ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଅଘୋଷିତ କବିତା ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ

ପ୍ରକାଶ ପାଇଲା ଅଘୋଷିତ କବିତା ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ

ବାଲେଶ୍ଵର,୦୭/୧୨/୨୩- ଗତ ତା ୦୫/୧୨/୨୩ ରିଖ ଥିଲା ପ୍ରଥମାଷ୍ଟମୀ । ଏହି ଉପଲକ୍ଷେ ପ୍ରଥମାଷ୍ଟମୀ ବିଷୟରେ ବହୁତ ସୁନ୍ଦର ସୁନ୍ଦର କବିତା ” ମୋ ଅନୁଷ୍ଠାନ ” ହ୍ବାର୍ଟସପ୍ ଗୃହକୁ ‌ଆସିଥିଲା । ଅନୁଷ୍ଠାନ ସେମାନଙ୍କ କବିତା ଗୁଡ଼ିକୁ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନ ଦେଇଥିଲା । ସେମାନଙ୍କ ମଧ୍ୟରେ (୧) ଉର୍ମିଳା ମହାପାତ୍ର, ନବରଙ୍ଗପୁର (୨) ମାଧୁରୀ ମିଶ୍ର, ଝାରସୁଗୁଡା (୩) ଭାରତୀ ହୋତା, ନୂଆପଡା (୪) ଶୁଭଶ୍ରୀ ପ୍ରଧାନ, ପୁରୀ (୫) ମମତା କୁମାରୀ ସୁଆର, ଗଞ୍ଜାମ (୬) ବିନୋଦିନୀ ନାୟକ, ଗଞ୍ଜାମ (୭) ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର (୮) ବିବାସିନୀ ପଟ୍ଟନାୟକ, ଖୋର୍ଦ୍ଧା (୯) ରଞ୍ଜୁଲତା ପାଢୀ, ରାଉରକେଲା (୧୦) ନଳିନୀ ଦାଶ, ନୟାଗଡ଼ (୧୧) ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତ କବିତା ଗୁଡିକୁ ସମୀକ୍ଷା କରିଥିଲେ କବୟିତ୍ରୀ ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା । ଯିଏକି ଜଣେ ଉଚ୍ଚ ଶିକ୍ଷିତା ଏବଂ ସୁ-ସାହିତ୍ଯିକା । ତାଙ୍କ କବିତା, ଗଳ୍ପ, ପ୍ରବନ୍ଧ, ଭ୍ରମଣ କାହାଣୀ, ଆତ୍ମଜୀବନୀ ଭଳି ବିଭିନ୍ନ ସାହିତ୍ୟ ସୃଷ୍ଟି ଏ ଅନୁଷ୍ଠାନକୁ ସରସ ସୁନ୍ଦର କରି ଗଢି ତୋଳିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି । ସମୀକ୍ଷା କାରିଣୀ ଶ୍ରୀମତୀ ସାହୁଙ୍କ ସୃଷ୍ଟି ବିଭିନ୍ନ ପତ୍ର ପତ୍ରିକାରେ ମଧ୍ୟ ପୃଷ୍ଠା ମଣ୍ଡନ କରି ଚାଲିଛି । ପାଠକ ମାନେ ପଢି ମଧ୍ୟ ନିଜକୁ ଧନ୍ୟ ମନେକରୁଛନ୍ତି । ତାଙ୍କରି ସମୀକ୍ଷାରୁ ମମତା କୁମାରୀ ସୁଆର ପ୍ରଥମ ସ୍ଥାନ, ରଞ୍ଜୁଲତା ପାଢୀ ଦ୍ବିତୀୟ ସ୍ଥାନ ଓ ଉର୍ମିଳା ମହାପାତ୍ର ତୃତୀୟ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି । ଅନ୍ୟ ପ୍ରତିଯୋଗୀ ମାନେ କୌଣସି ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇ ନାହାନ୍ତି । ଧୈର୍ଯ୍ୟର ସହିତ ଲେଖନୀ ଚାଳନା ଜାରି ରଖନ୍ତୁ ଭବିଷ୍ୟତରେ ନିଶ୍ଚୟ ସ୍ଥାନ ପାଇବାରେ ସକ୍ଷମ ହେବେ ସମ୍ପାଦକ ସମସ୍ତ ପ୍ରତଯୋଗୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।।  

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଗାଈଗୋରୁଙ୍କୁ ଚର୍ମଗଣ୍ଡି ରୋଗ ଚିହ୍ନଟ

masiha

କନ୍ଧମାଳ ଜିଲ୍ଲାକୁ ଅଶାନ୍ତ କରିବାକୁ ଦିଆଯିବ ନାହିଁ : ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ମେଡିକାଲ କଲେଜ ନାମକରଣ ନିଷ୍ପତ୍ତି କୁ ସ୍ବାଗତ 

Sunil Chandra Nayak

ଯାଦବ ମହାସଭା ତରଫରୁ ନୁ ଆଖାଇ ଭେଟଘାଟ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!