ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଉଡାନ ଯୋଜନା ନେଇ ସଂସଦରେ ଜୁଏଲ ଓରାମଙ୍କ ପ୍ରଶ୍ନ.

ଉଡାନ ଯୋଜନା ନେଇ ସଂସଦରେ ଜୁଏଲ ଓରାମଙ୍କ ପ୍ରଶ୍ନ.

ରାଉଲକେଲା/ ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ୍ ଓରାମ ଉଡାନ ଯୋଜନାରେ ରାଉରକେଲା ବିମାନ ବନ୍ଦର ଉପରେ ସଂସଦରେ ପ୍ରଶ୍ନ ଉତ୍ଥାପନ କରିଥିଲେ। କେନ୍ଦ୍ର ସରକାର ଦେଶରେ ୧୦୦ ଟି ବିମାନ ବନ୍ଦର ଉଡ଼ାନ ଯୋଜନାରେ କରିବା ପାଇଁ ସ୍ଥିର କରିଥିବାବେଳେ ରାଉରକେଲାର ସ୍ଥାନ ୫ ରେ ଥିଲା। ମହାମାରୀ କରୋନା ସମୟରେ ରାଉଲକେଲା ଇସ୍ପାତ କାରଖାନାରୁ ଦେଶର ବିଭିନ୍ନ ଅଂଚଳକୁ ଅକ୍ସିଜେନ ପଠା ଯାଇଥିଲା। ସେହିପରି ଗତମାସରେ ଉତ୍ତରକାଶୀରେ ଶ୍ରମିକମାନେ ଟନେଲରେ ଫସି ରହିଥିବା ବେଳେ ରାଉରକେଲାରୁ ବିମାନ ଯୋଗେ ରାଉଲକେଲା ଇସ୍ପାତ୍ କାରଖାନା ଦ୍ଵାରା ନିର୍ମିତ ପାଇପ୍ ସେଠାକୁ ପଠାଯାଇ ଶ୍ରମିକ ମାନଙ୍କ ଜୀବନ ରକ୍ଷା କରାଯାଇଥିଲା । ଏଣୁ ରାଉଲକେଲା ଏକ ଗୁରୁତ୍ଵପୂର୍ଣ୍ଣ ବିମାନ ବନ୍ଦର ଭାବେ ସାବ୍ୟସ୍ତ ହୋଉଛି । ଉକ୍ତ ଉଡ଼ାଣ ଯୋଜନାରେ ରାଉଲକେଲା ବିମାନ ବନ୍ଦରର ଉନ୍ନତି କରଣ କାହିଁକି କରାଯାଉ ନାହିଁ ବୋଲି ସେ ସମ୍ପର୍କରେ ଦୁଇଟି ମନ୍ତ୍ରାଳୟର ଦାୟିତ୍ୱରେ ଥିବା ଇସ୍ପାତ୍ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତଥ୍ୟ ଦେବାକୁ ଶ୍ରୀ ଓରାମ ଅନୁରୋଧ କରିଥିଲେ। ଶ୍ରୀ ସିନ୍ଧିଆ କହିଥିଲେ ଯେ ସେ ସବୁ ସମୟରେ ରାଉରକେଲାକୁ ଗୁରୁତ୍ଵ ଦେଇ ଆସୁଛନ୍ତି, ତେବେ ସେ ଏସଂପର୍କରେ କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସାଂସଦଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ। ସୁନ୍ଦରଗଡ ତଥା ରାଉରକେଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ସାଂସଦ ଶ୍ରୀ ଓରାମ ସର୍ବଦା ଚେଷ୍ଟା କରିଆସୁଥିବା ରୁ ଜିଲ୍ଲା ତଥା ଜନତାଙ୍କ ତରଫରୁ ଶ୍ରୀ ଓରାମଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ବୋଲି ଜିଲ୍ଳା ସଭାନେତ୍ରୀ ଲତିକା ପଟ୍ଟନାୟକ ପ୍ରକାଶ କରିଛନ୍ତି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଜନତା ପାର୍ଟି ମଣ୍ଡି ଚାଲ ଅଭିଯାନ କ୍ରମରେ ମଣ୍ଡି ପରିଦର୍ଶନ କଲେ ପୂର୍ବତନ ବିଧାୟକ 

Sunil Chandra Nayak

ଓଡିଶାରେ ହେବ ବିଜେପି ସରକାର 

masiha

କଂଗ୍ରେସ ଗଣତନ୍ତ୍ରର ହତ୍ୟାକାରୀ : କଳାଦିବସ ପାଳିଲା ବିଜେପି

masiha

Leave a Comment

error: Content is protected !!