ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଗିନିସ୍‌ ବୁକ୍‌ ଅଫ୍‌ ରେକର୍ଡ୍ସରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ !

୧୫ ମାସ ମଧ୍ୟରେ ଷ୍ଟାଡିୟମ୍‌ ନିର୍ମାଣ…..

ରାଉରକେଲାରେ ନବ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌ ଗିନିସ୍‌ ବୁକ୍‌ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଛି। ଏହି ଷ୍ଟାଡିୟମ୍‌ରେ ଦର୍ଶକ ବସିବା କ୍ଷମତାକୁ ବିଚାରକୁ ନିଆଯାଇ ଗିନିସ୍‌ ବୁକ୍‌ ଅଫ୍‌ ରେକର୍ଡ୍ସ ପକ୍ଷରୁ ଏହାକୁ ବିଶ୍ବର ସର୍ବବୃହତ୍‌ ଷ୍ଟାଡିୟମ୍‌ର ମାନ୍ୟତା ଦେଇଛି। ଶନିବାର ୫ଟି ସଚିବ ଭିକେ ପାଣ୍ଡିଆନ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଖୁସିକୁ ବାଣ୍ଟିବା ବେଳର ଏକ ଭିଡିଓ ପୋଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୫ଟି ସଚିବ ପହଞ୍ଚି ସିଧାସଳଖ ଏହି ଖୁସି ଖବର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଖବର ଶୁଣିବା ପରେ ଉଲ୍ଲସିତ ହେବା ସହ ରାଜ୍ୟବାସୀଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ୧୫ ମାସ ମଧ୍ୟରେ ଷ୍ଟାଡିୟମ୍‌ ନିର୍ମାଣ ହୋଇଥିବାରୁ ଏହା ରାଜ୍ୟ ପାଇଁ ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଥିଲେ। ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ଏହି ଷ୍ଟାଡିୟମ୍‌ରେ ଭାରତ ଓ ସ୍ପେନ୍‌ ମଧ୍ୟରେ ପ୍ରଥମ ଆନ୍ତର୍ଜାତିକ ହକି ମ୍ୟାଚ୍‌ ଖେଳାଯାଇଥିଲା। ଷ୍ଟାଡିୟମ୍‌ ପରିସରରେ କ୍ରୀଡ଼ା ଗ୍ରାମ ନିର୍ମାଣ କରାଯାଇ ଏକାସଙ୍ଗରେ ୮ ଦଳର ରହିବା ଓ ସେମାନଙ୍କ ଅଭ୍ୟାସ, ଶାରୀରିକ ବ୍ୟାୟାମ, ସନ୍ତରଣ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଗିନିସ୍‌ ବୁକ୍‌ ଅଫ୍‌ ରେକର୍ଡ୍ସରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ ସ୍ଥାନ ପାଇବା ପରେ ସର୍ବବୃହତ୍‌ ଷ୍ଟାଡିୟମ୍‌କୁ ନେଇ ରହିଥିବା ଦ୍ବନ୍ଦ୍ବର ଅନ୍ତ ଘଟିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆହୁରି ସଶକ୍ତ ହେବ ମହିଳା ଏସଏସଜି…ମିଶନ ଶକ୍ତି ମହିଳାଙ୍କୁ ବିଦ୍ୟୁତ୍‌ ଚାଳିତ ସ୍କୁଟର

Sunil Chandra Nayak

ସଂକ୍ଷେପରେ ପଦ୍ମଶ୍ରୀ ଅଦ୍ୱୈତ ଗଡନାୟକ :ଢେ଼ଙ୍କାନାଳ ଜିଲ୍ଲାର ଗର୍ବ ଓ ଗୌରବ 

masiha

କଳାହାଣ୍ଡି ର ଗର୍ବ ଗୌରବ…. ଔଷଧୀୟ ବନସ୍ପତି ର ସଂରକ୍ଷକ ପଟାୟତ ଙ୍କୁ ପଦ୍ମ

Sunil Chandra Nayak

Leave a Comment

error: Content is protected !!