ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଖଣ୍ଡବନ୍ଧ ସିଦ୍ଧେଶ୍ଵର ଏଭେନ କ୍ଲବର ରଜତ ଜୟନ୍ତୀ ଅବସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ 

ଖଣ୍ଡବନ୍ଧ ସିଦ୍ଧେଶ୍ଵର ଏଭେନ କ୍ଲବର ରଜତ ଜୟନ୍ତୀ ଅବସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ 

 ମୟୂରଭଞ୍ଜ – ୬/୧୨ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବହଳଦା ଵ୍ଳକର ଖଣ୍ଡବନ୍ଧଵନ୍ଧ ଗ୍ରାମର ସିଦ୍ଧେଶ୍ବର ଏଭେନ କ୍ଲବର ରଜତ ଜୟନ୍ତୀ ଅବସରରେ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଅଂଚଳର ୬୩ ଦଳ ଅଂଶଗ୍ରହଣ କରିଥିଲେ ।ଖେଳରେ ଏମର୍ଜେନ୍ସୀ ୧୦୮ ଟିମ୍ କୁ ଜାମଦା ଇଲେଭେନ ଟିମ୍ ହରାଇ ଚମ୍ପିୟାନ ହୋଇଛି । ସେହିଭଳି ତୃତୀୟ ସ୍ଥାନରେ ଏସିସି- ଏଚସି ଓ ୪ ର୍ଥ ସ୍ଥାନରେ କୁଲଡ଼ିହା ଫୁଟବଲ ଟିମ୍ ।ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ୩ ଜଣ ଖେଳାଳି ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା ।ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା, ଗମ୍ଭାରୀଆ ସରପଞ୍ଚ ଵୈଦେହୀ ହାଁସଦା, ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା,ସେବା ନିବୃତ ପୋଲିସ ଅଧିକାରୀ ତଥା ବିଜେଡି ଯୁବ ନେତା ରାଇସେନ ମୁର୍ମୁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଖେଳ ଉପଭୋଗ କରିବାକୁ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସିଦ୍ଧେଶ୍ବର ଏଭେନ କ୍ଳବ୍ ସଭାପତି କାଶୀନାଥ କିସ୍କୁ, ସଂପାଦକ କ୍ଷେତ୍ରମୋହନ ମାରାଣ୍ଡି, ଉପସଭାପତି ଦୁଃଖିତ ହାଁସଦା,ସହ ସଂପାଦକ ଵୀରଭଦ୍ର ମାଝୀ ଏବଂ ଅନ୍ୟ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ରାଇଘର ମିନି ଷ୍ଟାଡିୟମରେ ହକି ବିଶ୍ଵକପ୍ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ

Sunil Chandra Nayak

ନର୍ଲା କ୍ରିକେଟ କ୍ଳବ୍ ପକ୍ଷରୁ ରାଜ୍ୟ ‌ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏମ ଏସ ଇଲେଭେନ ଦଳ ଚମ୍ପିୟାନ

Sunil Chandra Nayak

ବଲାଙ୍ଗିରରେ ଓଡିଶା ରାଜ୍ୟ ସିନିଅର ବ୍ୟାଡମିନ୍ଟନ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!