ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡ଼ାବାନ୍ତିରେ 15 ରୁ ଅଧିକ ଆକ୍ରାନ୍ତ

ଝାଡ଼ାବାନ୍ତିରେ 15 ରୁ ଅଧିକ ଆକ୍ରାନ୍ତ

କାମାକ୍ଷାନଗର –(ମନିସ )30/11/23 // କାମାକ୍ଷାନଗର ଏନଏସି 14 ନଂ ୱାର୍ଡର ପୁରୁଣାରେକୁଳା ଗାଁ ଶବରସାହିରେ ଝାଡାବାନ୍ତିରେ 15 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ମାନଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାନୀୟ ଜଳ କିମ୍ବା ଖାଦ୍ୟରୁ ଏପରି ଝାଡ଼ାବାନ୍ତି ବ୍ୟାପିଥିବା ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ପୁରୁଣାରେକୁଳା ଗାଁ ଶବରସାହିରେ ସ୍ୱାସ୍ଥ୍ୟବିଭାଗ ର ଏକ ସ୍ୱତନ୍ତ୍ର ଦଳ ପହଞ୍ଚି ଝାଡ଼ାବାନ୍ତିର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏ ନେଇ ସାହିର ସମସ୍ତ ପରିବାରକୁ ଯାଇ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ ଆରମ୍ଭ କରିଦେଇଛି । ଏହି ଝାଡାବାନ୍ତି କୁ ଭୟଭୀତ ନହୋଇ ସଚେତନ ରହିବାପାଇଁ ପ୍ରଶାସନ ତରଫରୁ ସାହିବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପୁରୀ-ରାଉରକେଲା ଦିନବେଳା ସ୍ବତନ୍ତ୍ରଟ୍ରେନ ସବୁଦିନିଆ ହେଉ

Sunil Chandra Nayak

ପ୍ରବଳ ଗ୍ରୀଷ୍ମରୁ ପକ୍ଷୀ ମାନଙ୍କର ଜୀବନ ବଞ୍ଚାଇବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସ୍ୱତନ୍ତ୍ର ପ୍ରୟାସ 

ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଆୟୋଜିତ ମୋଟ ୭୮ ୟୁନିଟ୍ ରକ୍ତ ସଂଗୃହୀତ

masiha

Leave a Comment

error: Content is protected !!