ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ତାଲୁକ ଆଇନ ସେବା ସମିତି, ଧର୍ମଗଡ ତରଫରୁ କାର୍ଯ୍ୟରତ ମହିଳା ମାନଙ୍କ ଉପରେ ହେଉଥିବା ଶାରୀରିକ ତଥା ମାନସିକ ଅତ୍ୟାଚାର, ଅଭିଯୋଗ ବ୍ୟବସ୍ଥା ତଥା ଏହାର ନିରାକରଣ (PoSH Act, 2013) ଉପରେ ଏକ ଆଇନ ସଚେତନତା ସଭା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

 ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବରିଷ୍ଠ ଦେୱାନି ଜଜ୍ ଶ୍ରୀ ବିଶ୍ବ ବିସୃତ କର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ପ୍ରଜ୍ଞ୍ୟା ପାରମିତା ସ୍ୱାଇଁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ ଶ୍ରୀ ରାଜେଶ କୁମାର ଦାସ, ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର ମୁନି ପ୍ରମୁଖ ଉପସ୍ଥିତ ରହି ପୋସ୍ ଆଇନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ଷେତ୍ର ରେ ନିଜ ସହକର୍ମୀ, ଅଧିକାରୀ କିମ୍ବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଦ୍ୱାରା ଅତ୍ୟାଚାର ର ସମୁଖୀନ ହେଉଥିଲେ ନିଜକୁ ଦୁର୍ବଳା ଅବଳା ନ ମଣି ପ୍ରତିବାଦର ସ୍ଵର ଉତ୍ତୋଳନ କରିବା ପାଇଁ ଉପସ୍ଥିତ ମହିଳା ମାନଙ୍କୁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଏହି ଅବସରରେ ଉପସ୍ଥିତ ମହିଳା ମାନଙ୍କୁ ଆହ୍ଵାନ କରିଥିଲେ। ବରିଷ୍ଠ ଡାକ୍ତର ଅଶ୍ୱିନୀ କୁମାର କର ଓ ଡା. ଅଜିତ କୁମାର ଦାସ ଙ୍କ ଉପସ୍ଥିତିରେ ତାଲୁକ ଆଇନ ସେବା ସମିତି ସଦସ୍ୟା ଶ୍ରୀମତୀ ସଂଯୁକ୍ତା ପଣ୍ଡା ସଭା ପରିଚାଳନା କରିଥିବା ବେଳେ ରିଟେନର ଶ୍ରୀ ହରିଶ ଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଚିଲିଗୁଡା ହାଇ ସ୍କୁଲରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମ 

masiha

ଅକ୍ଷୟ ତୃତୀୟା ଯିବା ର 1 ମାସ ପରେ ମଧ୍ୟ ବିହନ ପାଇଁ ହିନସ୍ତା ମହାକାଳ ପଡା ଚାଷୀ

masiha

ରାଉରକେଲାରେ ଅନୁଷ୍ଠିତ ହେଲା ‘ପରାକ୍ରମ ଶୋଭାଯାତ୍ରା

masiha

Leave a Comment

error: Content is protected !!