ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ 123ତମ ଜୟନ୍ତୀ ପାଳିତ

ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ 123ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର,23ା11 : ଓଡ଼ିଶାର ପ୍ରାକ୍ତନ ମୁଖମନ୍ତ୍ରୀ, ଅାଦର୍ଶ ପୁରୁଷ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ 123ତମ ଜୟନ୍ତୀ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସଭାପତି, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସ୍ବର୍ଗତ ଚୌଧୁରୀଙ୍କ ନିର୍ମଳ ରାଜନୈତିକ କାର୍ଯ୍ୟକଳାପ ତଥା ସମାଜରୁ ଦୁଃଖ ଦୈନ୍ୟ ଦୁରୀକରଣ ପାଇଁ ତାଙ୍କର ଅହରହ ଚେଷ୍ଟା ଉପରେ ବକ୍ତାମାନେ ମତ ପ୍ରଦାନ କରିଥିଲେ ବରିଷ୍ଠ ସାହିତି୍ୟକ ତଥା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ସ୍ବର୍ଗତ ଚୌଧୁରୀଙ୍କ ଜୀବନୀ ଏବଂ ସମାଜସେବା ଉପରେ ବିସ୍ତୃତ ଭାବେ ଅାଲୋଚନା କରିଥିଲେ ଅାବାହକ ଅଶୋକ କୁମାର ଦଳେଇ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଡ଼ଃ. ଡ଼ମ୍ବରୁଧର ସାହୁ, ବରିଷ୍ଠ ଶ୍ରମିକ ନେତା କାମରାଜୁ ମହାରଣା, ଗଞ୍ଜାମ ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ କୁମାର ସାହୁ, ଅାଡ଼ଭୋକେଟ ସରୋଜ ରଂଜନ ପଟ୍ଟନାୟକ, ମାନସ ରଞ୍ଜନ ତ୍ରିପାଠୀ, ଶିବ ପ୍ରସନ୍ନ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାଶ, କାର୍ତ୍ତିକେଶ୍ୱର ପ୍ରଧାନ ଓ ବିଘ୍ନରାଜ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅମ୍ଲାନ ପ୍ରତିଭା ଉପରେ ଅାଲୋଚନା କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମାଲ ପରିବହନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ ପ୍ରସଙ୍ଗ ବିଧାୟକ ଶ୍ରୀ ତନ୍ତୀଙ୍କ ଚିଠି ପରେ ଏନ ଏସ ପି ସି ଏଲର କାର୍ଯ୍ୟାନୁଷ୍ଠାନ ଗ୍ରହଣ.

Sunil Chandra Nayak

ଭିନ୍ନକ୍ଷମଙ୍କୁ ଦିଆଯାଇଥିବା ଟ୍ରାଇ ସାଇକେଲ, ଜୋର କରି ଛାଡେଇନେଲେ ସୁରକ୍ଷା ଅଧିକାରୀ 

Sunil Chandra Nayak

ଗ୍ରୀଷ୍ମ ଋତୁ ରେ ଜନ ସାଧାରଣ ଙ୍କ ତୃଷ୍ଣା ମେଣ୍ଟାଉଛି ଗୁପ୍ତ ଜଳ ସେବା କେନ୍ଦ୍ର

masiha

Leave a Comment

error: Content is protected !!