ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ଦ୍ଵାରା ସିକଲ ସେଲ୍ ସଚେତନତା କାର୍ଯ୍ୟକ୍ରମ କାଶୀପୁର ବ୍ଲକ୍‌ରେ ଶୁଭାରମ୍ଭ

ଉତ୍କଳ ଆଲୁମିନା ଦ୍ଵାରା ସିକଲ ସେଲ୍ ସଚେତନତା କାର୍ଯ୍ୟକ୍ରମ କାଶୀପୁର ବ୍ଲକ୍‌ରେ ଶୁଭାରମ୍ଭ

ରାୟଗଡା /ଟିକିରି: ବ୍ଲକ ଓ ତୃଣମୂଳ ସ୍ତରରେ ସିକଲ ସେଲ୍ ସଚେତନତାର ବ୍ୟାପକ ପ୍ରସାର ନିମନ୍ତେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁଏଆଇଏଲ୍)ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ରାୟଗଡାର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗିତାରେ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ବିଲମାଳ ଗ୍ରାମରେ ଚଳିତ ମାସ ୨୮ ତାରିଖରେ ବ୍ଲକସ୍ତରୀୟ ସିକଲ ସେଲ୍ ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି ।

ଏହି ପ୍ରଚାର ଅଭିଯାନରେ ମୁଖ୍ୟ ପ୍ରସଙ୍ଗ ମଧ୍ୟରେ ମାଇକରେ ଘୋଷଣା, ପଥପ୍ରାନ୍ତ ନାଟକ, ୱାଲ ପେଣ୍ଟିଂ ଏବଂ ପରୀକ୍ଷଣ ଶିବିର ଆଦି ଜରିଆରେ ସିକଲ ସେଲ୍ ରୋଗ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ ଓ ସଚେତନ କରାଯିବା କାର୍ଯ୍ୟକ୍ରମ ରହିଛି।

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ (ଏବିପିଏସ୍)ର ଜଣେ ୧୬ ବର୍ଷ ବୟସ୍କ ଛାତ୍ରୀ ହିବାହ ଏହି ମାରାତ୍ମକ ରୋଗ ସମ୍ପର୍କରେ ଆଦିବାସୀ ସମୁଦାୟଙ୍କୁ ସଚେତନ କରାଇବାକୁ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିଥିଲେ। ସିକଲ ସେଲ୍ ଆନେମିଆ କ’ଣ ସେ ସମ୍ପର୍କରେ ବୁଝିବା, ଏହାର ଲକ୍ଷଣ ଏବଂ ତଦ୍ଵଜନିତ ଦୁଃଖ ସମ୍ପର୍କରେ ସଚେତନତା ସ୍ତର ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ସେହି ସମୟରେ ଏହି ରୋଗକୁ ନେଇ ରହିଥିବା ଭୁଲଧାରଣା ଏବଂ ଅନ୍ଧବିଶ୍ଵାସ ଦୂର କରିବା ପ୍ରୟାସରେ ସେ ଆଗରେ ରହିଥିଲେ । ସେ ଏକ ପୂର୍ଣାଙ୍ଗ ଅଧିବେଶନ ପରିଚାଳନା କରିବା ସହିତ ଏହି ରୋଗ ଏବଂ ତାହାର ପ୍ରତିଷେଧମୂଳକ ପଦକ୍ଷେପ ସମ୍ପର୍କରେ ଜନସମୁଦାୟ, ବିଶେଷକରି ଆଦିବାସୀ ମହିଳାଙ୍କୁ ତାଲିମ ପ୍ରଦାନ କରିଥିଲେ।

ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ଶ୍ରୀମତୀ ହିନା ବେଗ, ପ୍ରେସିଡେଣ୍ଟ, ଉଜ୍ଜଳା ଉତ୍କଳ ଲେଡିଜ୍ କ୍ଲବ, ଶ୍ରୀମତୀ ମନିଶା ଦାସ, ବିଡିଓ, କାଶୀପୁର, ଡଃ. ଜନ୍ମେଜୟ ଦାସ, ମେଡିକାଲ ଅଫିସର କାଶୀପୁର ସିଏଚ୍‌ସି, ଶ୍ରୀ ସୁନିଲ କୁମାର ରାୟ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର କାଶୀପୁର, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍ ସିଏସଆର୍ ଆଣ୍ଡ ସିଆର୍, ଶ୍ରୀମତୀ ନିହାରିକା ସାହୁ, ଡିପାର୍ଟମେଣ୍ଟ ହେଡ, ପ୍ଲାଣ୍ଟ ସିଏସ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରକାଶ କରି ଶ୍ରୀମତୀ ମନିଶା ଦାସ ଏହି ଅଞ୍ଚଳରେ ବାସ କରୁଥିବା ବ୍ୟକ୍ତିବିଶେଷ, ପରିବାର ଏବଂ ଜନସମୁଦାୟଙ୍କ ଉପରେ ସିକଲ ସେଲ୍ ଆନେମିଆ ପ୍ରଭାବ ପ୍ରତି ଦୃଷ୍ଟି ଦେବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଏବଂ ଉତ୍କଳ ଆଲୁମିନାର ସମ୍ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ।

“ ଆସନ୍ତୁ ଆମେ ସମସ୍ତେ ପରସ୍ପର ସହିତ ହାତ ମିଳାଇ ସିକଲ ସେଲ୍ ଆନେମିଆ ବିରୁଦ୍ଧରେ ଏକ ମିଳିତ ସାମ୍ମୁଖ୍ୟ ସୃଷ୍ଟି କରିବା। ସମ୍ମିଳିତ ଭାବରେ ଆମେ ସଚେତନତା ବୃଦ୍ଧି, ଆଦ୍ୟ ନିରୂପଣକୁ ପ୍ରୋତ୍ସାହିତ କରିବା ଏବଂ ଏହି ପରିସ୍ଥିତି ଦ୍ଵାରା ପ୍ରଭାବିତ ଲୋକଙ୍କ ନିମନ୍ତେ ଏକ ସମର୍ଥନକାରୀ ପରିବେଶ ସୃଷ୍ଟିକୁ ପ୍ରୋତ୍ସାହିତ କରି ଏକ ଉଲ୍ଲେଖନୀୟ ପ୍ରଭାବ ପକାଇ ପାରିବା,” ବୋଲି ଶ୍ରୀ ମଜହର ବେଗ୍, ୟୁନିଟ ହେଡ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା କହିଥିଲେ।

ନିକଟବର୍ତୀ ଗ୍ରାମଗୁଡିକରୁ ପିଆରଆଇ ସଦସ୍ୟଙ୍କ ସମେତ ପ୍ରାୟ ୨୦୦ ଜଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନାର ସିଏସଆର୍ ବିଭାଗ ସଂଯୋଜନା କରିଥିଲା ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନଳକୂପ ଖୋଳି ବର୍ଷେ ହେବ କାର୍ଯ୍ୟରେ ଆସୁନି। ପାନୀୟଜଳ ପାଇଁ ହନ୍ତସନ୍ତ ଟେକର ପାନି ଗ୍ରାମବାସୀ

masiha

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୬ ଉଦ୍ ଘାଟିତ

ଖାତିଗୁଡା ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ପରିସର ରେ ବାସନ୍ତିକ ସାହିତ୍ୟ ଆସର : ଝଡ଼ ଓ ଉଷା ର କାହାଣୀ ପୁସ୍ତକ ଉନ୍ମୋଚିତ

masiha

Leave a Comment

error: Content is protected !!