ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

 ଚିଲିଗୁଡା – ମ ନି ସ  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଳା ସ୍ୱାମୀ ଚିଦାନନ୍ଦ ମହାବିଦ୍ୟାଳୟ ରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆଜି କର ଚଳା କଲେଜର ଛାତ୍ରଛାତ୍ରୀ ସାଇକେଲ ଯୋଗେ ନିଜ କଲେଜରୁ ବାହାରି ପ୍ରାୟ ୭ କିମି ଦୂର ରାଜପୁର ସୁଧାଂଶୁ ଶେଖର ମହା ବିଦ୍ୟାଳୟ ପର୍ଯ୍ୟନ୍ତ ଆସି ଜନସାଧାରଣଙ୍କୁ ସଡକ ସୁରକ୍ଷା ସମ୍ୱନ୍ଧରେ ସଚେତନତା କରିଥିଲେ ଏବଂ ଗାଡି ଚାଳନା ସମୟରେ ହେଲମେଟ ବ୍ୟବହାର କରିବା ପାଇଁ ଲୋକଙ୍କୁ ବାର୍ତ୍ତା ଦେଇଥିଲେ ।ଏହି ଅବସର ରେ କରଚଳ। ମହାବିଦ୍ୟାଳୟର ଅଧକ୍ଷ ହିମାଂଶୁ ମୋହନ ସିଂ ,ସୁଧାଂଶୁ ଶେଖର ମହାବିଦ୍ୟାଳୟର ଅଧକ୍ଷ ମାନସ ରଞ୍ଜନ ପଣ୍ଡା ,କରଚଳ। କଲେଜର ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଭବାନୀ ଶଙ୍କର ପଣ୍ଡା ଏବଂ ୫୦ ଜଣ କଲେଜ ଛାତ୍ରଛାତ୍ରୀ ଯୋଗାଦାନ କରିଥିଲେ ।ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା

Related posts

ପରିବା ବ୍ୟବସାୟୀ ମକରନ୍ଦ ସାହୁଙ୍କ ଘର ସମ୍ମୁଖରେ ଥିବା ପିକଅପ୍ ଭେନ୍ ଚୋରି

Sunil Chandra Nayak

ଭୀମ ଭୋଇ ସାମର୍ଥ୍ୟ ଶିବିର ୨୧୫ ଜଣଙ୍କୁ ଶାରୀରିକ ଅକ୍ଷମ ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ଯରଂଜନ

Sunil Chandra Nayak

Leave a Comment

error: Content is protected !!