ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ପଞ୍ଚମ ଅର୍ଘ୍ୟ : ଭାରତୀୟ ସମ୍ବିଧାନ, ଅସମାନତା, ବିବିଧତା ଶୀର୍ଷକ ଆଲୋଚନା

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ପଞ୍ଚମ ଅର୍ଘ୍ୟ : ଭାରତୀୟ ସମ୍ବିଧାନ, ଅସମାନତା, ବିବିଧତା ଶୀର୍ଷକ ଆଲୋଚନା

ରାଉରକେଲା / ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଚାଲିଥିବା ‘ନିର୍ମଳ ମୁଣ୍ଡା ବୌଦ୍ଧିକ ବକ୍ତୃତା ଶୃଙ୍ଖଳା’ର ପଞ୍ଚମ ଅର୍ଘ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ‘ଅସମାନତା, ବିବିଧତା ଓ ଭାରତୀୟ ସମ୍ବିଧାନ ସମ୍ପର୍କୀତ’ ଶୀର୍ଷକ ବକ୍ତୃତା ଆୟୋଜିତ ହୋଇଛି। ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଭାଗୀୟ ଅଧ୍ୟାପିକା ରାମେଶ୍ୱରୀ ଭୋଇ। ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ସ୍ବର୍ଗତ ନିର୍ମଳ ମୁଣ୍ଡାଙ୍କ ନାମରେ ଆରମ୍ଭ ହୋଇଥିବା ଏହି ବକ୍ତୃତାମାଳା ଦ୍ୱାରା ଭିନ୍ନ ଭିନ୍ନ ପ୍ରସଙ୍ଗ ମାଧ୍ୟମରେ ଆଲୋଚନା ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧିରେ ଏହି ବକ୍ତୃତାମାଳାର ଆୟୋଜନ ଏକ ନିଆରା କାର୍ଯ୍ୟକ୍ରମ ବୋଲି ସୁଚନା ଦିଆଯାଇଛି। ପ୍ରଫେସର ବେହେରା ଶୀର୍ଷକ ଆଲୋଚନା ସମ୍ପର୍କରେ ସୂଚନା ଦେବା ସହ ସାମ୍ପ୍ରତିକ ସ୍ଥିତିରେ ଏହିଭଳି ବକ୍ତୃତା ଆୟୋଜନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ କହିଥିଲେ। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଚୋଧୁରୀ ପ୍ରଦୋଶ ରଞ୍ଜନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ସ୍ୱତନ୍ତ୍ର ବକ୍ତାଭାବେ ଭୁବନେଶ୍ୱର ସ୍ଥିତ ଗବେଶଣା ଚକ୍ର ସଙ୍ଗଠନର ପ୍ରତିଷ୍ଠାତା ଓ ସଭାପତି ଡ ବିଜୟ କୁମାର ବହିଦାର ଯୋଗଦେଇ ଥିଲେ। ଡ ବହିଦାର ସାରା ବିଶ୍ୱରେ ଆମଦେଶ ସର୍ବ ବୃହତ୍ତ ଗଣତନ୍ତ୍ରର ମାନ୍ୟତା ହାସଲ କରିଥିଲାବେଳେ ଆମ ଦେଶର ଗାଣତାନ୍ତ୍ରିକ ବ୍ୟବସ୍ଥାକୁ ସର୍ବୋତ୍କୃଷ୍ଟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହା ସହିତ ବିଭିନ୍ନ ପ୍ରକାରର ବିବିଧତା ମଧ୍ୟରେ ପରିପୂର୍ଣ୍ଣ ଆମ ଦେଶର ସମ୍ବିଧାନ ଲାଗୁ ହେବାର ୭୨ ବର୍ଷ ପରେ ମଧ୍ୟ ଜାତି, ଧର୍ମ ଓ ବର୍ଣ୍ଣ ଆଦିକୁ ନେଇ ରହିଥିବା ଅସମାନତା ସମ୍ପର୍କରେ ଆଲୋଚନା କରିଥିଲେ। ଆମ ସମ୍ବିଧାନରେ ରହିଥିବା ବିଭିନ୍ନ ଧାରାକୁ ଦେଶର ବିଭିନ୍ନ ବର୍ଗର ଦେଶବାସୀ ଜାଣିବା ଓ ଏହାକୁ କାର୍ଯ୍ୟରେ ଲଗାଇବା ଉଦ୍ୟମ କରିବା ନିମନ୍ତେ ସମସ୍ତେ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ବିଶେଷ କରି ଦଳିତ, ଶୋଷିତ ଓ ନିଷ୍ପେଶିତ ବର୍ଗଙ୍କ ପାଇଁ ଭାରତୀୟ ସମ୍ବିଧାନରେ ରହିଥିବା ବିଭିନ୍ନ ଧାରାକୁ ଏକ ଅସ୍ତ୍ରଭାବେ ବ୍ୟବହାର କରିବା ପାଇଁ ଡ ବହିଦାର ସୂଚନା ଦେଇଥିଲେ। ବକ୍ତୃତା ଶୃଙ୍ଖଳା କାର୍ଯ୍ୟକ୍ରମର ସଂଯୋଜିକା ଡ ସସ୍ମିତା ସାମଲ ଏହି ଅବସରରେ ଉପସ୍ଥିତ ରହି ସ୍ୱତନ୍ତ୍ର ବକ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କୀତ ପ୍ରଶ୍ନୋତ୍ତର କାର୍ଯ୍ୟରେ ଭାଗନେଇଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ବିଭାଗୀୟ ଅଧ୍ୟାପକ ଡ ସୁବାଷ ଚନ୍ଦ୍ର ସେଠୀ, ସୂର୍ଯ୍ୟକାନ୍ତ ରାଉତ, ଭୋଳାନାଥ ମଲ୍ଲିକ ଏବଂ ଅଧ୍ୟାପିକା ଐଶ୍ୱର୍ଯ୍ୟା ରାଉତ, ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲା ସ୍ତରୀୟ ଉଦଘାଟନ 

Sunil Chandra Nayak

ବିପିୟୁଟି ବହୁ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

Sunil Chandra Nayak

Grand Festivities Set to Begin at JK Pur Dussehra 2025

Sunil Chandra Nayak

Leave a Comment

error: Content is protected !!