ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ

ବାଲେଶ୍ଵର,୨୭/୧୧/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପ୍ରତିଷ୍ଠାତା ହେବା ଠାରୁ ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ସାରସ୍ୱତ ସାଧକ ଓ ସାଧିକା ମାନଙ୍କୁ ନେଇ ଆଗକୁ ଆଗକୁ ଆଗେଇ ଚାଲିଛି । ଏ ଅନୁଷ୍ଠାନର ମୂଳ ଲକ୍ଷ୍ୟ ଗଦ୍ୟ ସାହିତ୍ୟର ଉନ୍ନତି । ଏଥିପାଇଁ ପ୍ରତ୍ୟେକର ରବିବାର ହ୍ଵାଟ୍ସଆପ୍ ଗୃପରେ ଗଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଯଦିଓ ପଦ୍ଯ ପ୍ରତିଯୋଗିତା ଅନୁଷ୍ଠାନର ଲକ୍ଷ୍ୟ ନୁହେଁ ତଥାପି ମଝିରେ ମଝିରେ ପଦ୍ଯ ଅର୍ଥାତ୍ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାରସ୍ୱତ ସ୍ରଷ୍ଟା ମାନେ ଏଥିରେ ଅଂଶ ଗ୍ରହଣ କରି ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଥାନ୍ତି । ଏହି ପରିପ୍ରେକ୍ଷୀରେ ଗତ ତା ୨୬/୧୧/୨୩ ରିଖ ରବିବାର ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା- ” ଭୁଲ ହୋଇଗଲା ତୋତେ ଭଲ ପାଇ ” । ଏଥିରେ (୧) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୨) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୩) ଦିଲିପ୍ ନାୟକ, ନରଣପଡା, କେନ୍ଦ୍ରାପଡା (୪) ନରସିଂହ ମହାରଣା, ଗଣେଶ ନଗର, ସମ୍ବଲପୁର (୫) ସୁକାନ୍ତି ସ୍ବାଇଁ, ରାଇପଲୀ, ଆସିକା, ଗଞ୍ଜାମ (୬) ଡଃ ଚପଳା କୁମାରୀ ପଣ୍ଡା, ଖୋର୍ଦ୍ଧା (୭) ସୁଜାତା ଦ୍ବିବେଦୀ, ଯାଜପୁର ରୋଡ, ଯାଜପୁର (୮) ସୁନନ୍ଦା ମହାନ୍ତି, ସାକ୍ଷୀଗୋପାଳ, ପୁରୀ (୯) ଶୁଭଶ୍ରୀ ପ୍ରଧାନ, କୋଣାର୍କ, ପୁରୀ (୧୦) ମମତା କୁମାରୀ ବେହୁରା, କଟକ (୧୧) ପ୍ରେମଲତା ଗିରି, କେନ୍ଦ୍ରାପଡା (୧୨) ରେଖାରାଣୀ ବାରିକ୍, ଭୋଗପୁର, ଖଇରା, ବାଲେଶ୍ଵର (୧୩) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୧୪) ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ ଅନୁଷ୍ଠାନର ସଭାପତି ନାରାୟଣ ଚନ୍ଦ୍ର ସେନାପତି ସମୀକ୍ଷା କରିଥିଲେ । ତାଙ୍କ ସୁଚିନ୍ତିତ ସମୀକ୍ଷାରୁ ଦିଲିପ୍ ନାୟକ ପ୍ରଥମ ସ୍ଥାନ, ଶୁଭଶ୍ରୀ ପ୍ରଧାନ ଦ୍ଵିତୀୟ ସ୍ଥାନ ଓ ଡଃ ଚପଳା କୁମାରୀ ପଣ୍ଡାଙ୍କୁ ତୃତୀୟ ସ୍ଥାନ ମିଳିଛି । ଅନ୍ୟ ମାନେ ସ୍ଥାନ ଅଧିକାର କରିପାରି ନାହାନ୍ତି । ବିଳମ୍ବରେ ଆସିଥିବା କବିତା ଗୁଡିକ ସୁନ୍ଦର ହୋଇଥିଲେ ମଧ୍ୟ ବିଚାରକୁ ନିଆଯାଇ ନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ଧାର୍ଯ୍ୟ ସମୟ ପୂର୍ବରୁ କିମ୍ବା ପରେ ଦିଅନ୍ତୁ ନାହିଁ । ଧାର୍ଯ୍ୟ ସମୟ ମଧ୍ୟରେ ଦେଲେ କବିତା ଗୁଡିକୁ ଏକତ୍ର କରିବା ସମ୍ଭବ ହେବ ଏବଂ ତାଲିକା ଭୁକ୍ତ ହୋଇ ବିଚାର ଟେବୁଲକୁ ଯିବ । ସୂଚିତ ସମୟ ସୀମା ମଧ୍ୟରେ ପଠାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୂର୍ଚ୍ଛନା ପରିବାରର ହୋଲିମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକର ଉଜ୍ଜଳା ଗ୍ୟାସ ଏଜେନ୍ସିରେ ପଞ୍ଜୀକୃତ ବନ୍ଧୁଗାଁ ବ୍ଲକର ପ୍ରାୟ ୫୦୦୦ ଉଜ୍ଜଳା ଗ୍ୟାସ ଉପଭୋକ୍ତା ହରଡଘଣା ଭିତରେ, ମାସିକ ୪୦୦ ଟଙ୍କା ସିଲିଣ୍ଡର ପିଛା ରିହାତି ପାଇବାରୁ ବଞ୍ଚିତ ଉପଭୋକ୍ତା

masiha

ଦୀର୍ଘଦିନ ପରେ ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ଡାକ୍ତର

Sunil Chandra Nayak

Leave a Comment

error: Content is protected !!