ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ

ବାଲେଶ୍ଵର,୦୭/୧୨/୨୩ – ବାଲେଶ୍ଵର – ଜଳେଶ୍ବର ଦେଇ ଖଡ଼ଗପୁରକୁ ଯାଇଛି ୬୦ ନମ୍ବର ଜାତୀୟ ରାଜପଥ । ଏହି ରାସ୍ତର ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ତୋଷପୁର ଛକ ନିକଟରେ ଛିଡ଼ା ହୋଇଥିବା ଟ୍ରଲରକୁ ପଛପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ। ଖବର ସଂଗ୍ରହରୁ ଜଣାଯାଇଛି ଅପରାହ୍ନ ସମୟରେ ସନ୍ତୋଷପୁର ଛକ ନିକଟରେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ବାଲେଶ୍ଵର ଆଡକୁ ଦୃତ ଗତିରେ ଆସୁଥିବା ବେଳେ ରାସ୍ତା କଡରେ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରଲରକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଟ୍ରକର ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଥିଲା । ଖବରପାଇ ରାଜପଥ କର୍ତ୍ତୃପକ୍ଷ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବନ ବିଭାଗ କର୍ମଚାରୀଙ୍କ ଦାବି ଅଣଦେଖା କରୁଛନ୍ତି ସରକାର: ଆନ୍ଦୋଳନର ଚେତାବନୀ

masiha

ନୂଆ ଏନଏସି ଓ ମ୍ୟୁନିସପାଲିଟି ଘୋଷଣା ପରେ ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ

Sunil Chandra Nayak

ଗୋଲାମୁଣ୍ଡା ଠାରେ ନିଖିଳ ଓଡିଶା ଏମଡିଏମ ପାଚିକା ଓ ସହାୟିକା ସଙ୍ଘ ର ବୈଠକ

Sunil Chandra Nayak

Leave a Comment

error: Content is protected !!