ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟନେଲ ରେ ଫସିଥିବା ଶ୍ରମିକ ଙ୍କ ପରିବାର ଲୋକ ଙ୍କୁ ଭେଟିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି 

ଟନେଲ ରେ ଫସିଥିବା ଶ୍ରମିକ ଙ୍କ ପରିବାର ଲୋକ ଙ୍କୁ ଭେଟିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି 

ଡାବୁଗାଁ, ୨୪/୧୧ (ମ.ନି.ସ.)- ଉତ୍ତରାଖଣ୍ଡ ର ଉତ୍ତରାକାଶୀର ଟନେଲ ରେ ଫସିଥିବା ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ତାଳବେଢ଼ା ଗ୍ରାମର ଶ୍ରମିକ ଭଗବାନ ଭତ୍ରା ଙ୍କ ଘରକୁ ଶୁକ୍ରବାର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପରିବାର ବର୍ଗ କୁ ଭେଟି ସାନ୍ତ୍ୱନା ଦେବା ସହିତ ସମବେଦଦନା ଜଣାଇଲେ । ଭଗବାନ ଙ୍କ ସହିତ କିଭଳି ଅନ୍ୟ ଶ୍ରମିକ ମାନେ ସୁରକ୍ଷିତ ଭାବେ ଟନେଲ ରୁ ବାହାରିବେ ସେନେଇ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଏବଂ ଶ୍ରମିକ ଙ୍କ ଉଦ୍ଧାର କାର୍ଯ୍ୟର ତ୍ୱରାନ୍ୱିତ ନେଇ କେନ୍ଦ୍ର ସରକାର ଙ୍କ ସହିତ ଓ ଉତ୍ତରାଖଣ୍ଡ ରାଜ୍ୟ ସରକାର ଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ପ୍ରତ୍ୟେକ ମୁହୂର୍ତ୍ତ ରେ ଯୋଗାଯୋଗ ରେ ଥିବା ନେଇ ବିଧାୟକ ରନ୍ଧାରୀ ପ୍ରକାଶ କରିଥିଲେ । ଏଥିସହ ଭଗବାନ ସୁରକ୍ଷିତ ଭାବେ ଫେରିଆସିବା ପରେ ଭଗବାନ ଙ୍କ ସମେତ ଅନ୍ୟ ପାଠ ପଢି ଶ୍ରମିକ ସାଜିଥିବା ଯୁବକ ମାନଙ୍କୁ ନିଜ ଅଞ୍ଚଳ ରେ ରଜୋଗାର ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଥିବା ବିଧାୟକ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଜିଲା ଶ୍ରମ ବିଭାଗ ପକ୍ଷ ରୁ ଭଗବାନ ଙ୍କ ଭାଇ ଫୁଲ ଚାନ୍ଦ ଭତ୍ରା ଙ୍କୁ ଆଜି ଭୁବନେଶ୍ୱର ନିଆଯାଇ ସେଠାରୁ ଉତ୍ତରାଖଣ୍ଡ ପଠାଯିବ। ଜିଲା ଅତିରିକ୍ତ ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ତାଳବେଡ଼ା ପହଞ୍ଚି ଭଗବାନ ଭତ୍ରା ଙ୍କ ଭାଇ ଙ୍କୁ ତାଙ୍କ ଗାଁ ରୁ ସାଙ୍ଗରେ ନେଇ ଯାଇଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚାରିବର୍ଷ ହେଲା ସରୁନି ଠେଙ୍ଗାଧରା-ମନ୍ଦାର ବଡନଦୀ ପୋଲ କାମ, ମୁଖ୍ୟ ଯନ୍ତ୍ରୀଙ୍କ ଟେବୁଲତଳେ ୱାଲ ଡିଜାଇନ୍ ଫାଇଲ, ଅସୁବିଧାରେ ୧୧ ପଞ୍ଚାୟତବାସୀ

Sunil Chandra Nayak

କାଉନସିଲ୍ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ ରେ ବାମନଘାଟି ଉପଖଣ୍ଡରେ ବାରଘଣ୍ଟିଆ ବନ୍ଦ ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!