ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

 ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ପରିସର ରେ ଆଜି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ , ଡି ଏସ ଏସ ଓ ସୁଧାଂଶୁ ପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ। ବ୍ଲକ ର ବ୍ଲକ ର ୧୫ ଟି ପଞ୍ଚାୟତ ରୁ 271 ଜଣ ପଞ୍ଜିକରଣ କରିଥିଲେ। 175 ଜଣଙ୍କୁ ୟୁ ଆଇ ଡି ପ୍ରମାଣପତ୍ର 

2 ଜଣଙ୍କୁ ଟ୍ରାଇ ସାଇକଲ

 9 ଜଣଙ୍କୁ ହ୍ବିଲ ଚେୟାର ,

 2 ଙ୍କୁ ଏଲବୋ କ୍ଲ ଚେସ 

13 ଜଣଙ୍କୁ ୱାକିଙ୍ଗ ଷ୍ଟିକ ,

 4 ଜଣଙ୍କୁ ବ୍ଲାଇଣ୍ଡ ସ୍ଗିକ ,

40 ଜଣଙ୍କୁ ଶ୍ରବଣ ଯନ୍ତ୍ର ,

 2 ଜଣଙ୍କୁ ଡି ଆର ଋଣ ପ୍ରଫାଂ କରାଯାଇଛି। ଏଠି ସହ ଅସ୍ଥି ,କର୍ଣ୍ଣ , ନାସା , ମାନସିକ ବିକାରଗ୍ରସ୍ତ ଆଦି ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା। ଶିବିରରେ ଡାକ୍ତର ସମ୍ବିତ ପାତ୍ର , ଡା.ଅଶ୍ୱିନୀ ସାହୁ , ଡା ପ୍ରଦୀପ ଦାସ ,ଡା ବିଦେଟି ଶିଖା , ଡା ରାକେଶ ପ୍ରସାଦ ପଣ୍ଡା , ଡା ରାମଚନ୍ଦ୍ର ରାମ , ଡା ବିଭୁଦତ୍ତ ସେଠି ,ଡା ତୃପ୍ତିରଞ୍ଜନ ସାହୁ ,ଡା ଘନଶ୍ୟାମ ସାହୁ , ଡା ନବଘନ ସେଠି ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବି ଏସଏସ ଓ ରବୀନ୍ଦ୍ର ସାହୁ , ଏ ବି ଡି ଓ , ସମସ୍ତ ପି ଇ ଓ , ଓ ବ୍ଲକ ଅମଲା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଯୋଡ଼ା ପିଏଚଏଡିରେ ପାଣି ଅଭାବ-ଆଗକୁ ଖରାଦିନ

masiha

୧- ଭାପୁର ଅଞ୍ଚଳରୁ ମାଙ୍କଡା ପଥର,ବୋଝେଇ ଟ୍ରକ୍ ଜବତ, ୨–ଜରିପାଳ ଗ୍ରାମ ନିକଟ ପୋଖରୀରେ ହାତୀ ଆକ୍ରମଣରେ ଯୁବକ ମୃତ

ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!