ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଂଗଠାନିକ ନିର୍ବାଚନ ଅନୁଷ୍ଠିତ 

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଂଗଠାନିକ ନିର୍ବାଚନ ଅନୁଷ୍ଠିତ 

 ବନ୍ଧୁଗାଁ ତା ୯/୧୨/୨୩,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଂଗଠାନିକ ନିର୍ବାଚନ ବନ୍ଧୁଗାଁ ନୂତନ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଟିତ ହୋଇଯାଇଛି । ବନ୍ଧୁଗାଁ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୧୦ ଟି ସ୍କୁଲରୁ ୩୨୦ ଶିକ୍ଷକଙ୍କ ମଧ୍ୟରୁ ୨୮୭ ଜଣ ଶିକ୍ଷକ ଉପସ୍ଥିତ ରହି ନିଜର ଭୋଟ ପ୍ରଦାନ କରିଥିଲେ। ନିର୍ବାଚନ ଅଧିକାରୀ ଭାବେ ବାସୁଦେବ ଦେବରପଲ୍ଲୀ, ବି ରମେଶ, ସଞ୍ଜୟ ସିଂ ଓ କାଳିନ୍ଦୀ ସାହୁ ଙ୍କ ଉପସ୍ଥିତିରେ ସମସ୍ତ ନିୟମ ଅନୁଯାୟୀ ପ୍ରାଥମିକ ଶିକ୍ଷକ ସଂଘ ସାଂଗଠାନିକ ନିର୍ବାଚନ ପରିଚାଳନା କରିଥିଲେ । ନିର୍ବାଚନ ଟି ସ୍ଥାନୀୟ ପୋଲିସ ଙ୍କ ଉପସ୍ଥିତି ଥାଇ ସୁରକ୍ଷା ମଧ୍ୟରେ ଅତି ଶାନ୍ତି ଶୃଙ୍ଖଳା ସହିତ ପରିଚାଳିତ ହୋଇଥଲା। ଏହି ନିର୍ବାଚନ ଟି ସାଧାରଣ ନିର୍ବାଚନ ପରି ନ ହୋଇ ପଦବୀ ପାଇଁ ପ୍ରତିଦୁନ୍ଦିତା ଅତି ସଂଗର୍ଷ ପୂର୍ଣ୍ଣ ରହିଥିଲା । ଆଜି ନିର୍ବାଚନ ହେବା ସମୟରେ କୋରାପୁଟ ଜିଲ୍ଲା ଶିକ୍ଷକ ସଂଘ୍ ରୁ ଜିଲ୍ଲା ସଭାପତି ତ୍ରିନାଥ ହରିଜନ, ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ଓ ପୁର୍ବତନ ରାଜ୍ଯ ଆଞ୍ଚଳିକ ସମ୍ପାଦକ ସୁରେନ୍ଦ୍ର କୁଲଦୀପ ରହିଥିଲେ । ସ୍ଥାନୀୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତି ରେ ସକାଳ ୧୦ ଘନ୍ତିକା ସମୟରୁ ଭୋଟ ଦେବା ଆରମ୍ଭ ହୋଇ ସନ୍ଧ୍ୟା ୪ ଘଣ୍ଟା ସମୟରେ ଶେଷ ହୋଇଥଲା । ଭୋଟ ଗଣତି ଶେଷ ହେବା ବେଳକୁ ସନ୍ଧ୍ୟା ୭ ଘଣ୍ଟିକା ସମୟରେ ଶେଷ ହୋଇଥଲା । ଏହି ଭୋଟ ଗଣତି ରେ ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭାବେ ମନୋଜ ବାଘ , ଉପ ସଭାପତି ଭାବରେ ଦେବେନ୍ଦ୍ର ଗମାଙ୍ଗ,ସଂପାଦକ ଭାବେ କେ ପ୍ରତାପ କୁମାର,,ଯୁଗ୍ମ ସମ୍ପାଦକ ଭାବରେ ୧) ଵିନୋଦ ମେଲେକା ୨) ସନୋଷ ବେହେରା,୩) ପ୍ରତାପ ପଣ୍ଡା, ମହିଳା ଉପ ସଭାପତି ଭାବରେ ସବିତା ରାଣୀ ପୁଶିକା,ଓ ସଂଯୋଜକ ଭାବେ ଉଦିତ ନାରାୟଣ ରାଚମୁଲା ନିର୍ବାଚିତ ହୋଇଥିଲେ। ବିଜୟୀ ପାର୍ଥି ମାନଙ୍କୁ ଅତି ଖୁସିରେ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀ ପୁଷ୍ପମାଲ୍ୟ ଦେଇ ଶୁଭେଚ୍ଛା ଜଣାଇବା ସହିତ ବାଜା ବଜାଇ ନାଚ ନାଚି ଖୁସି ମନାଇ ଥିଲେ । ମଝି ରାସ୍ତା ରେ ବିଜେଡ଼ି ଜିଲ୍ଲା ସଭାପତି ଓ ପୁର୍ବତନ ସାଂସଦ ଝିନ ହିକକା ଙ୍କୁ ନେଇ ନିର୍ବାଚିତ ସମସ୍ତ ଶିକ୍ଷକ ଉପସ୍ଥିତ ରହି ଖୁସି ମନାଇ ଥିଲେ । ଆଜି ବନ୍ଧୁଗାଁ ବ୍ଲକ ରେ ଯୁବ ସ୍ଥାନୀୟ ଶିକ୍ଷକ ମାନଙ୍କ ଉପସ୍ଥିତି ବୁଦ୍ଧି ଓ ସୁଚିନ୍ତିତ ପଦକ୍ଷେପ ଯୋଗୁଁ ନିର୍ବାଚନ ରେ ବିଜୟୀ ହୋଇ ଥିବା ରୁ ସେମାନଙ୍କୁ ଅନେକ ସ୍ଥାନରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି। ସେମାନଙ୍କ ବିଜୟୀ ପାଈଁ ସ୍ଥାନୀୟ ବ୍ଲକ ର ଅନେକ ବୁଦ୍ଧି ଜିବି, ନିର୍ବାଚିତ ଜନପ୍ରତିନିଧି, ଅନେକ ରାଜନୈତିକ ଦଳର ନେତା କର୍ମି ମାନେ ଅନେକ ଅନେକ ଶୁଭେଚ୍ଛା ଜଣାଇ ବା ସହିତ ସାଧୁବାଦ ଜଣାଇଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

BIKAS PADHI ENTERS ETERNITY 

Sunil Chandra Nayak

ବିକାଶଠୁ ବହୁତ ଦୂରରେ ମଢେଇକଚା ପଞ୍ଚାୟତ/ଜିଲ୍ଲାପାଳଙ୍କ ପ୍ରତିଶୁତି କାର୍ଯ୍ୟକାରୀ କେବେ?

masiha

ଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୩ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!