ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳରେ ଦୀର୍ଘ ଏକ ସପ୍ତାହବ୍ୟାପୀ ତମାଖୁମୁକ୍ତ ବିଦ୍ୟାଳୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ – ୨୦୨୩ ଅନୁଷ୍ଠିତ
ଢେଙ୍କାନାଳ(ମ ସୀ ହା )୦୭/୧୨_ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ବରିଷ୍ଠ ଶିକ୍ଷକ ତଥା ପ୍ରାକ୍ତନ ରାଷ୍ଟ୍ରପତି ସ୍କାଉଟ୍ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମଚାରୀ,ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟା,ସଦସ୍ୟ,ପ୍ରାକ୍ତନ ଛାତ୍ରୀ -ଛାତ୍ର ଆସୋସିଏସନ୍ ର ସଦସ୍ୟା ସଦସ୍ୟବୃନ୍ଦ ଓ ସମସ୍ତ ଉପସ୍ଥିତ ବାଳକ ସ୍କାଉଟ୍ ଓ ବାଳିକା ଗାଇଡ୍ ତଥା ବର୍ତ୍ତମାନର ଛାତ୍ରୀ-ଛାତ୍ର ମାନଙ୍କର ମିଳିତ ପ୍ରଚେଷ୍ଟାରେ ବିଦ୍ୟାଳୟରେ ଦୀର୍ଘ ଏକସପ୍ତାହବ୍ୟାପୀ ତମାଖୁମୁକ୍ତ ବିଦ୍ୟାଳୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ – ୨୦୨୩ ଅନୁଷ୍ଠିତ
ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର କାର୍ଯ୍ୟକ୍ରମର ମୁଖ୍ୟସଂଯୋଜକ ବରିଷ୍ଠ ଶିକ୍ଷକ ତଥା ସମରଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର ତଥା ପ୍ରାକ୍ତନ ରାଷ୍ଟ୍ରପତି ସ୍କାଉଟ୍ ମୁଖ୍ୟ ସଂଯୋଜକ ଭାବରେ ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରମୂଖ ଭୂମିକା ଗ୍ରହଣ କରି ସ୍ଵାଗତଭାଷଣ,ସାଧନକର୍ମୀ ପ୍ରଶିକ୍ଷିକା ତଥା ଅନ୍ୟତମ ବକ୍ତା ଦ୍ୱୟଙ୍କ ପରିଚୟ ପ୍ରଦାନ,କାର୍ଯ୍ୟକ୍ରମର ସଭା ସଂଯୋଜନା ଓ ପରିଚାଳନା କରି ସ୍ଵୀୟ ଅଭିଭାଷଣରେ ତମାଖୁମୁକ୍ତ ବିଦ୍ୟାଳୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ, ଆବଶ୍ୟକତା,ଏହାର ପୃଷ୍ଠଭୂମି,ତମାଖୁର ବ୍ୟବହାରର ଅଭିବୃଦ୍ଧିର କାରଣ,ବ୍ୟାପକତା ଦ୍ଵାରା ଏହାର ଶାରୀରିକ ଧ୍ଵଂସକାରୀ କ୍ଷମତା ଓ ଏହାଠାରୁ ନିଜକୁ ବଞ୍ଚାଇ ସୁରକ୍ଷିତରଖିବା ପାଇଁ ସଚେତନତା ହିଁ ସୁରକ୍ଷା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ସାଧନକର୍ମୀ
ଅତିଥି ପ୍ରଶିକ୍ଷିକା ଅନ୍ୟତମ ବକ୍ତା ଭାବରେ ସହରାଞ୍ଚଳ ସହକାରୀ ପ୍ରବନ୍ଧକ, ଇପ୍ସିତା ମିଶ୍ର,ପ୍ରଜ୍ଞା ପାରମିତା ମହାନ୍ତି,ସହକାରୀ ପ୍ରବନ୍ଧକ, ଅଣସଂକ୍ରାମକ ରୋଗ,ଅନ୍ଯତମ ବକ୍ତା ଭାବରେ ସହକର୍ମୀ ସନ୍ଧ୍ୟାରାଣୀ ସାହୁ,ଏ.ଏନ୍.ଏମ୍. ଦିଦି,ଚାମେଲି ମହାନ୍ତି,ଆଶା ଦିଦି,ସମୀର କୁମାର ବେହେରା,ଆକାଉଣ୍ଟାଣ୍ଟ,ସହର ସ୍ୱାସ୍ଥ୍ୟ କେନ୍ଦ୍ର,ବାଜିଚୌକ ପ୍ରମୁଖ ଉପସ୍ଥିତ ରହି ସ୍ଵୀୟ ବକ୍ତବ୍ୟରେ ତମାଖୁ ବ୍ୟବହାର ଦ୍ବାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମାଜିକ,ଅର୍ଥନୈତିକ ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ କ୍ଷେତ୍ରରେ ଅଗ୍ରଗତି ଅନେକ ମାତ୍ରାରେ ପ୍ରଭାବିତ ହେଉଅଛି ।ଏଣୁ ତମାଖୁ ସେବନରୁ ସମସ୍ତେ ନିବୃତ୍ତ ରହିବାପାଇଁ ବର୍ତ୍ତମାନ ଓ ଭବିଷ୍ୟତ ବଂଶଧରମାନଙ୍କୁ ସତର୍କ ଓ ସଚେତନ କରିବା ଜରୁରୀ ଅଟେ ।ସମସ୍ତେ ତମାଖୁକୁ ନା କୁହନ୍ତୁ ! ଗର୍ଭାବସ୍ଥାରେ ତମାଖୁ ସେବନ କଲେ ଶିଶୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ନିଏ ଓ କମ୍ ଓଜନର ହୋଇଥାଏ।ପାଟି,ମୁଖ ଗହ୍ଵର,ସ୍ଵରଯନ୍ତ୍ର, ଫୁସ୍ଫୁସ୍,ମୁତ୍ରାଶୟ ଇତ୍ୟାଦିରେ କର୍କଟ,ହୃଦ୍ଘାତ,ଯକ୍ଷ୍ମା ଓ ଫୁସ୍ଫୁସ୍ ରୋଗ,ନପୁଂସକତା,ପ୍ରଜନନ ଶକ୍ତି ହ୍ରାସ ଓ ଅକାଳ ବାର୍ଦ୍ଧକ୍ୟ ଦେଖାଦେଇଥାଏ।ପରୋକ୍ଷ ଧୂମପାନ ଦ୍ବାରା ହୃଦ୍ଘାତ ଓ ଫୁସ୍ଫୁସ୍ କର୍କଟରେ ଆକ୍ରାନ୍ତ ହେବା ସହିତ ଆଜ୍ମା, ଶ୍ଵାସନଳୀଜନିତ ତୀବ୍ର ଅସୁସ୍ଥତା ଏବଂ ଅନ୍ୟାନ୍ୟ ରୋଗ ମଧ୍ୟ ଦେଖାଯାଇଥାଏ। ଧୂମପାନ ବା ତମାଖୁ ବ୍ୟବହାରର କୁପରିଣାମ ବିଚାରକୁ ନେଲେ ତମାଖୁମୁକ୍ତ ଯୁବା ଅଭିଯାନରେ ଛାତ୍ରୀଛାତ୍ର,ଯୁବତୀ-ଯୁବକମାନଙ୍କ ପ୍ରମୂଖ ଭୂମିକା ରହିଛି।ଏଥିପାଇଁ ଆମେ ସମସ୍ତେ ଜୀବନରେ ତମାଖୁ ଗ୍ରହଣ ନ କରିବା ପାଇଁ ସଂକଳ୍ପ ନେବା।ବନ୍ଧୁ ଓ ପରିବାରର ସଦସ୍ୟ ମାନଙ୍କୁ ଜମାରୁ ଗ୍ରହଣ ନ କରିବା ପାଇଁ ପ୍ରବର୍ତ୍ତାଇବା,ତମାଖୁ ଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କୁ ତମାଖୁ ଛାଡିବା ପାଇଁ ସହଯୋଗ କରିବା।ତମାଖୁର କୁପ୍ରଭାବ ଉପରେ ବନ୍ଧୁ,ପରିଜନ ଓ ଜନସାଧାରଣଙ୍କୁ ସଚେତନ କରେଇବା। ତମାଖୁ ମୁକ୍ତ ପିଢ଼ି ଏବଂ ତମାଖୁ ମୁକ୍ତ ସମାଜ ଗଠନ କରିବାରେ ସମସ୍ତେ ସହଯୋଗ କରିବା ଉଚିତ୍। ତମାଖୁ ଛାଡିବା ପାଇଁ କଲ କରନ୍ତୁ ୧୮୦୦ ୧୧୨ ୩୭୭ କିମ୍ବା ୦୧୨-୨୨୯୬୧୭୪୧ (ଦେୟ ମୁକ୍ତ) ଅଥବା ପଞ୍ଜିକରଣ ପାଇଁ https://www.nhp. gov.in/qui-tobaca mog କୁ ଲଗଅନ କରନ୍ତୁ ବୋଲି ସମସ୍ତ ସାଧନକର୍ମୀ ଅତିଥି ପ୍ରଶିକ୍ଷିକା,ପ୍ରଶିକ୍ଷକବୃନ୍ଦ ଦୃଢ଼ ଆହ୍ଵାନ ଜଣାଇଥିଲେ।ତେଣୁ,ସମସ୍ତେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଓ ତମାଖୁମୁକ୍ତ ପୌରାଞ୍ଚଳ ଗଠନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା,ତମାଖୁ ଛାଡିବା ପାଇଁ ଜିଲ୍ଲା ତମାଖୁ ବିରତି କେନ୍ଦ୍ର,ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ, ତମାଖୁ ନିୟନ୍ତ୍ରଣ କକ୍ଷ,ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଓଡ଼ିଶା ସହିତ ଯୋଗାଯୋଗ କରନ୍ତୁ ବୋଲି ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମର ଶିକ୍ଷାର୍ଥୀ ଜଳ,ସ୍ଥଳ,ଆକାଶ ଓ ବାଳିକା ବାହିନୀର ପ୍ରାୟ ୩୦୦ ଜଣ ସମରଶିକ୍ଷାର୍ଥୀ ସେମାନଙ୍କର ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କ ମାର୍ଗଦର୍ଶନରେ ଅଂଶଗ୍ରହଣ କରି ଏ ସମ୍ପର୍କରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସିନିୟର୍ କ୍ୟାଡେଟ ଆଶୁତୋଷ ତ୍ରିପାଠୀଙ୍କ ନେତୃତ୍ୱରେ ସମ୍ମିଳିତ ଭାବରେ ଶପଥ ପାଠ ଓ ବିଭିନ୍ନ ତମାଖୁ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ବିଭିନ୍ନ ପେଣ୍ଟିଂ ଓ ପୋଷ୍ଟର ଧରି ସ୍ଲୋଗାନ୍ ମାନ ଦିଆଯାଇ ଏକ ବର୍ଣ୍ଣାଢ଼୍ୟ ରାଲି ବିଦ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳରେ ପରିକ୍ରମା କରି ଜନସଚେତନତା ସୃଷ୍ଟି କରାଯାଇ ଥିଲା। ବିଦ୍ୟାଳୟ ସ୍ତରୀୟ ସ୍ଲୋଗାନ୍ ଲିଖନ,ଡ୍ରଇଁ ଓ ପେଣ୍ଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କ ଶ୍ରେଷ୍ଠ କୃତିସବୁ ବିଚାରକ ମଣ୍ଡଳୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇ ସେମାନଙ୍କୁ ଅନ୍ୟତମ ବକ୍ତା ଓ ସଂଯୋଜକ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ପୁରସ୍କାର ଗୁଡ଼ିକର ପ୍ରଶଂସାପତ୍ର ଓ ମୋମେଂଟୋ ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ,ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ସମର ଶିକ୍ଷାର୍ଥୀ ନୌବାହିନୀ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ଡେପୁଟେସନରେ କାର୍ଯ୍ୟରତା ଶିକ୍ଷୟିତ୍ରୀ ସୁନିତା ନାଥ,ସୁଜିତ କୁମାର ବାରା ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ବୃନ୍ଦଙ୍କ ଯୋଗଦାନ ଓ ମିଳିତ ମାର୍ଗଦର୍ଶନରେ ଦୀର୍ଘ ଏକ ସପ୍ତାହ ବ୍ୟାପୀ ତମାଖୁମୁକ୍ତ ବିଦ୍ୟାଳୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ -୨୦୨୩ ପାଳନ ସାଫଲ୍ୟ ମଣ୍ଡିତ ହୋଇପାରିଥିଲା।ପରେପରେ ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ସୁଲଳିତ କଣ୍ଠରେ ସୁମଧୁର ଶାନ୍ତି ପାଠ କରିଥିଲେ ।ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ତଥା କାର୍ଯ୍ୟକ୍ରମ ପ୍ରମୂଖ ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଦୀର୍ଘ ଏକ ସପ୍ତାହ ବ୍ୟାପୀ ତମାଖୁମୁକ୍ତ ବିଦ୍ୟାଳୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ – ୨୦୨୩ ପାଳନ ଅବସରରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।
ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍


