ୍ଭାଳିଥିଲେ।

ତାଙ୍କର ବିୟେଗରେ ଚାରି ଦଶକର ଏକ ଘଟଣାବହୁଳ ରାଜ‌ନୈତିକ ଜୀବନର ଅବସାନ ଘଟିଛି। ରାଜ୍ୟ ଏକ ଲୋକପ୍ରିୟ ରାଜନେତା, ସୁସଂଗଠକ ଓ ଦକ୍ଷପ୍ରଶାସକଙ୍କୁ ସବୁଦିନ ଲାଗି ହରାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପିଏମ ମୋଦି…..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ନବଦାସଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ କହିଛନ୍ତି, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ଦୁଃଖିତ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା । ଓଁ ଶାନ୍ତି ।

ନବ ଦାସଙ୍କ ମୃତ୍ୟୁରେ ମୁଁ ଦୁଃଖିତ ଏବଂ ମର୍ମାହତ: ମୁଖ୍ୟମନ୍ତ୍ରୀ ପଟ୍ଟନାୟକ……

କେଇ ଘଣ୍ଟା ଜୀବନ ମରଣ ସହ ସଂଘର୍ଷ ପରେ ଶେଷରେ ଆଖି ବୁଜିଲେ ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ରାଜଧାନୀ ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡିଶା ରାଜନୀତିରେ ଶୋକର ଛାୟା ଖେଳି ଯାଇଛି। ନବଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ନବ ଦାସଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ ଏବଂ ମର୍ମାହତ। ନବ ଦାସ ଆମ ସରକାର ଏବଂ ଦଳର ଆସେଟ୍ ଥିଲେ। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ଵେ ଆମେ ତାଙ୍କୁ ହରାଇଲୁ। ରାଜ୍ୟର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଲୋକଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲ୍ ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନବ ଦାସଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଚିକିତ୍ସା କାର୍ଯ୍ୟ ତଦାରଖ କରିଥିଲେ। ନବ ଦାସଙ୍କ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୁଳିମାଡ ଘଟଣାକୁ ଦୃଢ ନିନ୍ଦା କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ଵେ ସ୍ଵାସ୍ଥ୍ୟ ମନ୍ତ୍ରୀ ଆଖି ବୁଜିଛନ୍ତି।

ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ ଆରୁଖ ବାର୍ତ୍ତାରେ କହିଛନ୍ତି, ମୁଁ ବିଶେଷ ମର୍ମାହ, ସେ ଜଣେ ଉତ୍ସାହିତ ବ୍ୟକ୍ତିତ୍ୱ, ସେ ସବୁବେଳେ ଜନସାଧାରଣଙ୍କ ସମସ୍ୟା ସହ ଥିଲେ । ରାଜ୍ୟର ମନ୍ତ୍ରୀ ଭାବରେ ଅତି ସଫଳତାର ସହ ବିଭାଗକୁ ପରିଚାଳନା କରୁଥିଲେ । ମୁଁ ବିଶେଷ ଦୁଃଖିତ । ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ । ଗତ ବିଧାନସଭା ଅଧିବେଶନରେ ଆଲୋଚନା ହୋଇଥିଲା । ସବୁବେଳେ ସେ ପଜିଟିଭ୍ ବାର୍ତ୍ତା ଦେଉଥିଲେ । ତାଙ୍କ ସହଯୋଗ ଆମେ ଆଉ ପାଇବୁ ନାହିଁ।

ବିଜେଡି ନେତା ଅରୁଣ ସାହୁ କହିଛନ୍ତି, ସେ ଯେତେବେଳେ ବିରୋଧୀ ଦଳରେ କାମ କରୁଥିଲେ ସେ ମେଳାପି ଥିଲେ । ରାଜ୍ୟର ମନ୍ତ୍ରୀ ଥିଲେ ତାଙ୍କ କଥା ସମସ୍ତେ ମାନନ୍ତି। ତାଙ୍କ ବ୍ୟବହାର ଖୁବ ଭଲ । ବ୍ରଜରାଜନଗର ଓ ପଦ୍ମପୁର ଉପନିର୍ବାଚନରେ ଆମେ ମିଶିକି କାମ କରିଛୁ । ଯେତେବେଳେ ଖବର ଶୁଣିଲି ମୁଁ ବିଶ୍ୱାସ କରିପାରିଲିଣି । ଏ ପର୍ଯ୍ୟନ୍ତ ମୋ ମନ ସ୍ଥିର ହୋଇପାରୁନି । ମୁଁ ଏବେ ବି ଭାବୁଛି ସତରେ କଣ ନବ ଭାଇ ଆଉ ମୋ ପାଖରେ ନାହାନ୍ତି ।

ବିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ ପ୍ରତିକ୍ରିୟାରେ କହିଛନ୍ତି, ଏହା ମୋ ପାଇଁ ସବୁଠୁ ବଡ ଦୁଃ ସମ୍ୱାଦ । ମୁଁ କଳ୍ପନା ମଧ୍ୟ କରିପାରୁନି ଏପରି ଘଟିଗଲା ବୋଲି । ଯେଉଁ ସରକାରୀ କର୍ମଚାରୀ ସୁରକ୍ଷାର ଦାୟୀତ୍ୱରେ ଥିଲେ ସେ ହି ହତ୍ୟାକାରୀ ହେବେ ବୋଲି ମୁଁ ବିଶ୍ୱାସ କରିପାରୁନି । ନବଙ୍କ ସହ ମୋର ୪୦ ବର୍ଷର ସମ୍ପର୍କ । ମାନସିକ ବିକୃତ ଥିବା ପୋଲିସଙ୍କୁ କାହିଁକି ରିଭରଭଲ ଦିଆଯାଇଥିଲା ? ଏନେଇ ପରେ ତଦନ୍ତ ହେବ କିନ୍ତୁ ଆଜିର ଘଟଣା ଅତ୍ୟନ୍ତ ଦୁଃଖଦ ଖବର ।

ସ୍ୱର୍ଗତଃ ନବ କିଶୋର ଦାସ…..

 ୭ ଜାନୁଆରୀ ୧୯୬୨ – ୨୯ ଜାନୁଆରୀ ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା….

ନବ କିଶୋର ଦାସ ୧୯୬୨ ମସିହାର ଜାନୁଆରୀ ୭ ତାରିଖରେ ସମ୍ବଲପୁର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୃସିଂହ ଚରଣ ଦାସ ଓ ପତ୍ନୀଙ୍କ ନାମ ମୀନତି ଦାସ ।

ରାଜନୈତିକ ଜୀବନ…..

ନବ କିଶୋର ଦାସ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଏବଂ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୨୦୧୯ ମସିହାରୁ ୨୦୨୩ ପର୍ଯ୍ୟନ୍ତ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୧୯୮୦ ମସିହାରେ ସେ ଛାତ୍ର ଜୀବନରୁ ରାଜନୀତିରୁ ଯୋଗ ଦେଇଥିଲେ । ପରେ ସେ କଂଗ୍ରେସରେ ଯୋଗଦେଇଥିଲେ ଏବଂ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରୁ ସେ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ, ମାତ୍ର ପରାଜିତ ହୋଇଥିଲେ ।

ଏହାପରେ ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେସେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ଝାରସୁଗୁଡ଼ାରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ମସିହାର ଜାନୁଆରୀ ୧୬ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଏବଂ ୨୪ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ ।

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପୁଣିଥରେ ଝାରସୁଗୁଡ଼ାରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

Related posts

ମହାମହିମ ରାଜ୍ୟପାଳ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଗ୍ରନ୍ଥାଗାର ଓ ନୂତନ ଶୈକ୍ଷିକ ବ୍ଲକର ଉଦଘାଟନ 

Sunil Chandra Nayak

୧୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର, ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ

Sunil Chandra Nayak

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସୁଆଣ୍ଡୋ ଗସ୍ତ

Sunil Chandra Nayak

Leave a Comment

error: Content is protected !!