ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

ପାଞ୍ଚ ଦଫା ଦାବି ପୂରଣ ନିମନ୍ତେ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟରେ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ମାନଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କୁ ଅନେକ ଥର ଲିଖିତ ଅବଗତ କରାଯାଇ ଥିବା ସତ୍ତ୍ୱେ ରାଜ୍ୟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଏହି ପ୍ରତିବାଦ ସଭା ଉତ୍କଳ ସାମ୍ବାଦିକ ସଂଘ ଓଡିଶା ସହ ଅନୁବନ୍ଧିତ ପ୍ରତ୍ୟେକ ଜିଲ୍ଲା ସାମ୍ବାଦିକ ସଂଘ ନିଜ ନିଜ ଜିଲ୍ଲାରେ ଅନୁଷ୍ଠିତ କରୁଛନ୍ତି ବୋଲି ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସୁରେଶ ଆଚାରି ପ୍ରକାଶ କରିଛନ୍ତି। ଏହି ପ୍ରତିବାଦ ସଭାରେ ନୂଆପଡା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସଭାପତି ଭକ୍ତ ବନ୍ଧୁ ଧରୁଆ, ଏନଡିୟୁଜେ ର ସଦଶ୍ୟ ଉପସ୍ଥିତ ରହି ଦାବି ଗୁଡିକୁ ସମର୍ଥନ ଜଣାଇବା ସହ ସରକାର ନିହାତି ଆବଶ୍ୟକ ପଦକ୍ଷେପ ନେଇ ପୂରଣ କରିବା ଉଚିତ ବୋଲି ମତପୋଷଣ କରିଥିଲେ। ପରିଶେଷରେ ସଂଘର ସମ୍ପାଦକ ଦେବାନନ୍ଦ ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଖଇରା ବ୍ଲକ ସମାଜସେବୀ

Sunil Chandra Nayak

ବନ୍ଧୁଗାଁ ବ୍ଲକର ସମସ୍ତ ସୋଲାର ପାୱାର ପିଇବା ପାଣି ଟାଙ୍କି ନିମ୍ନ ମାନର, ଟାଙ୍କିର ନିମ୍ନ ଭାଗରେ ପାଣି ଝରି ଟାଙ୍କି ଖାଲି, ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଲୋକେ ପାଣି ନ ପାଇ ବିକକ, ଜନପ୍ରତିନିଧି ଫୋନ କଲେ ଜେଇ ମାନେ ଉଠାଉ ନ ଥିବା ଅଭିଯୋଗ

Sunil Chandra Nayak

ଟ୍ରେନ ରୁ ଖସି ଯୁବକ ମୃତ, ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

Leave a Comment

error: Content is protected !!