ଯୁବକଙ୍କ ମୃତ ଦେହ ଉଦ୍ଧାର
ପାପଡାହାଣ୍ଡି,5/12, ମନିସ :- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ଅନ୍ତର୍ଗତ ଖଜୁରୀ ଗ୍ରାମରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି | ବେକରେ ଦଉଡି ଦେଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକଙ୍କ ନାମ ମଙ୍ଗରୁ ଯାନୀ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ଗତ କାଲି ରାତ୍ର ଭୋଜନ କରି ପରିବାର ଲୋକ ଶୋଇଥିବା ସମୟରେ ଘର ପଛ ପଟେ ଥିବା ମହୁଲ ଗଛ ଉପରକୁ ଯାଇ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ଚାରି ଆଡେ ଖୋଜା ଖୋଜି କରିବା ପରେ ଗଛ ଉପରେ ଝୁଲନ୍ତା ମୃତ ଦେହ ଦେଖିଥିଲେ | ସେ ଗତ କିଛି ଦିନ ହେବ କେବଳ ମଦ ପିଇ ବୁଲିବା ସହ ମାନସିକ ସ୍ଥିତି ଠିକ ନ ଥିଲା ବୋଲି ସୂଚନା ମିଳିଛି । ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମଇଦଲପୁର ପୋଲିସ ଖବର ପାଇ ଶବକୁ ଉଦ୍ଧାର କରିବା ସହ ମଇଦଲପୁର ଥାନା କେସ ନଂ ୧୩/୨୩ ଅପମୃତ ମାମଲା ରୁଜୁ କରି ଲୋକେଶ ଭୋଇ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।