ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏକ୍ସ କ୍ୟାଡର ଶିକ୍ଷକଙ୍କ ଆତ୍ମହତ୍ୟା

ଏକ୍ସ କ୍ୟାଡର ଶିକ୍ଷକଙ୍କ ଆତ୍ମହତ୍ୟା

ଲାଞ୍ଜିଗଡ଼,୧୧/୧୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ କାଉଗୁଡ଼ାରେ ଜଣେ ଏକ୍ସ କ୍ୟାଡ଼ର ଶିକ୍ଷକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ! ସୂଚନାନୁଯାୟୀ, କାଉଗୁଡ଼ା ଗାଁର ହରେକୃଷ୍ଣ ଶବର ଲାଞ୍ଜିଗଡ଼ ରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଏକ୍ସ କ୍ୟାଡର ଶିକ୍ଷକ ଭାବେ ଚାକିରି କରୁଥିଲେ ! ତେବେ ରବିବାର ବିଳମ୍ବିତ ରାତିରେ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି ! ଅଭିଯୋଗ ଅନୁଯାୟୀ, ମୃତ ଶିକ୍ଷକଙ୍କ ପତ୍ନୀ କିଛିଦିନ ତଳେ ନିଖୋଜ ହୋଇଥିବା ନେଇ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ! ନିଖୋଜ ପତ୍ନୀକୁ ଖୋଜି ଖୋଜି ନିରାଶ ହେବା ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ! ରବିବାର ରାତିରେ ଘରେ ଶୋଇଥିବାବେଳେ ଆଜି ସକାଳୁ ସେ ଶୋଇଥିବା କୋଠରୀକୁ ତାଙ୍କ ମାଆ ଝାଡ଼ୁ କରିବାକୁ ଯିବାବେଳେ ପୁଅର ଝୁଲନ୍ତା ଶବ ଦେଖି କାନ୍ଦବୋବାଳି କରିଥିଲେ ! ତାଙ୍କ ପାଟିଶୁଣି ପାଖପଡ଼ିଶା ଲୋକେ ଜମା ହେବା ସହିତ ସିକେରକୁପା ପୁଲିସକୁ ଖବର ଦିଆଯାଇଥିଲା ! ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମୀନାରାଓ ଶବର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ! ଏନେଇ ନର୍ଲା ଥାନାରେ କେସ୍ ନଂ.୧୩/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶ୍ରୀ ଶବର ତଦନ୍ତ କରୁଥିବା ଜଣାପଡ଼ିଛି ! ତଦନ୍ତରେ ପୁଲିସ କର୍ମଚାରୀ ଗୋକୁଳ ସାହୁ, ବିଶ୍ବନାଥ ମହଲା ପ୍ରମୁଖ ସହଯୋଗ କରୁଛନ୍ତି ! 

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

୫୦ରୁ ଉର୍ଦ୍ଧ୍ୱ ବିଦେଶୀ ମୃତ ପକ୍ଷୀ ବନବିଭାଗ ଦ୍ୱାରା ଜବତ

Sunil Chandra Nayak

ଜାତୀୟ ସ୍ବାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡିଲେ ଧରା

ଡାବାରେ ପୋଲିସ ଚଢ଼ାଉ… ୧୨୯ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

masiha

Leave a Comment

error: Content is protected !!