ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବିତା ପାଠୋତ୍ସବରେ ଯୋଗଦେଲେ ମୋ ଅନୁଷ୍ଠାନ ସଦସ୍ୟା

କବିତା ପାଠୋତ୍ସବରେ ଯୋଗଦେଲେ ମୋ ଅନୁଷ୍ଠାନ ସଦସ୍ୟା

ବାଲେଶ୍ଵର,୨୨/୧୧/୨୩ – ଗତ ତା ୨୨.୧୧.୨୩ ରିଖ ସନ୍ଧ୍ୟା ୬ ଘଣ୍ଟା ସମୟ ରେ ତନୁସାନ ଟିଭି ଆନୁକୁଲ୍ୟରେ ସମ୍ବିଧାନ ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର କବିତା ଆସର ସୁବର୍ଣ୍ଣପୁର ସ୍ଥିତ ସତସଙ୍ଗ ବିହାର ପାଖରେ ଅନୁଷ୍ଠିତ ହୋଇଥିଲା ।ଏହି ପରିପ୍ରେକ୍ଷୀରେ ବୀର ମହାରାଜପୁର ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଶାନ୍ତନୁ କୁମ୍ଭକାର, ଉପଦେଷ୍ଟା ତନୁସାନ ଟିଭି ସଭାପତି ଭାବେ ଆସନ ଅଳଙ୍କୃତ କରି ଭାରତର ସମ୍ବିଧାନ ପ୍ରତି ଆମ୍ବେଦକରଙ୍କ ଅବଦାନ ଓ ପ୍ରତ୍ୟେକ ନାଗରିକର ନିଜ ଦେଶ ପ୍ରତି କର୍ତ୍ତବ୍ୟ ବିଷୟରେ ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ଆଇନଜୀବୀ ମଧୁସୂଦନ ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ କବି ଲେଖକ ଗାୟକ ସଙ୍ଗୀତ ନିର୍ଦ୍ଦେଶକ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଧର ବାଗ । ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ ବିଶିଷ୍ଟ କବି ଲେଖକ ବରିଷ୍ଠ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ । ସଭା କାର୍ଯ୍ୟ ସାଙ୍ଗ ପରେ ଆୟୋଜିତ ହୋଇଥିବା କବିତା ଆସର ରେ ବହୁ ସଂଖ୍ୟାରେ କବି କବୟିତ୍ରୀ ନିଜ ସ୍ବରଚିତ କବିତା ପଠନ କରି ସମ୍ବିଧାନ ଦିବସର ସ୍ମୃତି ଚାରଣା କରିଥିଲେ । ସମସ୍ତ କବି ପ୍ରତିଭାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି ମଧୁ ସୁଦନ ପ୍ରଧାନ ଓ ମୁଖ୍ୟବକ୍ତା ଶ୍ରୀଧର ବାଗ । ସମସ୍ତ କବି କବୟତ୍ରୀଙ୍କ ମଧ୍ୟରେ କୁନି ପ୍ରତିଭା କବି ସୁଶ୍ରୀ ପ୍ରାଚୀ ପ୍ରିୟଦର୍ଶିନୀ ସାହୁ, ମହିଳା କାବ୍ୟ ମଞ୍ଚ ସୁବର୍ଣ୍ଣପୁର ଜିଲ୍ଲା ଅଧ୍ୟକ୍ଷା ତଥା ମୋ ଅନୁଷ୍ଠାନ ସଦସ୍ୟା ସ୍ୱର୍ଣ୍ଣପ୍ରଭା ମହାପାତ୍ର, ବୀର ମହାରାଜପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସନ୍ତୋଷିନୀ ନନ୍ଦ, ସୁଶ୍ରୀ ତନ୍ମୟବାଳା ମିଶ୍ର କବି ଲେଖକ ଗାୟକ ସଙ୍ଗୀତଜ୍ଞ ଶିକ୍ଷକ ଅନିରୁଦ୍ଧ କୁରକୂରିଆ, ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ନନ୍ଦ, ଶିକ୍ଷକ କବି ମନୋରଞ୍ଜନ ନାଏକ, ଲକ୍ଷ୍ମୀ ନାରାୟଣ ସାହୁ, ବେଣୁଧର ସୁରୁଜାଲ, ଶ୍ରୀଧର ବାଗ ପ୍ରମୁଖ । ସମସ୍ତଙ୍କ କବିତାରେ ଦେଶ ପ୍ରେମ ଭାବ ଜାଗ୍ରତ ହେବା ସହିତ ସାମାଜିକ କୁସଂସ୍କାର ଦୂର ପାଇଁ ସଚେତନତାର ବାର୍ତ୍ତା ଓ ସମ୍ବିଧାନ ପ୍ରତି ପ୍ରତିଟି ବ୍ୟକ୍ତିର କର୍ତ୍ତବ୍ୟ ଭାବ ପ୍ରସ୍ଫୁଟିତ ହୋଇଥିଲା । କବିତା ଆସର ଟିକୁ ନିଜ ସୁନ୍ଦର ସଂଯୋଜନାରେ ଶବ୍ଦ ରଙ୍ଗ ଦେଇ ଭରି ଦେଇଥିଲେ କବି ଲକ୍ଷ୍ମୀ ନାରାୟଣ ସାହୁ । ଆସର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାପତି ଶାନ୍ତନୁ କୁମ୍ଭକାର ସଭା ସାଙ୍ଗ ଘୋଷଣା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖଡିଆଳ ସହରର ବରିଷ୍ଠ ନାଗରିକ, ସିଲେଇ ଶିକ୍ଷକ ଝୁମକ ଲାଲ ବର୍ମା ଙ୍କ ଆଜି ୯୪ ବର୍ଷ ବୟସ ରେ ଦେହାନ୍ତ

masiha

କୁସୁମିତ ବ୍ଳକ ! ଝିପାଵନ୍ଧ ପଞ୍ଚାୟତ ; ମରଣଯନ୍ତା ପାଲଟିଛି ଢାମ୍ପୁସାହି ଗ୍ରାମ ରାସ୍ତା ମରଣଯନ୍ତା

masiha

ମେଗାଲିଫ୍ଟ ଚାଷି ଙ୍କ ଆମରଣ ଅନଶନ, ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଓହରିଲେ ଆନ୍ଦୋଳନକାରୀ। ପଞ୍ଜିକରଣ ଆରମ୍ଭ ନ ହେବା ଯାଏଁ ଧାରଣା ଜାରି ରହିବ….

Leave a Comment

error: Content is protected !!