ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତ୍ୟୁ ସହିତ ଲଢ଼ୁଛି ଦନ୍ତା, ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ମୃତ୍ୟୁ ସହିତ ଲଢ଼ୁଛି ଦନ୍ତା, ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଲାଞ୍ଜିଗଡ଼,୨୪/୧୧(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ବନାଞ୍ଚଳ କମର୍ଦ୍ଧା ପଞ୍ଚାୟତ ଗନ୍ଧରବାରୁ ଗାଁ ନିକଟସ୍ଥ ଏକ କପାକ୍ଷେତରେ ଏକ ବିରାଟ ଦନ୍ତାହାତୀ ଅସୁସ୍ଥ ଅବସ୍ଥାରେ ପଡ଼ିରହିଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ ! ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ! ହାତୀଟିର ଦେହରେ ଗଭୀର କ୍ଷତ ଥିବାବେଳେ କେଉଁ କାରଣରୁ ହାତୀଟି ଆହତ ହେଲା ଜଣାପଡ଼ିନାହିଁ ! ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକର ସୀମାନ୍ତ କମର୍ଦ୍ଧା ଅଞ୍ଚଳରେ ଗତ କିଛି ବର୍ଷ ହେଲା ଜଙ୍ଗଲୀ ହାତୀ ପଲ ଆତଯାତ ବୃଦ୍ଧି ପାଇଥିବାବେଳେ ବିଭିନ୍ନ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ଭଳି ପରିସ୍ଥିତି ସୃଷ୍ଟି ହେଉଛି ! ଏଣୁ ବନ ବିଭାଗ ପକ୍ଷରୁ ହାତୀଙ୍କ ସୁରକ୍ଷା ସହିତ ଚାଷବାସ ଓ ମଣିଷର ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହେଉଛି !

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଢେ଼ଙ୍କାନାଳ କାମାକ୍ଷାନଗରରେ ଘାତକ ସାଜିଛି ଏଡ଼ସ

ଡକ୍ଟର ପବନ କୁମାର ଅଗ୍ରୱାଲ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

Sunil Chandra Nayak

ଭବାନୀପାଟଣା ରେଳ ଷ୍ଟେସନରେ କୋଚ୍ ଇଣ୍ଡିକେସନ୍ ବୋର୍ଡ ସ୍ଥାପିତ

Sunil Chandra Nayak

Leave a Comment

error: Content is protected !!