ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ 

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ 

ରାଉରକେଲା/ ରାଉରକେଲା ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ଏବଂ ଜାତୀୟ ଆଇନ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡ ଦେବେନ୍ଦ୍ରନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ସଭାର ଆୟୋଜନ କରାଯାଇଥିଲା । ଅଧ୍ୟାପିକା ଡ ସମ୍ପାଦିକା ମହାନ୍ତି ସ୍ଵାଗତ ଭାଷଣ ସହ ବକ୍ତବ୍ୟରେ କହିଲେ ଯେ ଆଜିର ଦିନକୁ ଆଗରୁ ଜାତୀୟ ଆଇନ ଦିବସ ଭାବେ ପାଳନ କରାଯାଉଥିଲା, କିନ୍ତୁ ଆଜି ଆମେ ଏହି ଦିନ କୁ ଜାତୀୟ ସମ୍ବିଧାନ ଦିବସ ଭାବେ ପାଳନ କରୁଅଛୁ। ପରେପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମ୍ବିଧାନର ମୁଖପତ୍ରକୁ କୁ ନେଇ ଶପଥ ପାଠ କରଯାଇଥିଲା । ଅଧ୍ୟକ୍ଷ ଡ ଦେବେନ୍ଦ୍ରନାଥ ବେହେରାଙ୍କ ନିଜ ବକ୍ତବ୍ୟରେ ସମ୍ବିଧାନ ଦିବସ ବିଷୟରେ ଆଲୋକପାତ କରିଥିଲେ । ଆଇନକୁ ଠିକ ଭାବରେ ବ୍ୟବହାର କରି ଉଚିତ୍ ଭାବରେ ନ୍ୟାୟ ପ୍ରଦାନ କରିବା, କୌଣସି ଗଳାବାଟ କୁ ନ ଯାଇ ଠିକ ଭାବେ ଆଇନକୁ ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀ ମାନେ ଆଜିର ଦିବସ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଶେଷରେ ଅଧ୍ୟାପିକା ଡ. ପ୍ରଜ୍ଞା ପାରମିତା ପଣ୍ଡା ଧନ୍ୟବାଦ ଅର୍ପଣ ସହିତ ଛାତ୍ରଛାତ୍ରୀଙ୍କୁ ଆଜି ଦିବସର ମହତ୍ଵ ଓ ଗରିମା ଉପରେ ଆଲୋକପାତ କରିଥିଲେ । ଏହି ଅବସରର ଏକ ପ୍ରବନ୍ଧ ‘ଡିଜିଟାଲ୍ ଯୁଗରେ ଗୋପନୀୟତାର ଅଧିକାର’ ବିଷୟ ଉପରେ ଏକ ପ୍ରତିଯୋଗିତା ଆୟୋଜନ କରଯାଇଥିଲା । ଅଧ୍ୟାପକ ତନ୍ମୟ ରାଜ ପାଢୀ ଏବଂ ଡ ଦିବ୍ୟେନ୍ଦୁ କୁମାର ପଣ୍ଡା ଯୋଗଦେଇ ଉକ୍ତ କାର୍ଯକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ 

masiha

କିଷାନ ମହାକୁମ୍ଭ 2024 ହରିଦ୍ଵାର  ସୌରୀ କୁମାର ସାହୁ ଙ୍କୁ ଭାରତୀୟ କିଷାନ ୟୁନିଅନ୍ ର ଓଡ଼ିଶା ରାଜ୍ୟ ସଭାପତି ଘୋଷଣା 

masiha

ଅବସରକାଳୀନ ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!