ଧର୍ମଗଡ:୨୯/୧/୧୩: ଭାରତୀୟ ଜନତା ପାର୍ଟି ପକ୍ଷ ରୁ ଧର୍ମଗଡ଼ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆଜି ସନ୍ଦିକୁଲିଆରୀ ମହାଭାରତ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇ ଯାଇଛି ।। ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ପଟଯୋଷୀଙ୍କ ସଭାପତୀତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଉପସ୍ଥିତି କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇଥିଲେ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ତଳସ୍ତର ର ପର୍ଯ୍ୟନ୍ତ ସବୁ ଯୋଜନା ଗୁଡ଼ିକର କାର୍ଯ୍ୟ କାରୀତା ଯେପରି ଯୋଗ୍ୟ ହିତାଧିକାରୀ ଉପକୃତ ତାହା ହେଲେ ଯାଇ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ସବକା ସାଥ- ସବକା ବିକାଶ ଡାକରା ର ସଫଳତା ହୋଇପାରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଉଦବୋଧନ ଦେଇ ୨୩ବର୍ଷ ର ରାଜ୍ୟ ସରକାର ଦ୍ୱାରା କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ଗୁଡ଼ିକୁ ନାମ ବଦଳାଇ ବାହା ବାହା ନେବା ତଥା ରାଜ୍ୟ ର ସାଢେ଼ ଚାରି କୋଟି ଓଡ଼ିଆଙ୍କୁ ଠକି ଚାଲିଛନ୍ତି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ, ପୂର୍ବତନ ବିଧାୟକ ଯୁଗରାମ ବେହେରା, ଜିଲ୍ଲା ସମ୍ପାଦିକା କାଞ୍ଚନ ବାଗ ଅବସର ପ୍ରାପ୍ତ ଶିକ୍ଷା ବିଭାଗର ବରିଷ୍ଟ କିରାଣୀ ଜବାହରଲାଲ ବାଗ, କୃଷକ ମୋର୍ଚ୍ଚା ରାଜ୍ୟ ସୂତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅପରେଶ ସୁଆଇଁ, ଯୁବମୋର୍ଚ୍ଚା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ଜିଲ୍ଲା ସମ୍ପାଦକ ଗୋଦା ବାରିସ ପାତ୍ର ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ଆବାହକ ଜଗବନ୍ଧୁ ମିଶ୍ର, ଛିଲିପା ସରପଞ୍ଚ ତଥା ଟିପିଗୁଡ଼ା ମଣ୍ଡଳ ସଭାପତୀ ବିଭୁଦତ ପ୍ରଧାନୀ, ଧର୍ମଗଡ଼ ନଗର ମଣ୍ଡଳ ସଭାପତୀ ହରେକୃଷ୍ଣ ପଣ୍ଡା, ଖଇରପଦର ମଣ୍ଡଳ ସଭାପତୀ ଜୟସଙ୍କର ମୁଣ୍ଡ, ପର୍ଲା ମଣ୍ଡଳ ସଭାପତୀ ପରାଶର ସାହୁ ବିଜମାର ମଣ୍ଡଳ ସଭାପତୀ ଅରୁଣ ପଣ୍ଡା, କଲମପୁର ମଣ୍ଡଳ ସଭାପତୀ କମଳ ବାଗ, ମୋଟେର ମଣ୍ଡଳ ସଭାପତୀ ସୁୟମ୍ବର୍ ବାଗ, କୋକସରା ମଣ୍ଡଳ ସଭାପତୀ ଦୁର୍ଗା ପ୍ରଧାନୀ, ଆମପାଣି ମଣ୍ଡଳ ସଭାପତୀ ଅର୍ଜୁନ ଭାଟି, ପ୍ରମୁଖ ମଞ୍ଚାସିନ ଥିଲେ ।
ଏହି କାର୍ଯ୍ୟକ୍ରମ କୁ ମଣ୍ଡଳ ସାଧାରଣ ସମ୍ପାଦକ ଜଗତରାମ ସାହୁ, ଲଲିତ ବାଗ, ଏକାଦଶୀ ଗୋପାଳ, ଘନଶ୍ୟାମ ଭାଟି, ଯୁବମୋର୍ଚ୍ଚା ଟିପିଗୁଡ଼ା ମଣ୍ଡଳ ସଭାପତି ଲକ୍ଷ୍ମଣ ମେହେର ପ୍ରମୁଖ ସହଯୋଗ କରିଥିଲେ ଏହି କାର୍ଯ୍ୟକ୍ରମ ରେ ମାଁ ମାଣିକେଶ୍ଵରୀ ହାରଭେଷ୍ଟର ଚାଳକ ସଂଘ କଳାହାଣ୍ଡି ଜିଲ୍ଲା ର ପ୍ରାୟ ଏକସତ ଜଣ ଓ କଲମପୁର ବ୍ଲକ୍ କୋଟା ଗାଁ ର ଅଭିମନ୍ୟୁ ମୁଣ୍ଡ ଓ ଘନଶ୍ୟାମ ବେହେରା ତଥା ତାରାପୁର ପଞ୍ଚାୟତ ର ପୂର୍ବ ସରପଞ୍ଚ ରାମେଶ୍ବର ଶବର ପ୍ରମୁଖ ଯୋଗଦାନ କରିଥିଲେ ।