ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ 

     ନବରଙ୍ଗପୁର – (୩୦/୧୧)ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ପ୍ରଥମ ଦିନ କ୍ରୀଡା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।କ୍ରୀଡା ପ୍ରତିଯୋଗିତା ର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭୈରବ ସ୍ନାତକ ମହାବିଦ୍ୟାଳୟ ର ଭାର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ ରହିଥିଲେ ।ଏଥିରେ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗୀୟ ମୁଖ୍ୟ ଶ୍ରୀମତୀ ଉର୍ମିଳା ବ୍ରହ୍ମା ଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀ ଗନ୍ତାୟତ ରାଜ୍ୟ ସରକାରଙ୍କ ଏହି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା କ୍ରୀଡା,ସାଂସ୍କୃତିକ,ଓ ବିଭିନ୍ନ ସାମାଜିକ ବିକାଶ ରେ ଛାତ୍ର ଛାତ୍ରୀ ଙ୍କ ଲୁପ୍ତ ପ୍ରାୟ କଳାକୁ ପ୍ରୋତ୍ସାହନ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇ ଛାତ୍ର ଛାତ୍ରୀ ଙ୍କ ବିକାଶରେ ସାମିଲ ହେଉଛନ୍ତି, ସେଥି ପାଇଁ ଧନ୍ୟବାଦ ଜଣାଉଛି।ଏହା ପରେ ଅର୍ଥନୀତି ବିଭାଗୀୟ ମୁଖ୍ୟ ଶ୍ରୀମତୀ ବ୍ରହ୍ମା ଏହି କାର୍ଯ୍ୟକ୍ରମ ଗୁଡ଼ିକ ଛାତ୍ର ଛାତ୍ରୀ ଙ୍କ ସବୁ କ୍ଷେତ୍ରରେ ବିକାଶ ରେ ସାହାଯ୍ୟ କରିବ ଯଥା ନୃତ୍ୟ,ଚିତ୍ର କଳା ,ସଙ୍ଗୀତ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏଥି ସହିତ ପରିବେଶ ସ୍ୱଚ୍ଛତା ଓ ବିଭିନ୍ନ ସାମାଜିକ ବିକାଶରେ ଭାଗିଦାରୀ ହେବ ବୋଲି ନିଜ ବକ୍ତବ୍ୟ ରେ କହିଲେ।ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ, ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଚନ୍ଦନା ପଣ୍ଡା,ଓଡ଼ିଆ ଅଧ୍ୟାପିକା ମନିଷା ସରକାର, ଇତିହାସ ଅଧ୍ୟାପକ ଦୟାରାମ ମନୋହର,ରାଜନୀତି ବିଜ୍ଞାନ ବିଭାଗୀୟ ଅଧ୍ୟାପକ ଶ୍ରୀ ମେକ୍ସ ନାୟକ,ଇଂରାଜୀ ଅଧ୍ୟାପକ ମହେନ୍ଦ୍ର ଦେବରପଲ୍ଲୀ, କିରାଣି ବି.ସତ୍ୟ ନାରାୟଣ ସାଥୀ ଓ ବିଦ୍ୟାଧର ମାଝୀ ,ଗ୍ରନ୍ଥାଗାର ପରିଚାଳକ ଶ୍ରୀ ପଞ୍ଚାନନ ପୂଜାରୀ,ବିଜୟ ମାଝୀ,କୁକ୍ସାୟ ଭତ୍ରା,ରତନ ହରିଜନ ଓ ଜୟ ସିଂ ଭତ୍ରା ଙ୍କ ସହ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।ଏଥି ସହିତ ସ୍ନାତକ ଶ୍ରେଣୀର ସମସ୍ତ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେବା ସହ ଉତ୍ସାହିତ ଥିଲେ।କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପିକା ମନିଷା ସରକାର ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସୁନ୍ଦର ସମାଜ ଗଠନରେ ଲୋକ କଳାର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ : ବରିଷ୍ଠ କଳାକାର ସଂଘ

Sunil Chandra Nayak

ପିକଅପ୍ ଭ୍ୟାନ ଓଲଟି ୧୮ ଗୁରୁତର, ୮ ଆହତ , ଗୁରୁତରଙ୍କୁ ଭବାନୀପାଟଣା ଓ ରାୟଗଡ଼ା ସ୍ଥାନାନ୍ତର 

Sunil Chandra Nayak

ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ

Leave a Comment

error: Content is protected !!