ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁବୁଲାବେଡାରେ ଠିଆ ହୋଇଥିବା ଦଶ ଚକିଆ ହାଇୱ। ଗାଡ଼ିରୁ ବ୍ୟାଟେରୀ ଚୋରି ନେଇ ଥାନାରେ ଅଭିଯୋଗ 

ଦୁବୁଲାବେଡାରେ ଠିଆ ହୋଇଥିବା ଦଶ ଚକିଆ ହାଇୱ। ଗାଡ଼ିରୁ ବ୍ୟାଟେରୀ ଚୋରି ନେଇ ଥାନାରେ ଅଭିଯୋଗ 

ମୟୂରଭଞ୍ଜ -୭/୧୨- ( ମସିହା )ଦିନକୁ ଦିନ ରାଇରଙ୍ଗପୁର ସହରରେ ଚୋର ମାନଙ୍କ ଆତଙ୍କ ବଢିବାରେ ଲାଗିରହିଛି ।କିଛି ମାସ ହେଲା ଚୋରୀଚୁରା ରାକେଟ ଶୋଇ ଯାଇଥିବାବେଳେ ପୁଣି ଥରେ ବୁଧବାର ରାତିରେ ଖେଳ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର — ଗୋରୁମହିଷାଣୀ ରାସ୍ତା ଦୁବୁଲାଵେଡା ଓ୍ବାସିଂ ପଏଣ୍ଟ ପାଖରେ ଦୁଵୁଲାବେଡା ଗ୍ରାମର ରୋହିତ ମହାନ୍ତ ତାଙ୍କ ହାଇଭା ଗାଡ଼ି ( ଓଡି ୧୪ ଇ ୭୪୪୮) ରଖିଥିଲେ । ଗତକାଲିଠାରୁ ଲଘୁଚାପ ବାତ୍ୟା ମିଗ୍ ଜୋମ୍ ପ୍ରଭାବରେ ରାତିସାରା ଝଇପଇରଇ ଝଇପଇରଇ ବର୍ଷା ହୋଇଥିଲା । ତାହାରି ପ୍ରଭାବରେ ରାସ୍ତାଘାଟ ଶୁନଶାନ୍ ।ଏହାକୁ ମାହାର୍ଘ୍ଯ ବେଳା ଭାବି ବ୍ୟାଟେରୀ ଲୁଟେରା ଦଳ ସୁଯୋଗକୁ ହାତ ଛଡା ନ କରି ହାଇଭା ଗାଡିରୁ ଦୁଇଟି ଵାଟେରୀ କାଢି ନେଇ ଛୁ ମାରିଛନ୍ତି । ବିଚରା ରୋହିତ ସକାଳେ ଆସି ଗାଡ଼ି ଷ୍ଟାର୍ଟ କରନ୍ତି ତ ଗାଡ଼ି ଷ୍ଟାର୍ଟ ହେଉ ନାହିଁ !ପରେ ଦେଖନ୍ତି ଗାଡ଼ିରେ ଵାଟେରୀ ଦୁଇଟି ଉଭାନ । ଚୋରୀ ଘଟଣାକୁ ନେଇ ଗାଡ଼ି ମାଲିକ ରୋହିତ ମହାନ୍ତ ରାଇରଙ୍ଗପୁର ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି .।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ହିନ୍ଦୋଳରେ ହାତୀ ହତ୍ୟା ଘଟଣାରେ ନୂଆ ମୋଡ  କାର୍ଯ୍ୟାନୁଷ୍ଠାନ ଆରମ୍ଭ

ମିସିଙ୍ଗ ରିପୋର୍ଟରୁ ମିଳିଲା ମୃତ ମହିଳାଙ୍କ ପରିଚୟ

Sunil Chandra Nayak

୫୦ ଟି ଶୁଆ ଶାବକ ସହ ବନ୍ୟପ୍ରାଣୀ ମାଫିଆକୁ ମାଡ଼ି ବସିଲା ରାଇରଙ୍ଗପୁର ଜଙ୍ଗଲ ବିଭାଗ

masiha

Leave a Comment

error: Content is protected !!