ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

ବାଲେଶ୍ୱର, ୨୫/୧୧/୨୩- ସାହିତ୍ୟର ଉନ୍ନତି ପାଇଁ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ପ୍ରତ୍ୟେକ ରବିବାର ଗଦ୍ୟ ପ୍ରତିଯୋଗିତା ହୋଇଥାଏ । ଉଦ୍ଦେଶ୍ୟ ସାଧକ/ସାଧିକା ମାନଙ୍କ ହୃଦୟରେ ଗଦ୍ୟ ଭାବନାକୁ ଜାଗ୍ରତ କରିବା । କାରଣ ବର୍ତ୍ତମାନର ସାରସ୍ୱତ ସମାଜ ବିଶେଷ ଭାବରେ ପଦ୍ୟାଭିମୁଖି ହୋଇପଡିଛି, ତେଣୁ ଗଦ୍ୟାଭିମୁଖି କରିବା ପାଇଁ ଏହା ଏକ ପ୍ରୟାସ ମାତ୍ର । ମଝିରେ ମଝିରେ ପଦ୍ଯ ପ୍ରତିଯୋଗିତା ମଧ୍ୟ ହୁଏ । ଏହି ପରିପ୍ରେକ୍ଷୀରେ ଗତ ତା ୧୯/୧୧/୨୩ ରିଖ ଦିନ ଅଣୁଗଳ୍ପ ପ୍ରତିଯୋଗିତା ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” ଦୁର୍ଦ୍ଦାନ୍ତ ” । ଯେଉଁଥିରେ (୧) ରଶ୍ମିରେଖା ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା (୨) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା ୩) ରଞ୍ଜୁଲତା ପାଢ଼ୀ, ସୁନ୍ଦରଗଡ, (୪) ଶାଶ୍ୱତୀ ନନ୍ଦ, କଳାପଥର, କଟକ (୫) ଯମୁନା ମହାପାତ୍ର ମିଶ୍ର, ତରଭା, ସୁବର୍ଣ୍ଣପୁର (୬) ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର (୭) ଅରୁଣ କୁମାର ମହାପାତ୍ର, ଗଞ୍ଜାମ (୭) ଆନନ୍ଦିନୀ ମିଶ୍ର, ଝାରସୁଗୁଡା(୯) ସୌଦାମିନୀ ତ୍ରିପାଠୀ, ଭୁବନେଶ୍ୱର (୧୦) ମମତା କୁମାରୀ ବେହୁରା, କଟକ (୧୧) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୨) ଗୀତା ମଞ୍ଜରୀ ଦାସ, ବରପଦା, ଭଦ୍ରକ (୧୩) ସଚଳା ସେଠୀ, ଜଗତସିଂହପୁର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଯେଉଁମାନେ ପ୍ରକୃତରେ ଅଣୁଗଳ୍ପ ଲେଖିଥିଲେ ସେମାନଙ୍କ ଲେଖାକୁ ବିଚାରକୁ ନିଆଯାଇ ଫଳାଫଳ ଘୋଷଣା କରାଯାଇଛି । ଗଳ୍ପ ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ସଭାପତି ତଥା ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତି । ତାଙ୍କ ସମୀକ୍ଷାରୁ ଅରୁଣ କୁମାର ମହାପାତ୍ର ପ୍ରଥମ, ମମତା କୁମାରୀ ବେହୁରା ଦ୍ବିତୀୟ ଓ ଆନନ୍ଦିନୀ ମିଶ୍ର ତୃତୀୟ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କ ସହିତ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ

masiha

ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି 

ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜନ୍ମମହୋତ୍ସବ ୨୦୨୫ 

masiha

Leave a Comment

error: Content is protected !!