ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବକଙ୍କ ମୃତ ଦେହ ଉଦ୍ଧାର 

ଯୁବକଙ୍କ ମୃତ ଦେହ ଉଦ୍ଧାର 

ପାପଡାହାଣ୍ଡି,5/12, ମନିସ :- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ଅନ୍ତର୍ଗତ ଖଜୁରୀ ଗ୍ରାମରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି | ବେକରେ ଦଉଡି ଦେଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକଙ୍କ ନାମ ମଙ୍ଗରୁ ଯାନୀ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ଗତ କାଲି ରାତ୍ର ଭୋଜନ କରି ପରିବାର ଲୋକ ଶୋଇଥିବା ସମୟରେ ଘର ପଛ ପଟେ ଥିବା ମହୁଲ ଗଛ ଉପରକୁ ଯାଇ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ଚାରି ଆଡେ ଖୋଜା ଖୋଜି କରିବା ପରେ ଗଛ ଉପରେ ଝୁଲନ୍ତା ମୃତ ଦେହ ଦେଖିଥିଲେ | ସେ ଗତ କିଛି ଦିନ ହେବ କେବଳ ମଦ ପିଇ ବୁଲିବା ସହ ମାନସିକ ସ୍ଥିତି ଠିକ ନ ଥିଲା ବୋଲି ସୂଚନା ମିଳିଛି । ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମଇଦଲପୁର ପୋଲିସ ଖବର ପାଇ ଶବକୁ ଉଦ୍ଧାର କରିବା ସହ ମଇଦଲପୁର ଥାନା କେସ ନଂ ୧୩/୨୩ ଅପମୃତ ମାମଲା ରୁଜୁ କରି ଲୋକେଶ ଭୋଇ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଳୁଛି ଭାଟି :ବଢ଼ୁଛି ତାତି

Sunil Chandra Nayak

କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ସହ ରକ୍ତ ଭଣ୍ଡାର ସ୍ଥାପନ କୁ ନେଇ ବିବେକ ସେନା ପକ୍ଷରୁ ଦାବିପତ୍ର

Sunil Chandra Nayak

ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଭିନ୍ନ ପ୍ରତିଯୋଗିତା

Leave a Comment

error: Content is protected !!