ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ବି-ଦିବସୀୟ କର୍ମଶାଳା ଅନୁଷ୍ଠିତ

ରାଉରକେଲା କଲେଜରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ବି-ଦିବସୀୟ କର୍ମଶାଳା ଅନୁଷ୍ଠିତ

ରାଉରକେଲା/ ରାଜ୍ୟ ସରକାରଙ୍କ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଯାୟୀ ସେକ୍ଟର-୪ସ୍ଥିତ ରାଉରକେଲା କଲେଜ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଆବାହକତ୍ବ, ଯୁକ୍ତ ତିନି ନୋଡାଲ ଅଫିସର ପ୍ରଫେସର ତପସ୍ଵିନୀ ମିଶ୍ରଙ୍କ ମାର୍ଗଦର୍ଶନ ଏବଂ ସାଂସ୍କୃତିକ ପରିଷଦର ନୋଡାଲ ଅଧିକାରୀ ଅଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ତତ୍ତ୍ଵାବଧାନରେ ଦ୍ବି-ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାର ପ୍ରଥମ ଦିବସରେ କବିତା ଆବୃତ୍ତି, କବିତା, ଗଳ୍ପ ଓ ପ୍ରବନ୍ଧ ଲିଖନ ଶୈଳୀ ନିମିତ୍ତ ପ୍ରଶିକ୍ଷକ ଉପସ୍ଥିତ ଥିଲେ ପରିଚିତ କବି ବିଜୟିନୀ ଜେନା ଏବଂ ତ୍ରିଲୋଚନ ସ୍ବାଇଁ। ଦ୍ବିତୀୟ ଦିବସରେ ଚିତ୍ରକଳା, କାର୍ଟୁନ୍ କଳା ଏବଂ ଷ୍ଟାଣ୍ଡ ଅପ୍ କମେଡି ପାଇଁ ପ୍ରଶିକ୍ଷକ ଥିଲେ ମନୋଜ କୁମାର ଚୌଧୁରୀ, ବିଜୟ କୁମାର ଭୋଳ, ପଞ୍ଚାନନ ପାତ୍ର, ମୂରଲୀଧର ଦାଶ ଏବଂ ପ୍ରଳୟ ଶତପଥି। ସାଂସ୍କୃତିକ ପରିଷଦର ଏହି କର୍ମଶାଳାରେ ଶତାଧିକ ଛାତ୍ର-ଛାତ୍ରୀ ଭାଗ ନେଇ ନିଜ ନିଜର ଲୁକ୍କାୟିତ ପ୍ରତିଭାର ପରିଚୟ ପ୍ରଦାନ କରିବା ସହ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରତିଯୋଗିତା ପାଇଁ ପ୍ରଶିକ୍ଷକମାନଙ୍କର ଅଭିନବ କୌଶଳ ସେମାନଙ୍କୁ ଅତ୍ୟନ୍ତ ପ୍ରଭାବିତ କରିଛି ବୋଲି ସ୍ବୀକାର କରିଥିଲେ। କର୍ମଶାଳାର ସଫଳତାରେ ନୂଆ ଓ ଯୁକ୍ତ ଦୁଇ ନୋଡାଲ ଅଫିସର ବରିଷ୍ଠ ଅଧ୍ୟାପକ ରଶ୍ମି ରଂଜନ ରାଉତ, ଯୁକ୍ତ ଦୁଇ ସାଂସ୍କୃତିକ ପରିଷଦର ନୋଡାଲ ଅଫିସର ବରିଷ୍ଠ ଅଧ୍ୟାପିକା ଭାରତୀ ବରୱା, ସାଂସ୍କୃତିକ ପରିଷଦର ଯୁକ୍ତ ତିନି ସହ-ଅଧିକାରୀ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଓ ଯୁକ୍ତ ଦୁଇ ସହ-ଅଧିକାରୀ ଅଜିତ୍ ବେକ ତଥା ଯୁକ୍ତ ତିନି ଛାତ୍ର ପ୍ରତିନିଧି ପ୍ରକାଶ ଓଝା, ଲକ୍ଷ୍ମୀପ୍ରିୟା ସାହୁ ଏବଂ ଯୁକ୍ତ ଦୁଇ ଛାତ୍ର ପ୍ରତିନିଧି ଅଭିଷେକ ଜେନା, ପ୍ରଭାତୀ ବେହେରା ସହଯୋଗ କରିଥିଲେ। ଡଃ ରବୀନ୍ଦ୍ର କୁମାର ଜେନା, ଅଧ୍ୟାପକ ବନବିହାରୀ କିଷାନ, ମନୋଜ କୁମାର ଦଳାଇ, ରଂଜିତ ପ୍ରଧାନ, ତରଣି ନାୟକ, ଅନୁପ ଏକ୍କା, ପ୍ରଭାତ ବଳ, ବିକ୍ରମ ସାହୁ, ଅନିଲ ରାମ, ସନ୍ତୋଷ ରଜକ, ଇଞ୍ଜମାମ୍ ଖାଁ, ଜିତେନ୍ଦ୍ର ଡାକୁଆ, ଅଧ୍ୟାପିକା ବନ୍ଦନା ସୋରେଙ୍ଗ, ବୈଜୟନ୍ତୀ ବାରିକ, ଅମି ଢୋଲକିଆ, ଭାଗ୍ଯଶ୍ରୀ ମହାନ୍ତି, ସସ୍ମିତା ଜେନା, ଶର୍ମିଲା ମାଝି, ରଚନା ମିଶ୍ର, ଶୂଚିସ୍ମିତା ପ୍ରଧାନ, ଅନାମିକା କୁଲ୍ଲୁ, ମୌସୁମୀ ଦାସ, ନିରୂପମା ବେହେରା, ଇପ୍ସିତା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। କବିତା ଆବୃତ୍ତିରେ ଅନିତା ଜଗଦ୍ଦେବ, ଅପର୍ଣ୍ଣା ପାହାରୀ, ନୀଳଜ୍ଯୋତି ବେହେରା, ସୌମ୍ୟରଞ୍ଜନ ଦାଶ, ସର୍ଜନଶୀଳ ସୃଷ୍ଟିରେ ଅନୁଶ୍ରୀ ରାଉତ, ଅଭିଲିପ୍ସା ସ୍ବାଇଁ, ସୁଶ୍ରୀରେଖା ବେହେରା, ସୋନାଲି ମହାନନ୍ଦ, ତପସ୍ଵିନୀ କୁମ୍ଭାର, ଅଭିଷେକ ପରିଡ଼ା, ହିମାଂଶୁ ନାୟକ, ଷ୍ଟାଣ୍ଡ ଅପ୍ କମେଡିରେ ପ୍ରଯୁକ୍ତା ଭବାନୀ ନାୟକ, ଗିରିଜା ଶଙ୍କର ସ୍ବାଇଁ, ଦେବସ୍ମିତା ଦାସ, ଚିତ୍ରକଳାରେ ରାହୁଲ ତନ୍ତୀ, ଇପ୍ସିତା ଲାକ୍ରା ପ୍ରମୁଖ ଛାତ୍ର-ଛାତ୍ରୀ ବିଶେଷ ଭାବରେ ପ୍ରଶିକ୍ଷକମାନଙ୍କୁ ପ୍ରଭାବିତ କରିଥିଲେ। କଲେଜର କ୍ରୀଡ଼ା ପରିଷଦର ପ୍ରତିଯୋଗିତା ଅନ୍ତିମ ପର୍ଯ୍ୟାୟରେ ଥିଲାବେଳେ ସାମାଜିକ ପରିଷଦର ନଭେମ୍ବର ୨୯ରୁ ସ୍ବଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ପ୍ରସ୍ତୁତି ଶେଷ ହୋଇଥିବା ଜଣାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁରେ ବିଶାଖାପାଟଣା ଓମନି ଆର କେ ହସପିଟାଲର ବିଶେଷଜ୍ଞ ଡାକ୍ତର କଲେ ରୋଗୀ ସେବା

Sunil Chandra Nayak

ଗୁଣପୁର ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

କରଂଜିଆରେ ପଞ୍ଚପୀଢ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ; ୮୪ ଅଭିଯୋଗ ପଞ୍ଜିକୃତ; ୫ ତତ୍କାଳ ଫଇସଲା 

masiha

Leave a Comment

error: Content is protected !!