ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଡ୍ରାଇଭର ମହାସଙ୍ଗ,ଡାବୁଗାଁ ଶାଖା ଦ୍ଵାରା ମୃତକ ପରିବାରକୁ ସହାୟତା 

ଓଡିଶା ଡ୍ରାଇଭର ମହାସଙ୍ଗ,ଡାବୁଗାଁ ଶାଖା ଦ୍ଵାରା ମୃତକ ପରିବାରକୁ ସହାୟତା 

ନବରଙ୍ଗପୁର–( ମ ନି ସ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ବୋରିଗାଁ ଗ୍ରାମ ପଞ୍ଚାୟତର ନୂଆଗୁଡା ଗ୍ରାମରେ ଏକ ଦୁଃଖ ଖବର ପହଞ୍ଚି ଥିଲା ଓଡିଶା ଡ୍ରାଇଭର ମହାସଙ୍ଗ,ଡାବୁଗାଁ ଶାଖା ର ସମସ୍ତ କର୍ମକର୍ତ୍ତା ଙ୍କ ପାଖରେ l ସେହି ଗ୍ରାମର ଡ୍ରାଇଭର ଫଗୁନ ଭତ୍ରlଙ୍କ ପିତା ସୁନ୍ଦର ଭତ୍ରl ଗତ ସାତ ତାରିଖ ଗୁରୁବାର ଦିନ ସମସ୍ତ ପରିବାର କୁ ଛାଡି ପରଲୋକ ହୋଇ ଯାଇଥିଲେ l ଏହି ଦୁଃଖଦ ଖବର ଶୁଣି ଡାବୁଗାଁ ଶାଖା ସଭାପତି ସନ୍ତୋଷ ଭତ୍ରl ଙ୍କ ନେତୃତ୍ଵରେ ସମସ୍ତ କର୍ମକର୍ତ୍ତା ଓ ସମସ୍ତ ସଦସ୍ୟଙ୍କ ସହ ଆଜି ଦଶ ତାରିଖରେ ତାଙ୍କ ପରିବାର କୁ ଭେଟି ସେଠାରେ ସ୍ଵର୍ଗତ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରି ପରିବାର ର ମୁଖ୍ୟ ଙ୍କୁ ଅନ୍ତେଷ୍ଟି କାର୍ଯ୍ୟ ନିମନ୍ତେ ସହାୟତା ରାଶି ରାଶି ଆଠ ହଜାର ଦୁଇ ଶହ ଟଙ୍କା ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟରେ ଡାବୁଗାଁ ବ୍ଳକ ସଭାପତି ଶ୍ରୀ ଭତ୍ରl, ବୋରିଗାଁ ଗ୍ରାମ ପଞ୍ଚାୟତ ସଭାପତି ମlଙ୍ଗୁ ଗୌଡ, କୋଇଲାରୀ ଗ୍ରାମ ପଞ୍ଚାୟତ ସଭାପତି ଦୟାରାମ ଭତ୍ରl, ଜୁନାପାଣି ଗ୍ରାମ ପଞ୍ଚାୟତ ସଭାପତି ପରଶୁ ଶବର ଓ ବହୁ ସଂଖ୍ୟାରେ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନର୍ଲା ହାଇସ୍କୁଲ୍ ର ୧୯୯୫ ବ୍ୟାଚ୍ ର ବନ୍ଧୁ ମିଳନ

masiha

ସାମାଜିକ କର୍ମୀ ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ସମ୍ମାନ ସୂଚକ ଡକ୍ଟରେଟ ଉପାଧି

masiha

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଚକୁଳି ଗାଁ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ

masiha

Leave a Comment

error: Content is protected !!