ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମିଳନୀ କକ୍ଷରରେ ଏଡ଼ସ ସଚେତନତା କର୍ମଶାଳା

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମିଳନୀ କକ୍ଷରରେ ଏଡ଼ସ ସଚେତନତା କର୍ମଶାଳା

 ମୟୂରଭଞ୍ଜ -୧/୧୨ ( ମସିହା)ସ୍ବାସ୍ଥ୍ୟ ହିଁ ସଂପଦ । ଯେଉଁ ଦେଶରେ ଯେତେ ସୁସ୍ଥ ଲୋକ ସେ ଦେଶର ପ୍ରଗତି ସେତେ ଅଧିକ ।ଆଜି ବିଶ୍ବ ଏଡ଼ସ ଦିବସ ।ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରବୀନ୍ଦ୍ର କୁମାର ମାରାଣ୍ଡିଙ୍କ ପୌରହିତ୍ୟରେ ସ୍ଵାସ୍ଥ୍ୟ କର୍ମଚାରୀ ଏନଏମ,ଆଶା ଦିଦି,ଅଙ୍ଗନବାଡ଼ି କର୍ମୀ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀକୁ ନେଇ ଏକ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ହସ୍ପିଟାଲର ଅଭିଜ୍ଞ ରିସୋର୍ସ ପର୍ସନ ବୈକୁଣ୍ଠନାଥ ସାଲ ସମସ୍ତଙ୍କୁ ଏଡ୍ସର କାରଣ, ନିରାକରଣ,ରକ୍ତ ପରୀକ୍ଷା,ଔଷଧ ସେବନ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ସମସ୍ତଙ୍କୁ ସତର୍କ ରହିବା ସହ ଏଡ୍ସ ରୋଗୀଙ୍କୁ ଭଲ ଵ୍ଯବହାର‌,ପରାମର୍ଶ, ସରକାରଙ୍କ ଯୋଜନା,ଔଷଧ ସେବନ ଉପରେ ଗୁରୁତ୍ବ ଦେବାପାଇଁ ପରାମର୍ଶ ଦେଇଥିଲେ । ଏଡ୍ସ କୁ ଘୃଣା କର କିନ୍ତୁ ଏଡ୍ସ ରୋଗୀକୁ ନୁହଁ ।ଏଡ୍ସ ରୋଗୀକୁ ଅସମ୍ମାନ କଲେ ସେମାନେ ବିଭିନ୍ନ ଅଘଟଣ କରିବା ସହ ଅଘଟଣ ଘଟାଇ ପାରନ୍ତି । ଡାକ୍ତର ଏବଂ ଏଡ୍ସ ସେଲରେ ପରାମର୍ଶ ନେବା ପାଇଁ କହିଥିଲେ । ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରବୀନ୍ଦ୍ର ମାରାଣ୍ଡି ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ଯେ ସାମୁହିକ ଗୋଷ୍ଠୀକୁ ଏଡ୍ସ ସଚେତନ କରାଇଲେ ।ସେମାନେ ଆଗକୁ ଆସି ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବେ । ଅତିରିକ୍ତ କାଉନସିଲର ରତନ ଭୋଇ କହିଥିଲେ ଦୁଇ ବର୍ଷ ତଳେ ଯେଭଳି ଏଡ୍ସର ଭୟାବହତା ଥିଲା ସଚେତନ ଯୋଗୁଁ ଆଜି ସେଭଳି ପରିସ୍ଥିତି ନାହିଁ ।ତେଣୁ ସମସ୍ତେ ଶପଥ ନେବା ଏଡ୍ସ ରୁ ଦୂରେଇ ରହିବା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୁସୁମି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

masiha

କଣ୍ଟେନର କୁ ପଛ ପଟୁ ଧକ୍କା ଦେଇ ଘଟଣା ସ୍ଥଳରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ 4 ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର

masiha

ତରାପୁର ଗ୍ରାମର ପୁର୍ବତନ ସରପଞ୍ଚ ବାସୁଦେବ ସାହୁ ଙ୍କ ପରଲୋକ

masiha

Leave a Comment

error: Content is protected !!