ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିସେମ୍ବର ୨୨ ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩

ଡିସେମ୍ବର ୨୨ ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩

ସମ୍ବର୍ଦ୍ଧିତ ହେବେ ବରିଷ୍ଠ ରୁ କନିଷ୍ଠ ପାଞ୍ଚ ପିଢିର କଳାକାର
“ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ଓଡିଶା ନାଟ୍ୟ ଜଗତକୁ ଅବଦାନ” ଶୀର୍ଷକରେ ଆଲୋଚନାଚକ୍ର

ଭବାନୀପାଟଣା, ୧୧।୧୨, କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ସ୍ମାରକୀ ନାଟ୍ୟ ସଂସ୍ଥା” ଆସନ୍ତା ଡିସେମ୍ବର ୨୨ ତାରିଖ ଠାରୁ ଡିସେମ୍ବର ୨୬ ତାରିଖ ପର୍ଯ୍ଯନ୍ତ ୫ ଦିନ ବ୍ୟାପୀ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ “ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ – ୨୦୨୩” ଅନୁଷ୍ଠିତ ହେବ। ଏହି ମହୋତ୍ସବରେ ଗରଜୟପୁର ସପ୍ତର୍ଷି, ପଶ୍ଚିମବଙ୍ଗ ର ଶ୍ରୀ ଗୌତମ ଦାସନ୍ଦି ରଚିତ ଏବଂ ନିର୍ଦ୍ଦେଶିତ ନାଟକ “ଆଙ୍ଗିକ”, ବିହାନ ଡ୍ରାମା ୱାର୍କସ୍, ଭୋପାଲ ର ଶ୍ରୀ ବିମଲ ଚନ୍ଦ୍ର ପାଣ୍ଡେ ଙ୍କ ରଚିତ ଏବଂ ଶ୍ରୀ ସୌରଭ ଆନନ୍ଦ ଙ୍କ ନିର୍ଦ୍ଦେଶିତ ନାଟକ “ପ୍ରେମ ପତଙ୍ଗ”, କାନମାସ, ପାରାଦ୍ଵୀପ ର ଶ୍ରୀ ପରେଶ ପଟ୍ଟନାୟକ ଙ୍କ ରଚିତ ଏବଂ ଶ୍ରୀ ଶ୍ରୀମନନାରାୟଣ ମିଶ୍ର ଙ୍କ ନିର୍ଦ୍ଦେଶିତ ନାଟକ “ମିଥ୍ୟାବାଦୀ ଜିନ୍ଦାବାଦ”, ଇଫଟା, କୋଲକାତା ର ଶ୍ରୀ ଦେବାଶିଷ ଦତ୍ତ ଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ “କ୍ରିଷ୍ଣା” ଏବଂ ସ୍ମାରକୀ, ଭବାନୀପାଟଣା ର ଶ୍ରୀ ମନୋଜ କୁମାର ରଥ ଙ୍କ ରଚିତ ଏବଂ ନିର୍ଦ୍ଦେଶିତ ତଥା ସୌରଭ ମହାପାତ୍ର ଙ୍କ ସହଯୋଗୀ ନିର୍ଦ୍ଦେଶିତ ନାଟକ “ଜମପୁରରେ ନିର୍ବାଚନ ତାତି” ନାଟକ ମଞ୍ଚସ୍ଥ ହେବ। ଆସନ୍ତା ୨୪ ତାରିଖ ଦିନ ୧୧ ଟାରେ ସ୍ମାରକୀ ପକ୍ଷରୁ “ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ଓଡିଶା ନାଟ୍ୟ ଜଗତକୁ ଅବଦାନ” ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏଥିରେ ଓଡିଶାର ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଆଲୋଚନାରେ ଭାଗ ନେବେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ନାଟକ କ୍ଷେତ୍ରରେ ଏ ମାଟିକୁ ବିଶେଷ ଅବଦାନ ପାଇଁ ବରିଷ୍ଠ ରୁ କନିଷ୍ଠ ପାଞ୍ଚ ପିଢିର ଅଭିନେତା ଙ୍କୁ ସମ୍ବର୍ଦ୍ଧିତ କରାଯିବ। ବରିଷ୍ଠ ବର୍ଗରୁ କ୍ରମରେ ଅଭିନେତା ଉମା ଶଙ୍କର ବାବୁ, ସୁରେଶ ସିଂ, ବିରଞ୍ଚି ନାରାୟଣ ମୁଣ୍ଡ, ଦେବାଶିଷ ତ୍ରିପାଠୀ ଏବଂ ଆଲୋକ କୁମାର ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୌରଭ ମହାପାତ୍ର ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଆଜି ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ବରିଷ୍ଠ ଅଭିନେତା ଶୁଭେନ୍ଦୁ ମହାପାତ୍ର, ଦେବୀ ପ୍ରସାଦ ରଥ, ସୁଧୀର ରଥ, ରାମେଶ୍ଵର ତ୍ରିପାଠୀ, ଆଲୋକ କୁମାର ସାହୁ, ସୌମ୍ୟ ରଞ୍ଜନ ଜେନା, ଶୁଭମ୍ ବେହେରା, ସୁଶୀଲ ଆଚାର୍ଯ୍ୟ, ତଥାଗତ ମିଶ୍ର, ପ୍ରଜ୍ଞା ପରିମିତା ନାୟକ, ଲିପ୍ସାରାଣୀ ବାରିକ, ଆର୍ଯ୍ୟା ନାୟକ, ପ୍ରିୟଙ୍କା ପଟ୍ଟନାୟକ, କେ. ଗୋପିଧର ନାୟର, ଅଜିତ କୁମାର ନାୟକ, ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଟିମ୍ ରାଜନଗର ପକ୍ଷରୁ ପଣ୍ଡିତ ନେହେରୁ ଛାତ୍ର ପ୍ରତିଭା ସମ୍ମାନ -୨୦୨୫ କାର୍ଯ୍ୟକ୍ରମ ମହାସମାରୋହ ରେ ଅନୁଷ୍ଠିତ

masiha

ଦଳବେଡା ଠାରେ ମା ଠାକୁରାଣୀ ବାର୍ଷିକ ମଣ୍ଡେଇ 

Sunil Chandra Nayak

ଲିଲି ଇଣ୍ଟରନ୍ୟାସନାଲ ବିଦ୍ୟାଳୟରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!