ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡାର ପୌରପାଳିକା ଅଧ୍ଯକ୍ଷ ଭାବେ ଦାୟିତ୍ୱ ନେଲେ ନବ ନିର୍ବାଚିତ ପି. ମହେଶ ପର୍ଟ୍ଟନାୟକ

ରାୟଗଡା:୩୦/୩:- ମ.ନି.ସ:- ପୂର୍ବାହ୍ନ ସାଢେ ୧୦ ଘଣ୍ଟାରେ ପୌରପାଳିକା କାର୍ଯ୍ଯାଳୟରେ ପହଞ୍ଚି ଥିଲେ ନବନିର୍ବାଚିତ ପି.ମହେଶ ପଟ୍ଟନାୟକ।ରାଜ୍ଯ ସଭା ସାଂସଦ ଏନ୍ ଭାସ୍କର ରାଓ ଙ୍କ ସମେତ୍ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ରାୟଗଡା ପୌରପାଳିକ ଅଧ୍ଯକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୌରପାଳିକାରେ ଥିବା ୨୧ଟି ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ଦେବା ସହିତ ନିର୍ମାଣଧିନ ଥିବା ସମସ୍ତ କାମକୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୫ କୋଟି ୬ ଲକ୍ଷ ୬୫ ହଜାର ୯୯୯ ଟଙ୍କାର ୩୬ ଟି ପ୍ରକଳ୍ପ ପାଇଁ ଟେଣ୍ତର ଆହ୍ବାନ କରାଯାଇଛି। ନିର୍ବାହୀ ଅଧିକାରୀ ୟାସିର ବିଲ।ଲ୍ ଅହମ୍ମଦ ଦାୟିତ୍ୱ ଗ୍ରହଣ କରିବାପରେ ରାୟଗଡା ଅଧୁରା କାର୍ଯ୍ଯକୁ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମହେଶ ପଟ୍ଟନାୟକ। ବସ୍ତି ବାସିନ୍ଦାଙ୍କ ଥଇଥାନ କରିବା, ରାୟଗଡାର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି ରାଜ୍ଯସଭା ସାଂସଦ ଏନ ଭାସ୍କର ରାଓ କହିଛନ୍ତି। ପୌରାଧ୍ଯକ୍ଷ ଶ୍ରୀ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ପୌର କାର୍ଯ୍ଯାଳୟର ସମସ୍ତ ଅଧିକାରୀ ଓ ନବନିର୍ବାଚିତ କାଉନସିଲର ବୃନ୍ଦ ସ୍ବାଗତ ଜଣାଇଥିଲେ। ରାଜ୍ୟ ବିଜେଡି ସମ୍ପାଦକ ଚନ୍ଦ୍ର କାନ୍ତ ସାମଲ, ଜିଲ୍ଲା ସମ୍ପାଦକ ଅମୀୟ ସ୍ବାଇଁ, ଓଡିଶା ମୋ ପରିବାର ଜିଲ୍ଲା ଆବାହକ ବିନାୟକ କର, ଜିଲ୍ଲା ମହିଳା ସଭାନେତ୍ରୀ ଅନୂସୂୟା ମାଝୀ, ଆଦି ବହୁ ବିଜେଡି ଦଳର ପଦ ପଦବୀରେ ଥିବା ଅଧିକାରୀ ମାନେ ପୌରାଧ୍ଯକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗର ଅବହେଳା ପାଇଁ ହିନ୍ଦୋଳରେ ବଢ଼ିଲା ରନ୍ଧା ମଦ ର ଆସର 

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର

Sunil Chandra Nayak

ଆରମ୍ଭ ହେଲା ମାଁ ନାରାୟଣୀ ଙ୍କର ପଞ୍ଚବିଂଶ ତମ ଯାତ୍ରା ,ଏକ ମାସ ଧରି ଚାଲିବ

Leave a Comment

error: Content is protected !!