ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟନେଲ ରେ ଫସିଥିବା ଶ୍ରମିକ ଙ୍କ ପରିବାର ଲୋକ ଙ୍କୁ ଭେଟିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି 

ଟନେଲ ରେ ଫସିଥିବା ଶ୍ରମିକ ଙ୍କ ପରିବାର ଲୋକ ଙ୍କୁ ଭେଟିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି 

ଡାବୁଗାଁ, ୨୪/୧୧ (ମ.ନି.ସ.)- ଉତ୍ତରାଖଣ୍ଡ ର ଉତ୍ତରାକାଶୀର ଟନେଲ ରେ ଫସିଥିବା ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ତାଳବେଢ଼ା ଗ୍ରାମର ଶ୍ରମିକ ଭଗବାନ ଭତ୍ରା ଙ୍କ ଘରକୁ ଶୁକ୍ରବାର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପରିବାର ବର୍ଗ କୁ ଭେଟି ସାନ୍ତ୍ୱନା ଦେବା ସହିତ ସମବେଦଦନା ଜଣାଇଲେ । ଭଗବାନ ଙ୍କ ସହିତ କିଭଳି ଅନ୍ୟ ଶ୍ରମିକ ମାନେ ସୁରକ୍ଷିତ ଭାବେ ଟନେଲ ରୁ ବାହାରିବେ ସେନେଇ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଏବଂ ଶ୍ରମିକ ଙ୍କ ଉଦ୍ଧାର କାର୍ଯ୍ୟର ତ୍ୱରାନ୍ୱିତ ନେଇ କେନ୍ଦ୍ର ସରକାର ଙ୍କ ସହିତ ଓ ଉତ୍ତରାଖଣ୍ଡ ରାଜ୍ୟ ସରକାର ଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ପ୍ରତ୍ୟେକ ମୁହୂର୍ତ୍ତ ରେ ଯୋଗାଯୋଗ ରେ ଥିବା ନେଇ ବିଧାୟକ ରନ୍ଧାରୀ ପ୍ରକାଶ କରିଥିଲେ । ଏଥିସହ ଭଗବାନ ସୁରକ୍ଷିତ ଭାବେ ଫେରିଆସିବା ପରେ ଭଗବାନ ଙ୍କ ସମେତ ଅନ୍ୟ ପାଠ ପଢି ଶ୍ରମିକ ସାଜିଥିବା ଯୁବକ ମାନଙ୍କୁ ନିଜ ଅଞ୍ଚଳ ରେ ରଜୋଗାର ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଥିବା ବିଧାୟକ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଜିଲା ଶ୍ରମ ବିଭାଗ ପକ୍ଷ ରୁ ଭଗବାନ ଙ୍କ ଭାଇ ଫୁଲ ଚାନ୍ଦ ଭତ୍ରା ଙ୍କୁ ଆଜି ଭୁବନେଶ୍ୱର ନିଆଯାଇ ସେଠାରୁ ଉତ୍ତରାଖଣ୍ଡ ପଠାଯିବ। ଜିଲା ଅତିରିକ୍ତ ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ତାଳବେଡ଼ା ପହଞ୍ଚି ଭଗବାନ ଭତ୍ରା ଙ୍କ ଭାଇ ଙ୍କୁ ତାଙ୍କ ଗାଁ ରୁ ସାଙ୍ଗରେ ନେଇ ଯାଇଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୋଟର ସାଇକେଲ ଦୁର୍ଘଟଣା, ୧ ଆହତ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ: ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ ବିନ୍ଦୁ ମହାନନ୍ଦ

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ାର ୨୩ ତମ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!