ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏକ୍ସ କ୍ୟାଡର ଶିକ୍ଷକଙ୍କ ଆତ୍ମହତ୍ୟା

ଏକ୍ସ କ୍ୟାଡର ଶିକ୍ଷକଙ୍କ ଆତ୍ମହତ୍ୟା

ଲାଞ୍ଜିଗଡ଼,୧୧/୧୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ କାଉଗୁଡ଼ାରେ ଜଣେ ଏକ୍ସ କ୍ୟାଡ଼ର ଶିକ୍ଷକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ! ସୂଚନାନୁଯାୟୀ, କାଉଗୁଡ଼ା ଗାଁର ହରେକୃଷ୍ଣ ଶବର ଲାଞ୍ଜିଗଡ଼ ରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଏକ୍ସ କ୍ୟାଡର ଶିକ୍ଷକ ଭାବେ ଚାକିରି କରୁଥିଲେ ! ତେବେ ରବିବାର ବିଳମ୍ବିତ ରାତିରେ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି ! ଅଭିଯୋଗ ଅନୁଯାୟୀ, ମୃତ ଶିକ୍ଷକଙ୍କ ପତ୍ନୀ କିଛିଦିନ ତଳେ ନିଖୋଜ ହୋଇଥିବା ନେଇ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ! ନିଖୋଜ ପତ୍ନୀକୁ ଖୋଜି ଖୋଜି ନିରାଶ ହେବା ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ! ରବିବାର ରାତିରେ ଘରେ ଶୋଇଥିବାବେଳେ ଆଜି ସକାଳୁ ସେ ଶୋଇଥିବା କୋଠରୀକୁ ତାଙ୍କ ମାଆ ଝାଡ଼ୁ କରିବାକୁ ଯିବାବେଳେ ପୁଅର ଝୁଲନ୍ତା ଶବ ଦେଖି କାନ୍ଦବୋବାଳି କରିଥିଲେ ! ତାଙ୍କ ପାଟିଶୁଣି ପାଖପଡ଼ିଶା ଲୋକେ ଜମା ହେବା ସହିତ ସିକେରକୁପା ପୁଲିସକୁ ଖବର ଦିଆଯାଇଥିଲା ! ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମୀନାରାଓ ଶବର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ! ଏନେଇ ନର୍ଲା ଥାନାରେ କେସ୍ ନଂ.୧୩/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶ୍ରୀ ଶବର ତଦନ୍ତ କରୁଥିବା ଜଣାପଡ଼ିଛି ! ତଦନ୍ତରେ ପୁଲିସ କର୍ମଚାରୀ ଗୋକୁଳ ସାହୁ, ବିଶ୍ବନାଥ ମହଲା ପ୍ରମୁଖ ସହଯୋଗ କରୁଛନ୍ତି ! 

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଭଞ୍ଜନଗର ପୌର ଅଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ; ପୁଲିସର ଛାନଭିନ୍

ଚୋରା ଚାଲାଣ ସମୟରେ କାଠ ସହ ଟ୍ରକ ଜବତ 

Sunil Chandra Nayak

ରାଇରଙ୍ଗପୁରର ବହୁ ଚର୍ଚିତ ଭିକି ମହାନ୍ତି ହତ୍ୟାରେ ସଂପୃକ୍ତ ହତ୍ଯାକାରୀ ଟାଟାନଗରର ଦମ୍ପିତି ପରିବାରର ସ୍ତ୍ରୀ ଖୁସବୁ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ସ୍ୱାମୀ କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ 

Sunil Chandra Nayak

Leave a Comment

error: Content is protected !!