ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ହତ୍ୟା କରି ଥିବା ଅଭିଯୋଗ

ଯୁବକ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ହତ୍ୟା କରି ଥିବା ଅଭିଯୋଗ

ବନ୍ଧୁଗାଁ :କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା କେ ଜାଗୁଗୁଡା ପଞ୍ଚାୟତ ମୁଣ୍ଡେସୁ ଗ୍ରାମର ଜଣେ ବିବାହିତ ବ୍ୟକ୍ତି ନିଜ ଘରେ ଲୁଙ୍ଗି ଦେଇ ଆତ୍ମହତ୍ୟା ହୋଇ ଯାଇଛନ୍ତି। ଆଜି ସାନ ଭାଇ ଚନ୍ଦ୍ର ମିଣିଆକା ଜଣକ ନିଜ ବଡ ଭାଇ ରାମା ମିଣିଆକା ୩୭ ବର୍ଷ (ପୁ ) ଙ୍କ ମୃତ୍ୟୁକୁ ନେଇ ଲିଖିତ ଭାବେ ଏହା ଆତ୍ମହତ୍ୟା ନୁହେଁ ଏହା ହତ୍ୟା କରିଥିବା ନେଇ ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ଅନୁଯାଇ ଆଜକୁ ୫ ବର୍ଷ ତଳେ ନାକିଟି ଗ୍ରାମର ଘାସି ମେଲେକା ଙ୍କ ଝିଅ ସୁନୁଦେଇ ମେଲେକା ଙ୍କୁ ବିବାହ କରିଥିଲେ। ବିବାହ ପରେ ଦୁଇଟି କନ୍ୟା ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ଆଜକୁ ୩ ମାସ ତଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଘରେ଼ଇ ବିଷୟ କୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥଲା। ଏହା ପରେ ସ୍ତ୍ରୀ ସୁନ୍ଦେଇ ମେଲେକା ନିଜର ଦୁଇଟି ଝିଅ କୁ ନେଇ ନାକିଟି ଗ୍ରାମରେ ଥିବା ନିଜର ସାନ ବାପା କୁମୁଟି ମେଲେକାଙ୍କ ଘରେ ରହି ଆସୁଥିଲେ। ଗତ ବୁଧବାର ଦିନ ସ୍ବାମୀ ରାମା ମିଣିଆକା ନିଜ ସ୍ତ୍ରୀ କୁ ଆଣିବା ପାଇଁ ନାକିଟି ଗ୍ରାମକୁ ଯାଇ ଯିବା ପାଇଁ କହିଥିଲେ କିନ୍ତୁ ସ୍ତ୍ରୀ ସୁନ୍ଦେଇ ମେଲେକା ମନା କରି ଦେଇଥିଲେ। ଏହା ପରେ ସ୍ବାମୀ ଜଣକ ସନ୍ଧ୍ୟା ୮ ଘଣ୍ଟା ସମୟରେ ଫେରି ନିଜ ସାନ ଭାଇ ଙ୍କ ଘରେ ପହଞ୍ଚି ଖାଦ୍ୟ ଖାଇ ମୁଣ୍ଡେସୁ ଗ୍ରାମକୁ ଚାଲି ଯାଇ ଥିଲେ । ଏହା ପରେ ମୁଣ୍ଡେସୁ ଗ୍ରାମରେ ସ୍ତ୍ରୀ ରହୁଥିବା ଘରେ ଫାଶୀ ହୋଇ ଝୁଲନ୍ତା ଅବସ୍ଥାରେ ଥିବା ଆଜି ସକାଳ ୭ ଘଣ୍ଟା ସମୟରେ ଦେଖିବାକୁ ମିଳିଛି। ଭାଇଙ୍କ ଅଭିଯୋଗ ଅନୁଯାଇ ବଡ ଭାଇଙ୍କ ସ୍ତ୍ରୀଙ୍କୁ ନେଇ ବହୁ ଦିନ ଆଗରୁ ସ୍ତ୍ରୀର ଭାଇ,ଓ ସାନ ବାପା ଜୀବନରେ ମାରିବାକୁ ବଡ ଭାଇକୁ ଧମକ ଦେଇ  ଥିଲେ। ତେଣୁ ଏହା ଆତ୍ମହତ୍ୟା ନୁହେଁ ଏହା ହତ୍ୟା କରିଥିବା ଅଭିଯୋଗ ହୋଇଛି କହି ଅଧିକା ତଦନ୍ତ କରିବାକୁ ବନ୍ଧୁଗାଁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଲିଖିତ ଅଭିଯୋଗ ପାଇବା ପରେ ଥାନା ତରଫରୁ ୟୁ ଡି କେଶ ରୁଜୁ କରି ଅଧିକ ତଦନ୍ତ କରୁ ଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ମଧ୍ୟ ଶବ ବ୍ୟବଚ୍ଛେଦ କରାଯାଇ ନାହିଁ । ଡାକ୍ତର ଙ୍କ ଦ୍ଵାରା ଶବ ବ୍ୟବଚ୍ଛେଦ ଆସନ୍ତା କାଲି କରିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ଜଣା ପଡ଼ିବ। ଆଜି ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ଠାରେ ମୃତ ବ୍ୟକ୍ତିଙ୍କ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଗଲା I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗା ରି ଙ୍କ ରିପୋର୍ଟ୍ 

Related posts

୮ ଟି ଚୋରୀ ବାଇକ ଜବତ: ଜଣେ ନାବାଳକ ଗିରଫ 

masiha

ବେନ୍ଦାଳିଆ ଆକ୍ରମଣ ମାମଲାରେ ୩ଅଭିଯୁକ୍ତ ଗିରଫ, ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ 

ଯୁବକ ର ଅପହରଣ ନେଇ ଏସ ପିଙ୍କ ସାମ୍ବାଦିକ ସମ୍ମିଳନୀ, ନିଜକୁ ନିଜେ ଅପହରଣ କରି ପରିବାର ଠାରୁ ଟଙ୍କା ଆଦାୟ ଘଟଣାର ପରଦା ଫାସ କଲା ପୋଲିସ

masiha

Leave a Comment

error: Content is protected !!