ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଘାଟିତ

କୋକସରା,୨୧/୦୧// ସ୍ଥାନୀୟ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ସ୍ବେଚ୍ଛାସେବୀ ମାନଙ୍କ ପାଇଁ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମହା ବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀ ଯୋଗଦେଇ କହିଥିଲେ ତିନି ପୁରୁଷର ଗୁଣସୁତ୍ରରୁ ଆମର ସୃଷ୍ଟି । ତେଣୁ ଆମେ ତାଙ୍କ ଋଣ ସୁଝିବା ପାଇଁ ବିଭିନ୍ନ ସେବା କ୍ଷେତ୍ରରେ ଯୋଗଦେବା । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ରେଡକ୍ରସ ଆବାହକ ସଂପାଦକ ସଂଜିବ କୁମାର ସାହୁ ଓ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିହାର କାନ୍ତ ପଣ୍ଡା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ, କୋକସରା ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଧିର କୁମାର ପଣ୍ଡା, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଯୁବ ରେଡକ୍ରସର ସଂଯୋଜକ ଶାନ୍ତନୁ କୁମାର ପରିଡା କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସର ସଫଳତାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ। କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶିବିରର ନିର୍ଦ୍ଦେଶକ ତଥା ଯୁବ ରେଡକ୍ରସ ପରାମର୍ଶଦାତା ସୁବ୍ରତ କୁମାର ବେହେରା ଶିବିରାର୍ଥୀ ମାନଙ୍କୁ ଶିବିରର ନିୟମାବଳୀ ବିଷୟରେ ଅବଗତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଜଗନ ଚନ୍ଦାନୀ ଧନ୍ୟବାଦ ଅର୍ପଣ କରିଥିଲାବେଳେ ଅଧ୍ୟାପକ ଅଈରୀ ନାଶନ ଚିନ୍ଦା ମଞ୍ଚ ପରିଚାଳନା କରିଥିଲେ। ତିନିଦିନ ପାଇଁ ଉଦ୍ଧିଷ୍ଟ ଏହି ଶିବିରରେ ରେଡକ୍ରସ ଇତିହାସ, ବିକାଶ ଓ ଚିହ୍ନ, ମୌଳିକ ନିୟମ, ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା, ରକ୍ତଦାନର ମହତ୍ତ୍ଵ, ସଡକ ସୁରକ୍ଷା, ଏଚଆଇଭି ଏଡ଼ସ୍ , ନେତୃତ୍ୱର ବିକାଶ ଓ ବିଶ୍ୱତାପାୟାନ ବିଷୟରେ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ଶିବିରାର୍ଥୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆସନ୍ତା ୨୧ତାରିଖରେ ଶିବିରରେ ଏକ ସ୍ବେଚ୍ଚାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବା ପାଇଁ ସ୍ଥିର ହୋଇଛି। ଏହି ଶିବିରରେ ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ  ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୧୨୦ ଜଣ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଯୋଗଦେଇଛନ୍ତି। ପ୍ରତିଦିନ ସକାଳେ ଯୋଗ ପ୍ରାଣାୟମ ଓ ସଂଧ୍ୟାରେ ଶିବିରାର୍ଥୀ ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଶିବିର ପରିଚାଳନାରେ ପୁଷ୍ପରାଜ ମେହେର, ଜିତେନ୍ଦ୍ର କୁମାର ପ୍ରଧାନୀ, ପ୍ରତାପ ବିଷି, ହୃଦାନନ୍ଦ ଧଙ୍ଗଡାମାଝୀ, ସୁନୀଲ ପ୍ରଧାନୀ,ଉଜାଗର ମାଝୀ, ଲାଲୁ ପ୍ରଧାନୀ, ତପନ ବିଷି, ବିଷ୍ଣୁ ପ୍ରସାଦ ବିଷି, ପିତବାସ ରାଉତ, ମୋହନ ବିଷି ପ୍ରମୁଖ ଶିକ୍ଷକ ଅଣଶିକ୍ଷକ ତଥା ଯୁବରେଡକ୍ରସ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ, ଏନସିସି ଓ ଏନଏସଏସ ଛାତ୍ରଛାତ୍ରୀମାନେ  ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ

Sunil Chandra Nayak

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳନ 

Sunil Chandra Nayak

ମୋ ଅନୁଷ୍ଠାନ ସାହିତ୍ୟ ସଂସଦକୁ ମିଳିଲା ଅଟଳ ପ୍ରତିଭା ସମ୍ମାନ ପତ୍ର

Sunil Chandra Nayak

Leave a Comment

error: Content is protected !!