ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ: ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ # ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ

ଧର୍ମଗଡ: ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ # ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ

ରାଜ୍ୟର ଯୁବ-ସମାଜଙ୍କ ମଧ୍ୟରେ ସାମାଜିକ ପ୍ରତିବଦ୍ଧତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯୁବ ଶକ୍ତିକୁ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ଜଣେ ଜଣେ ସ୍ୱେଚ୍ଛାସେବୀ ଓ ଭବିଷ୍ୟତରେ ଦାୟିତ୍ଵ ସମ୍ପନ୍ନ ନାଗରିକ ହେବା ପାଇଁ ଉଦ୍ୟମ ଆରମ୍ଭ ହେଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ସକ୍ରୀୟ ଅଂଶୀଦାର କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି କାର୍ଯ୍ୟକ୍ରମ ଉଦଘାଟିତ ହେଇଯାଇଛି। ଏହି କାର୍ଯ୍ୟକ୍ରମ ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ଯାଏ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଗୁଡିକ ଆୟୋଜିତ ହେବ। ଆୟୋଜକ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଧର୍ମଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଧର୍ମଗଡ ଜୋନ୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା, ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, କାର୍ଯ୍ୟକ୍ରମର ନୋଡାଲ ଅଫିସର ରଂଜନ କୁମାର ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ଉତ୍ସବ ପ୍ରାରମ୍ଭରେ ଦନ୍ତେଶ୍ବରୀ ମନ୍ଦିର ଠାରୁ ଏକ ବିଶାଳ ମଶାଲ ଯାତ୍ରା ବାହାରିଥିଲା। ମଶାଲ ଯାତ୍ରା ସହିତ ବିଭିନ୍ନ ସାମାଜିକ ସଚେତନତା ବାର୍ତ୍ତା ସହ ଛାତ୍ରଛାତ୍ରୀ ମାନେ ନଗର ପରିକ୍ରମା କରିଥିଲେ। ନଗର ପରିକ୍ରମା ସମୟରେ ଅଭିନବ ଢଙ୍ଗରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ବେଶ ପୋଷାକ ପରିଧାନ କରି ଜନସାଧାରଣଙ୍କୁ ସଚେତନତା କରିଥିଲେ। ଆଜି ଠାରୁ ନିୟମିତ ଭାବେ ଉଦଯାପନୀ ବିଭିନ୍ନ କାର୍ଯ୍ୟକ୍ରମ ରକ୍ତ ଦାନ ଶିବିର ଆୟୋଜନ, ପ୍ରାଥମିକ ଚିକିତ୍ସା ତାଲିମ୍ ଓ ଅନ୍ଧ ବିଶ୍ବାସ ତଥା କୁସଂସ୍କାର ଦୂରୀକରଣ କାର୍ଯ୍ୟକ୍ରମ କରାଯିବ,ନାରୀ ସଚେତନତା, ବାଲ୍ୟବିବାହ ନାହିଁ ରାକରଣ, ସଫେଇ ସହ  କ୍ରୀଡା ପ୍ରତିଯୋଗିତା ଏବଂ ସାଂସ୍କୃତିକ ବିଭାଗ ପକ୍ଷରୁ ତର୍କ,ପ୍ରବନ୍ଧ, କବିତା,ଚିତ୍ରାଙ୍କନ, ବ୍ୟଙ୍ଗଚିତ୍ର, ଗୀତ, ନୃତ୍ୟ, ଲୋକ ନାଟକ, ଝୋଟି, ରଙ୍ଗୋଲି ଓ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆଦି ଆୟୋଜନ କରା ଯିବାର ଯୋଜନା ରହିଛି। ଏହି କାର୍ଯ୍ୟକ୍ରମକୁ  ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ ସଂଯୋଜନା କରିଥିବାବେଳେ କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅଧ୍ୟାପକ ମୋହନ ଚରଣ ବିଷି, ନିକୁଞ୍ଜ ବିହାରୀ ସାହୁ, ଫକୀର ଚଣ୍ଡି, ଅଶୋକ ଚଣ୍ଡି, ସାନୁର୍ଯ୍ୟ ଗୋପାଳ  ସମେତ ଯୁବ ରେଡକ୍ରସର ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଉରକେଲାର ବିକାଶ ପାଇଁ ନବ ନିଯୁକ୍ତ କମିଶନର ଙ୍କ ସହିତ ଆଲୋଚନା

masiha

ସହିଦ ଦିବସ ଉପଲକ୍ଷେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଦୁଇ ମିନିଟର ନୀରବ ପ୍ରାର୍ଥନା ଅନୁଷ୍ଠିତ 

masiha

ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ 

masiha

Leave a Comment

error: Content is protected !!