ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ

ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ                         

 ନବରଙ୍ଗପୁର–( ) ତା ୪-୧୨-୨୩ ନବରଙ୍ଗପୁର ବ୍ଲକ ବିଜେପି ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ଚାଉଁରିଆ ଗୁଡା ଠାରୁ ଦୁଇ ହଜାର ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ପୋଷ୍ଟର ବେନେର ସହ ବିଭିନ୍ନ ନାରା ଦେଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ।ସେଠାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଘଟୁଥିବା ଦୁର୍ନୀତି ଯଥା ଆବାସ ଘର ଘୋଟାଲା, ଯୋଗ୍ୟ ହିତାଧିକାରୀ ପେନସନରୁ ବଞ୍ଚିତ ଥିବା ସମସ୍ୟା, ପାନୀୟ ଜଳ ସମସ୍ୟା, ବିଭିନ୍ନ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ରୁ ବଞ୍ଚିତ ଥିବା ସମସ୍ୟା,ଗୁହାଳ ଘରକୁ ବଞ୍ଚିତ କରିଥିବା ତଥା ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ରେ ଦୁର୍ନୀତି ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ରୁ ବିରତ ରହିବାକୁ ଚେତାବନୀ ଦିଆଯାଇଥିଲା। ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଜନ ସାଧାରଣଙ୍କ ବିଭିନ୍ନ ସମସ୍ୟା ଉପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପ୍ରଶ୍ନ କରିଥିଲେ, କିନ୍ତୁ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ ଏବଂ ଦାୟିତ୍ଵରେ ଥିବା ଅଧିକାରୀ ଅନୁପସ୍ଥିତ ଥିବା ଦର୍ଶାଇ ଏଡାଇ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝି, ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀ,ଲୋକ ସଭା ପ୍ରଭାରୀ ଶ୍ରୀ ମନିଜର ଆର୍ଯ୍ୟ, ରାୟଗଡ଼ା ପ୍ରଭାରୀ ଶ୍ରୀ ଗୋବିନ୍ଦ ଜୈନ, ପୌରାଧ୍ୟକ୍ଷ ଶ୍ରୀ କୁନୁ ନାୟକ,କାଉନ ସିଲର ମମତା ମହାରଣା,ସମେଶ୍ୱର ଖରା, ଏ ସତିଶ,ମିନତିପଟ୍ଟନାୟକ,ଜ୍ୟୋତି ରଞ୍ଜନ କଂସ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ,ସୀମାଞ୍ଚଳ ବିଶୋଇ, ହରି ପାଣିଗ୍ରାହୀ,ମଣ୍ଡଳ ସଭାପତି ଭୀମସେନ ସମରଥ, ଗୋକୁଳ ବିଷୋୟୀ ଓ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀ ଦେବଦାସ ମହାଙ୍କୁଡ କୃଷ୍ଣ ଭାଇ, ଶୁରଜ୍ ଭାଇ, ପଦ୍ମନ ଭାଇଙ୍କ ସହ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶ୍ବାସଘାତ ଙ୍କୁ କଡା ଜବାବ ଦେବା ପାଇଁ ଆହ୍ବାନ 

masiha

୧୯ ତାରିଖ ୫ଟି ସଚିବ ପାଣ୍ଡିଆନଙ୍କ ଗସ୍ତ ପାଇଁ ବିଜେଡି ଦଳର ସାଙ୍ଗଠନିକ ସପାଦକଙ୍କ ମ.ରାମପୁର ଗସ୍ତ

ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଭାଜପା ପକ୍ଷରୁ ଧର୍ମଗଡ ବ୍ଳକ ଘୋରାଉ

Sunil Chandra Nayak

Leave a Comment

error: Content is protected !!