ଡାବୁଗାଁ, ୧/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳଙ୍କ ତତ୍ଵାବଧାନରେ ଡାବୁଗାଁ ଠାରେ ନବ ଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ଠାରୁ ଏକ ରାଲିରେ ବାହାରି ସ୍ଵାକ୍ଷରତା ସଚେତନ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଡାବୁଗାଁ ବଜାର ପରିକ୍ରମା କରି ବିଦ୍ୟାଳୟ ଠାରେ ପହଞ୍ଚିଥିଲେ | ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା୧୫ ରୁ ୩୫ ବର୍ଷ ବୟସର ସମସ୍ତ ମହିଳା ଓ ପୁରୁଷ ବ୍ୟକ୍ତି କିପରି ସ୍ଵାକ୍ଷର ହେବେ ସେ ନେଇ ସଚେତନ କରିବା, ସେପ୍ଟେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସାକ୍ଷରତା ସପ୍ତାହ ପାଳନ ଓ ୮ ତାରିଖ ଦିନ ବିଶ୍ଵ ସ୍ଵାକ୍ଷରତା ଦିବସ ପାଳନ କରାଯିବ | ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ ଓ ସନ୍ତୋଷ କୁମାର ସାହୁ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନଞ୍ଜୟ ବଡଜେନା ଓ ପ୍ରସନ୍ନ କୁମାର ଦଣ୍ଡସେନା, ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ, ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ଛାତ୍ର ମାନେ ଯୋଗ ଦେଇଥିଲେ |