ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଜିଲ୍ଲାପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ନବରଙ୍ଗପୁର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ନବରଙ୍ଗପୁର ଶାଖାର କର୍ମକର୍ତ୍ତା ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସଂଘର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ। ଏହି ଆଲୋଚନା ରେ ସଂଘର ସଭାପତି ହୃଷିକେଶ ସାହୁ , କାର୍ଯ୍ୟକାରୀ ଉପ ସଭାପତି ଫ୍ରାନସିସ୍ ନାଗ, ଉପ ସଭାପତି ସପନ କୁମାର ହାଲଦାର, ସମ୍ପାଦକ ସଞ୍ଜୀବ ପଣ୍ଡା, ସହ ସମ୍ପାଦକ ସୁରେଶ ଚନ୍ଦ୍ର ପାତ୍ର,ସାଂଗଠନିକ ସମ୍ପାଦକ ବିଶ୍ୱଜିତ ମହାରଣା, ଅଡିଟର ଅଭିମନ୍ୟୁ ପାଣିଗ୍ରାହୀ ଏବଂ ବ୍ଲକ ପ୍ରତିନିଧି ଅଜୟ ପାଣିଗ୍ରାହୀ, ଦେବେନ୍ଦ୍ର ନାୟକ ଏବଂ ଆଦିତ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ଲୋଚନ ସାହୁଙ୍କ ସହ ମଧ୍ୟ ସଂଘର କର୍ମକର୍ତ୍ତା ସାକ୍ଷାତ କରିଥିଲେ ବୋଲି ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା — ଚାରି ଗୁରୁତର

Sunil Chandra Nayak

ରାସ୍ତାରେ ପଡିଥିବା ଗଛ ହଟାଇଲା ଅଗ୍ନିଶମ ବିଭାଗ

Sunil Chandra Nayak

ଯୋଗ,ବ୍ୟାୟାମ ଶାରିରୀକ ଓ ମାନସିକ ସୁସ୍ଥତାର ଚାବିକାଠି

Sunil Chandra Nayak

Leave a Comment

error: Content is protected !!