ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବହଳଦାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ମୟୂରଭଞ୍ଜ- ୩/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବହଳଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଖୁବ ଉତ୍ସାହ ଓ ଉଦ୍ଦୀପନା ର ସହିତ ପାଳିତ ହୋଇ ଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଶୁଭଶ୍ରୀ ସିଂହ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବିଶାଳ ସମାବେଶରେ ବହଳଦା ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ବହୁ ସଂଖ୍ୟାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ତଥା ତାଙ୍କ ସହିତ ତାଙ୍କ ଅଭିଭାବକ ଅଭିଭାବିକା ମାନେ ଆସି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୋଟ ପାଞ୍ଚ ଟି ବିଭାଗ ରେ ଭାଗ ନେଇ ତାଙ୍କ ଭିତରେ ଥିବା ସୁପ୍ତ ପ୍ରତିଭା କୁ ପ୍ରଦର୍ଶିତ କରି ନିଜର ଅସ୍ତିତ୍ବ କୁ ଅନୁଭବ କରି ପାରିଥିଲେ । ଉଦଘାଟନ ଉତ୍ସବରେ ବହଳଦା ତହସିଲଦାର ଶ୍ରୀଯୁକ୍ତ ଭକ୍ତବନ୍ଧୁ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦିବ୍ୟାଙ୍ଗ ମାନେ ଯେ ଆମ ସଫଳତା ପଥର ଗୋଟିଏ ଗୋଟିଏ ମୁଖ୍ୟ ଅଂଶ ତାର ସୂଚନା ଦେଇଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ସିଂହ ଏହି ଦିବସ ପାଳନ ର ପ୍ରକୃତ ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚୀତ କରିଥିଲେ । ମଞ୍ଚ ରେ ସମ୍ମାନିତ ଅତିଥି ଭାବରେ ଏବି ଇ ଓ ଶ୍ରୀ ଯୁକ୍ତ ଭୁତନାଥ ଶୀଟ୍ ତଥା ଅନ୍ୟତମ ଏବିଇଓ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ସାହୁ ଯୋଗ ଦେଇ ସଭାକୁ ସଫଳ କାରାଇବାରେ ଯଥେଷ୍ଟ ସାହାଯ୍ୟ କରିଥିଲେ । ମଞ୍ଚ ପରିଚାଳନା ରେ ଶ୍ରୀଯୁକ୍ତ ହେମନ୍ତ କୁମାର ମହାନ୍ତ ସହାୟତା କରିଥିଲେ ଓ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ଭାବରେ ସଫଳ କରିବାରେ ନଅ ଜଣ ସି ଆର ସି ସି ଙ୍କ ଭୂମିକା ମୁଖ୍ୟ ଥିଲା ।

ମୟୂରଭଞ୍ଜରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୯ ଟି ଅଭିଯୋଗର ଶୁଣାଣି

ଡାବୁଗାଁରେ ପୃଥକ ଦୁର୍ଘଟଣାରେ ୫ ଗୁରୁତ୍ତର 

masiha

ବେଡାପଦର ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ନା ଗର୍ଭବତୀ, ନା କାହାପାଇଁ ?

masiha

Leave a Comment

error: Content is protected !!