ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରନ୍ଦା ମାଘମେଳା ପାଇଁ ବାଟ ଫିଟିଲା

ଢେଙ୍କାନାଳ (ମ ନି ସ)୨୧/୦୧_ ଗଁଦିଆ ବ୍ଲକ ର ଯୋରନ୍ଦା ମହିମାଗାଦି ଠାରେ ଦୁଇ ବର୍ଷପରେ ହେବାକୁ ଥିବା ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ପୂର୍ଣ୍ଣିମା ଓ ମହିମା ମେଳା ର ପ୍ରସ୍ତୁତି ଆରମ୍ଭ ହୋଇଛି l ଶେଷରେ ଉଭୟ ଗୋଷ୍ଠୀ ମହିମାସାଧୁ ମାନଙ୍କୁ ମନେଇବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ l ବର୍ତମାନ ପାଇଁ ଅସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରେ ଦୁଇ ଗୋଷ୍ଠୀ ର ସାଧୁସନ୍ଥ ସମସ୍ତ କଥାକୁ ମାନି ନେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠି ଓ ବିଧାୟକ ସୁଧୀର କୁମାର ସାମଲ , ଗଁଦିଆ ବିଡ଼ିଓ ଆଶିଷ ରଞ୍ଜନ ସାହୁଙ୍କ ଜରିଆରେ ଯୋରନ୍ଦାର ପୁରାତନ ମାଘ ମେଳା ଓ ଯୋରନ୍ଦା ମେଳା ପାଇଁ ଦୁଇ ଗୋଷ୍ଠି ପାଇଁ ଯାତ୍ରା ବାସି ଦିନରେ ଆଲୋଚନା କରାଯିବ ଓ ସ୍ଥାୟୀ କୌପୁନି ସମାଜକୁ ତାଙ୍କର ମନ୍ଦିର କୁ କିଛି ସ୍ଥାନରେ ସ୍ଥାୟୀ କରାଯିବ ଦିଆଯିବ ବୋଲି ଢେଙ୍କାନାଳ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଯାଇଛି ତତ୍ସହ ଆଗକୁ ଦୁଇ ଗୋଷ୍ଠିଙ୍କ ଭିତରେ ହୋଇଥିବା ବିବାଦକୁ ସମାଧାନ କରାଯିବ ବୋଲି ବିଶେଷ ସୁତ୍ରରୁ ସୂଚନା ପ୍ରଦାନ କରାଯାଇଛି l

ଢେଙ୍କାନାଳ ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ

Related posts

ଉପଖଣ୍ଡ ସ୍ତରୀୟ ଆଦିବାସୀ ଶବର ସମାଜ ର କାର୍ଯ୍ୟକାରିଣୀ ସଭା

masiha

ଜାମଦା:ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ସହ ଶିଶୁ ବାଟିକାର ଶୁଭାରମ୍ଭ

masiha

ମୁଣ୍ଡାରୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି

Sunil Chandra Nayak

Leave a Comment

error: Content is protected !!