ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ନବ ଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ

ଡାବୁଗାଁ, ୧/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳଙ୍କ ତତ୍ଵାବଧାନରେ ଡାବୁଗାଁ ଠାରେ ନବ ଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ଠାରୁ ଏକ ରାଲିରେ ବାହାରି ସ୍ଵାକ୍ଷରତା ସଚେତନ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଡାବୁଗାଁ ବଜାର ପରିକ୍ରମା କରି ବିଦ୍ୟାଳୟ ଠାରେ ପହଞ୍ଚିଥିଲେ | ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା୧୫ ରୁ ୩୫ ବର୍ଷ ବୟସର ସମସ୍ତ ମହିଳା ଓ ପୁରୁଷ ବ୍ୟକ୍ତି କିପରି ସ୍ଵାକ୍ଷର ହେବେ ସେ ନେଇ ସଚେତନ କରିବା, ସେପ୍ଟେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସାକ୍ଷରତା ସପ୍ତାହ ପାଳନ ଓ ୮ ତାରିଖ ଦିନ ବିଶ୍ଵ ସ୍ଵାକ୍ଷରତା ଦିବସ ପାଳନ କରାଯିବ | ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ ଓ ସନ୍ତୋଷ କୁମାର ସାହୁ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନଞ୍ଜୟ ବଡଜେନା ଓ ପ୍ରସନ୍ନ କୁମାର ଦଣ୍ଡସେନା, ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ, ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ଛାତ୍ର ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଏକାଧିକ ଔଷଧ ଖାଇ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

Sunil Chandra Nayak

ଖାଉଟିଙ୍କୁ କନ୍ଦାଉଛି ଆକାଶଛୁଆଁ ପରିବା ଦର

masiha

କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା

masiha

Leave a Comment

error: Content is protected !!