ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦାଦନ ସର୍ଦ୍ଧାର ମାଡ଼ ରେ ଲହୁ ଲୁହାଣ ଶ୍ରମିକ …. ଥାନା ରେ ଲିଖିତ ଅଭିଯୋଗ ପରେ 2 ଦଲାଲ ଅଟକ..ମୁଖ୍ୟ ଅଭିଯୁକ୍ତ ଫେରାର

ଦାଦନ ସର୍ଦ୍ଧାର ମାଡ଼ ରେ ଲହୁ ଲୁହାଣ ଶ୍ରମିକ …. ଥାନା ରେ ଲିଖିତ ଅଭିଯୋଗ ପରେ 2 ଦଲାଲ ଅଟକ..ମୁଖ୍ୟ ଅଭିଯୁକ୍ତ ଫେରାର

ଘଟଣା କୁ ଚାପିବାକୁ କିଏ କରୁଛି ପ୍ରୟାସ 

ପାଟଣାଗଡ଼ – ୨୦/୧୧ ବଲାଙ୍ଗୀର ଜିଲ୍ଲା ରେ ପୁଣି ଦାଦନ ନିର୍ଯାତନା ଘଟଣା ସାମ୍ନା କୁ ଆସିଛି |ଦାଦନ ସର୍ଦାର ମାଡ଼ ରେ ଜଣେ ଦାଦନ ଶ୍ରମିକ ଲହୁ ଲୁହାଣ ହୋବା ସହ ପରିବାର ଭୟବିତ ଥିବା ନେଇ ପାଟଣାଗଡ଼ ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ ହେବା ସହ 2 ଜଣ ଦଲାଲ କୁ ଥାନାରେ ଅଟକ ରଖି ପଚାରା ଉଚରା କରୁଥୁବା ପାଟଣାଗଡ଼ ଥାନା ଅଧିକାରୀ ସୂଚନା ଦେଇଛନ୍ତି |ତେବେ ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥୁବା ମାଟିଖାଇ ଗାଁର ଦାଦନ ସର୍ଦାର ତୁଲାରାମ ସୁନା କୁ ପୁଲିସ କେବେ ଗିରଫ କରିବ ବୋଲି ପ୍ରଶ୍ନ ଉଠୁଛି |ନାଁ ଜାଣିଶୁଣି ତଳିଆ ଦଲାଲ କୁ ଗିରଫ କରି ମୁଖ୍ୟ ଅଭିଯୁକ୍ତ କୁ ଖସାଇ ଦେବ ତାକୁ ନେଇ ସଂନ୍ଦେହେ ସୃଷ୍ଟି ହେଉଛି |କାରଣ ବରିଷ୍ଠ ପୁଲିସ ଅଧିକାରି ଙ୍କ ସହ ତୁଲାରାମ ଙ୍କ ଭଲ ସମ୍ପର୍କ ଥିବାରୁ ତାକୁ କିଏ ସୁରକ୍ଷା ଦେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ଅଭିଯୋଗ ଅନୁସାରେ ପାଟଣାଗଡ ଥାନା ମୁଣ୍ଡୋମହୁଲ ଗାଁର 2 ଟି ପରିବାର ଏବଂ କଦଳୀମୁଣ୍ଡା ଗାଁର 2 ଟି ର ମୋଟ 8ଜଣ ସଦସ୍ୟ କୁ ଦାଦନ ସର୍ଦାର ମାଟିଖାଇ ଗାଁର ତୁଲାରାମ ସୁନା ମୁଣ୍ଡ ପିଛା 30 ହଜାର ଟଙ୍କା ଦେଇ ବାହାର ରାଜ୍ୟ କୁ ବେଆଇନ ଚାଲାଣ କରୁଥୁଲା |ଏନେଇ ବଲାଙ୍ଗୀର ଟାଉନ ଥାନା ପୁଲିସ ଖବର ପାଇ ବଲାଙ୍ଗୀର ରେଲୱେ ଷ୍ଟେସନ ରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା |ଉଦ୍ଧାର ପରେ ଶ୍ରମିକ ମାନେ ଗାଁରେ ଥିବାବେଳେ ପୁଣି ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯିବାକୁ ଗତ ୧୯/୧୧/୨୩ ଦିନ ଏହି ବିଷୟ ରେ ଗାଁ ରେ ଏକ ମିଟିଂ ବସି ସମାଧାନ କରିବାକୁ ମଣ୍ଡୋମହୁଲ ଗାଁ ର ବିପିନ ତାଣ୍ଡି (୫୫) ଡାକି ଥିଲା |ସେଠାରେ ଶ୍ରମିକ ମାନେ ବେଆଇନ ନୁହେଁ ପଞ୍ଜିକରଣ କରି ଆମେ ବାହାର ରାଜ୍ୟ କୁ ଯିବୁ ବୋଲି କହିବାରୁ ଦାଦନ ତୁଲାରାମ ଙ୍କ ତଳେ ରହି କାମ କରୁଥୁବା ସର୍ଦ୍ଦାର ଭକ୍ତ ବାଗ ଙ୍କ ଭାଇ ଅଜିତ ବାଗ ଶ୍ରମିକ ମାନଙ୍କୁ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ଥାନା ଲିଖିତ ଅଭିଯୋଗ କରିଛନ୍ତି ଶ୍ରମିକ ବିପିନ ।|ଏନେଇ ଶ୍ରମିକ ବିପିନ ଓ ତାଙ୍କ ସ୍ତ୍ରୀ ପରିବାର ଥାନା ରେ ଲିଖିତ ଅଭିଯୋଗ କରିବା ସହ ସର୍ଦ୍ଦାର ଜୀବନ ରେ ମାରିଦେବାକୁ ଧମକ ଦେଉଥିବା ରୁ ବିପିନ ଙ୍କ ପରିବାର ଭୟଭୀତ ହେବା ସହ ସୁରକ୍ଷା ଯୋଗାଇ ଦେବାକୁ ପୁଲିସ ଙ୍କୁ ଗୁହାରୀ କରିଛନ୍ତି । ପରେ ପୁଲିସ ଥାନାରେ ଏକ ମାମଲା ରୁଜୁ କରି 2ଜଣ ଦଲାଲ କୁ ଅଟକ ରଖି ପଚରା ଉଚରା କରିଥିବା ବେଳେ ମୂଖ୍ୟ ଅଭିଯୁକ୍ତ କୁହାଯାଉଥୁବା ତୁଲାରାମ ସର୍ଦାର କେଉଁଠି ବୋଲି ପ୍ରଶ୍ନ ଉଠୁଛି |ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଉପଯୁକ୍ତ ତଦନ୍ତ ପାଇଁ ଦାବି ହେଉଛି।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଏକମାସ ଧରି ନିଖୋଜ ବହୁ ଚର୍ଚ୍ଚିତ ଭିକି ମହାନ୍ତିର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ଓ ଘଟଣାର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍ ଡେ’ ପୂର୍ବରୁ ଅଭାବନୀୟ ଘଟଣା

Sunil Chandra Nayak

ବିଷ ପଈ ମହିଳାଙ୍କ ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!